ରାଜ୍ୟ

ସକାଳୁ ଉଠି ଏମିତି କେଉଁ କେଉଁ ଜିନିଷ ଦେଖିଲେ ଦିନ ଟି ଶୁଭରେ କଟିଥାଏ ?

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ସକାଳୁ ଉଠିବା ପରେ କୌଣସି ପଜେଟିଭ ଜିନିଷର ଶବ୍ଦ ଶୁଣନ୍ତି ବା ଦେଖନ୍ତି ତାହା ହେଲେ ସଂପୂର୍ଣ୍ଣ ଦିନ ଟି ଶୁଭମୟ ହୋଇଥାଏ । ସକାଳୁ ଉଠିବା ପରେ ଯଦି ଆପଣ ଶଙ୍ଖ, ଘଣ୍ଟି, ଭକ୍ତି ସଙ୍ଗୀତ ର ସ୍ଵର ଶୁଣିବାକୁ ମିଳିଥାଏ ତେବେ ଦିନ ଟି ଅତ୍ୟନ୍ତ ଭଲ ଯାଇଥାଏ । ସକାଳୁ ଉଠିବା ପରେ ଦହିବା କ୍ଷୀର ପାତ୍ର ଉପରେ ନଜର ପଡେ ତେବେ ମଧ୍ୟ ଶୁଭ ହୋଇଥାଏ । ସେହି ଦିନ କୌଣସି ଶୁଭ କାମରେ ବାହାରିବାକୁ ଇଚ୍ଛା କରନ୍ତି ତେବେ ନିଶ୍ଚିନ୍ତ ରୂପେ ଶୁଭ ଫଳ ମିଳିଥାଏ । ତେବେ ଏମିତି ଆଉ ବି କିଛି ଏମିତି ଜିନିଷ ଅଛି ଯାହା ସକାଳୁ ଦେଖିଲେ ଶୁଭ ମାନାଯାଏ । ଆଜି ଆମେ ଜାଣିବା ସକାଳୁ ଉଠି କଣ ଦେଖିଲେ ଶୁଭ ହୋଇଥାଏ ।

୧- ଭିକାରି ଦେଖିଲେ : ଯଦି ସକାଳୁ ଉଠିବା ପରେ ଆପଣଙ୍କ ଗୃହକୁ କୌଣସି ଭିକାରି ଆସନ୍ତି ତେବେ ଜାଣି ରଖନ୍ତୁ ଆପଣ ଯେଉଁ ଟଙ୍କା ଉଧାର ଦେଇଥିଲେ ତାହା ବହୁତ ଜଲ୍ଦି ଫେରି ପାଇବେ । ତେଣୁ ଭିକାରି କୁ କେବେ ବି ଅସ୍ତବ୍ୟସ୍ତ ହୁଅନ୍ତୁ ନାହିଁ କି ରାଗି ଯାଆନ୍ତୁ ନାହିଁ । ଭିକାରି କୁ ଦେଖିଲେ ନିଶ୍ଚୟ କିଛି ନା କିଛି ଦାନ କରନ୍ତୁ ।

୨- ସୁହାଗିନୀ ନାରୀ, ଗାଈ ଦେଖିଲେ : ଯଦି ଆପଣ ସକାଳୁ ଘରୁ ବାହାରିବା ସମୟରେ ସଧବା ନାରୀ ବା ଗୋମାତା ଙ୍କୁ ଦେଖନ୍ତି ତେବେ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଆପଣ ଯେଉଁ କାମ ରେ ଯାଇଥାନ୍ତି ତାହା ନିଶ୍ଚୟ ସଫଳ ହୋଇଥାଏ ।

୩- ଗୁଡ ଦେଖିଲେ : ଯଦି ସକାଳୁ ଆପଣଙ୍କ ଆଗରେ କୌଣସି ବ୍ୟକ୍ତି ଗୁଡ ବା ଗୁଡରେ ଭର୍ତ୍ତି ପାତ୍ର ନେଇ ଯାଇଥାନ୍ତି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ କାର୍ଯ୍ୟ ଟି ବା ଦିନ ଟି ବହୁତ ଅଧିକ ଲାଭଦାୟକ ହେବ । ଯାହା କି ଆପଣଙ୍କୁ ସଫଳତାର ରାସ୍ତା ଦେଖାଇବ । ଆପଣଙ୍କର ସବୁ କାମ ସଫଳ ହେବା ସହ ଶୁଭ ଫଳ ଆଣି ଦେଇଥାଏ ।

୪- କ୍ଷୀର, ପାଣି ଭର୍ତ୍ତି ପାତ୍ର ଦେଖିଲେ : ଯଦି ଆପଣ ସକାଳୁ ଘରୁ ବାହାରିବା ସମୟରେ କୌଣସି ନାରୀ ବା ପୁରୁଷ କ୍ଷୀର କିମ୍ବା ପାଣି ଭର୍ତ୍ତି ପାତ୍ର ନେଇ ଯାଉ ଥିବାର ଦେଖନ୍ତି ତେବେ ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣଙ୍କୁ ସବୁ କାମରେ ସଫଳତା ମିଳିବ ।

୫- ହସୁଥିବା ବାଳକ ଦେଖିଲେ : ଯଦି ସକାଳୁ ରାସ୍ତା ରେ ଯାଉଥିବା ସମୟରେ ହସୁଥିବା ବାଳକ ଟି ବା ଫୁଲ ଫଳ ବିକ୍ରି କରୁଥିବା ବ୍ୟକ୍ତି ଦେଖା ଯାଆନ୍ତି ତେବେ ଶୁଭ ସଂକେତ ହୋଇଥାଏ । ଜାଣି ନିଅନ୍ତୁ ଆପଣଙ୍କୁ ନିଜ କାର୍ଯ୍ୟ ରେ ଲାଭ ପ୍ରାପ୍ତି ହେବ । ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ ।

ତେବେ ଏହି ୫ଟି ଜିନିଷ ଯଦି ସକାଳୁ ଉଠି କୌଣସି ବ୍ୟକ୍ତି ଦେଖନ୍ତି ବା ଶୁଣିବାକୁ ପାଇ ଥାନ୍ତି ତେବେ ନିଶ୍ଚିନ୍ତ ଭାବେ ତାଙ୍କ ଜୀବନରେ ଉନ୍ନତି ଆସିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button