ରାଜ୍ୟ
ରହସ୍ୟରେ ଭରି ରହିଛି ପୁରୀ ଜଗନ୍ନାଥ ମନ୍ଦିର ର ପରିସର ବୈଜ୍ଞାନିକ ମଧ୍ୟ ଆଶ୍ଚର୍ୟ୍ଯ ଏହା କେମିତି ସମ୍ଭବ ଦେଖନ୍ତୁ କିଛି ଆଶ୍ଚର୍ୟ୍ଯ ଜନକ ତଥ୍ୟ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ ଚାରିଧାମ ବିଷୟରେ ଜାଣିଥିବେ । ଚାରିଧାମ ଭିତରୁ ପୁରୀ ବା ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ ଏକ ଧାମ ଅଟେ। ଏହି ମନ୍ଦିରକୁ ନେଇ ଆଗରୁ ବହୁତ ମାନ୍ୟତା ରହିଛି । କୁହାଯାଏ ଯେ ଭଗବାନ ବିଷ୍ଣୁ ଏହି ଚାରିଧାମରେ ବାସ କରିଥାନ୍ତି । ଆଉ ଭଗବାନ ବିଷ୍ଣୁ ଜଗନ୍ନାଥ ଧାମରେ ଭୋଜନ କରିଥାନ୍ତି ବୋଲି ସୂଚନା ମିଳିଛି । ଆଉ ଏହି ଜଗନ୍ନାଥ ମନ୍ଦିରର ଅନେକ ରହସ୍ୟ ମଧ୍ୟ ରହିଛି ।
୧) ପ୍ରଥମ ରହସ୍ୟ – ପତାକା – ପୁରୀ ଜଗନ୍ନାଥ ମନ୍ଦିରରେ ଲାଗିଥିବା ପତାକାର ରହସ୍ୟ ରହିଛି । ଏହି ପତାକା ଯେଉଁ ଦିଗରେ ପବନ ବସିଥାଏ ତାହାର ବିପରୀତ ଦିଗରେ ଏହି ପତାକା ଉଡ଼ିଥାଏ ।
୨) ଦ୍ଵିତୀୟ ରହସ୍ୟ – ସୁଦର୍ଶନ ଚକ୍ର – ଏହି ସୁଦର୍ଶନ ଚକ୍ର ୨୦ ଫୁଟ ଉଚ୍ଚ ଆଉ ୧ ଟନ୍ ଓଜନର ଅଟେ । ଏହା ମନ୍ଦିରର ଉପରି ଭାଗରେ ରହିଥାଏ । ଏହି ଚକ୍ରକୁ ଆପଣ ସହରର ଯେ କୌଣସି ସ୍ଥାନରୁ ଦେଖିବେ ତାହା ଆପଣଙ୍କ ଆଡ଼କୁ ମୁହଁ କରିଥିବ ।
୩) ଏହି ମନ୍ଦିର ଉପରେ ଆଜି ପର୍ଯ୍ୟନ୍ତ କୌଣସି ବିମାନ ବା ପକ୍ଷୀ ଉଡ଼ନ୍ତି ନାହିଁ ।
୪) ଦିନରେ ମନ୍ଦିର ଉପରେ ସୂର୍ଯ୍ୟ କିରଣ ପଡ଼ିଲେ ମଧ୍ୟ ମନ୍ଦିରର ଛାଇ କେବେବି ଦେଖିବାକୁ ମିଳିନଥାଏ ।
୫) ପଞ୍ଚମ ରହସ୍ୟ – ସିଂହଦ୍ୱାର – ଜଗନ୍ନାଥ ମନ୍ଦିରକୁ ଯିବା ପାଇଁ ୪ଟି ଦ୍ଵାର ରହିଛି । କିନ୍ତୁ ମୁଖ୍ୟ ଦ୍ଵାର ହେଉଛି ସିଂହଦ୍ୱାର । ଆଉ ଏହା ଭିତରକୁ ପ୍ରବେଶ କରିବା ପରେ ସମୁଦ୍ରର ଶବ୍ଦ ଆଉ ଶୁଭି ନଥାଏ ।
୬) ମହାପ୍ରସାଦ ରହସ୍ୟ – ପ୍ରତିଦିନ ହଜାର ହଜାର ଲୋକଙ୍କ ପାଇଁ ମହାପ୍ରସାଦ ତିଆରି ହୁଏ । ବର୍ଷସାରା ମହାପ୍ରସାଦ ସବୁବେଳେ ସମାନ ତିଆରି ହୋଇଥାଏ । ଏଥିରେ ୭ଟି ହାଣ୍ଡି ବସିଥାଏ । ପୁରା ଆଗରେ ଥିବା ହାଣ୍ଡି ଭିତରେ ଖାଦ୍ୟ ପ୍ରଥମେ ତିଆରି ହୋଇଥାଏ । ଆଉ ଏହା କେବେ ଖରାପ ହୋଇନଥାଏ ।