ବିପଦ ସମୟରେ ଏହି 3ଟି କଥା କେବେ ବି ଭୁଲନ୍ତୁ ନାହିଁ – Shri Krishna

ବନ୍ଧୁଗଣ ମଣିଷ ଜୀବନରେ ଅନେକ ଛୋଟ ବଡ ସମସ୍ଯାମାନ ଆସିଥାଏ । ଯାହା ମଣିଷ କୁ କିଛି ନା କିଛି ଶିକ୍ଷା ଦେଇଥାଏ । ସଙ୍କଟ ବା ବିପଦ ନାମ ଶୁଣିବା ମାତ୍ରେ ହିଁ ଆମେ ସବୁ ଭୟ କରିଥାଉ । ଏହି ଦୁନିଆରେ ଏମିତି କୌଣସି ପ୍ରାଣୀ ନାହିଁ ଯିଏ କି ବିପଦର ସାମ୍ନା କରି ନ ଥିବ କିମ୍ବା ଯାହା ଆଗରେ ବିପଦ ଆସି ହିଁ ନ ଥିବ । ଅନେକ ଲୋକ ଏ ଦୁନିଆରେ ଅଛନ୍ତି ଯେଉଁ ମାନେ ବିପଦର ସାମନା କରି ବିଜୟ ପ୍ରାପ୍ତ କରିଥାନ୍ତି ।
ଆଉ କିଛି ଲୋକ ହାରି ଯାଇଥାନ୍ତି । ଅଧିକାଂଶ ଲୋକ ଯେବେ ବିପଦର ସମୟ ଚାଲିଯାଏ ସେତେବେଳେ ବିପଦକୁ ଭୁଲି ଯାଇଥାନ୍ତି । ଆଉ ଏହା ହିଁ ମାନବ ଜୀବନରେ ବିଶେଷ ଭୁଲ ଅଟେ । ସଙ୍କଟ ସମୟରେ ମଣିଷ କୁ ସର୍ବଦା 3ଟି କଥା ମାନେ ରଖିବା ଉଚିତ । ଆସନ୍ତୁ ଜାଣିବା ସେଗୁଡିକ କଣ । 1- ପ୍ରଥମ କଥା ଟି ହେଉଛି ଯିଏ ଆପଣଙ୍କୁ ଜୀବନରେ ଧୋକା ଦେଇଛନ୍ତି ବା ଆପଣଙ୍କୁ ବିପଦରେ ପକାଇଛନ୍ତି ସେମାନଙ୍କୁ ଜୀବନରେ କେବେ ବି ଭୁଲିବା ଉଚିତ ନୁହେଁ ।
ଯିଏ ଆପଣଙ୍କୁ ଜୀବନରେ ଧୋକା ଦେଇଛି ତାଙ୍କ ଠାରୁ ସର୍ବଦା ସଚେତନ ରହିବା ଉଚିତ । ସେ ବ୍ୟକ୍ତି ଆପଣଙ୍କର ଯେତେ ବି ନିଜର ହେଉ ନା କାହିଁକି ଏଭଳି ବ୍ୟକ୍ତି ଙ୍କୁ କେବେ ବି ଆଉ ଜୀବନରେ ଆସିବାକୁ ଦିଅନ୍ତୁ ନାହିଁ । ସଙ୍କଟ ସମୟରେ ଯିଏ ଆପଣଙ୍କର ହାତ ଛାଡି ଦିଏ ସେ କେବେ ବି ନିଜର ହୋଇପାରେ ନାହିଁ । ତେଣୁ ଏହି କଥାର ନିଶ୍ଚୟ ଧ୍ୟାନ ରଖନ୍ତୁ ।
2- ଯେଉଁ ଲୋକ ମାନେ ଆପଣଙ୍କର ଖରାପ ସମୟରେ ସାଥ ଛାଡି ଦେଇଛନ୍ତି ବା ଯିଏ ଆପଣଙ୍କର ସଙ୍କଟ ସମୟରେ ସାହାରା ହୋଇ ନାହାନ୍ତି ସେ ଆପଣଙ୍କର ବନ୍ଧୁ କେବନେ ବି ହୋଇ ପାରିବେ ନାହିଁ । ଆଉ ଆଗାମୀ ଭବିଷ୍ୟତରେ ମଧ୍ୟ ସେଭଳି ବ୍ୟକ୍ତି ଙ୍କ ଠାରୁ କୌଣସି ଆଶା ରଖିବେ ନାହିଁ । ନଚେତ ଏହା ଆପଣଙ୍କର ବଡ ମୁର୍ଖାମି ହେବ । ଏଭଳି ବ୍ୟକ୍ତିଆ ଙ୍କ ଠାରୁ ଯେତେ ସମ୍ଭାବନା ଦୂରେଇ ରହିବା ଉଚିତ । କେବେ ବି ଆଉ ନିଜ ଲାଇଫରେ ଏଭଳି ବ୍ୟକ୍ତି ଙ୍କୁ ଆସିବାକୁ ଚାନ୍ସ ଦିଅନ୍ତୁ ନାହିଁ । ନଚେତ ସେ ଆପଣଙ୍କୁ ପୁଣି ବିପଦରେ ପକାଇ ଛାଡି ଚାଲିଯିବେ । ତେଣୁ ଏହି କଥାର ବିଶେଷ ଭାବେ ଧ୍ୟାନ ରଖନ୍ତୁ ।
3- ତୃତୀୟ କଥା ହେଉଛି ଯେଉଁ ବ୍ୟକ୍ତି ଖରାପ ସମୟରେ ବା ଖରାପ ସ୍ଥିତି ରେ ଆପଣଙ୍କର ସହଯୋଗ ଦେଇଛନ୍ତି ଏବଂ ଆପଣଙ୍କୁ ସାହସ ଦେଇଛନ୍ତି । ଆପଣଙ୍କର ଯିଏ ବିପଦ ସମୟରେ ସାହାରା ହୋଇଛି ତାଙ୍କୁ କେବେ ବି ନିଜ ଠାରୁ ଦୂରେଇ ଯିବାକୁ ଦିଅନ୍ତୁ ନାହିଁ । ଏଭଳି ବ୍ୟକ୍ତି ହିଁ ପ୍ରକୃତରେ ବନ୍ଧୁ ହୋଇଥାଏ ।
ଏଭଳି ବ୍ୟକ୍ତି ଆପଣଙ୍କ ଜୀବନରୁ ଯଦି ଥରେ ଚାଲିଯିବେ ତେବେ ଆଉ କେବେ ବି ମିଳିବ ନାହିଁ । ଆପଣ ଏଭଳି ବ୍ୟକ୍ତି ଙ୍କୁ ଯେତେ ଖୋଜିଲେ ବି ସେ ଆଉ ଫେରିବେ ନାହିଁ । ତେବେ ସଙ୍କଟ ସମୟରେ ଏହି 3ଟି କଥା ର ଧ୍ୟାନ ରଖିଲେ ସଙ୍କଟ ଆପଣଙ୍କ ଜୀବନରୁ ସବୁ ଦିନ ପାଇଁ ଦୂରେଇ ଯିବ ।