ରାଜନୀତି

ହିନ୍ଦୁ ପରମ୍ପରାକୁ ଶକ୍ତ ଆଘାତ ଦେବାପାଇଁ ଅଧିକାର ଦେଲା କିଏ ? ଜଗନ୍ନାଥ ସଂସ୍କୃତିକୁ ବିରୋଧ କରି ଅଡ଼ୁଆରେ ସାଂସଦ

ସାଂସଦ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ।କୋଟି କୋଟି ଜଗନ୍ନାଥ ପ୍ରେମୀ ଙ୍କ ମନରେ ଆଘାତ ଲାଗିଲା।ଅଜ୍ଞାନୀ ମାନଙ୍କର ଶ୍ରୀ ମନ୍ଦିରର ଐତିହ କୁ ଆକ୍ଷେପ।ଜଗନ୍ନାଥ ସେନା ଓ ବଜରଙ୍ଗି ଦଳର ସାଂସଦ ଙ୍କୁ ଗିରଫ କରାଯାଉ ବୋଲି ଦାବି କରାଯାଇଛି।ବର୍ତ୍ତମାନ ଆଶାଦୁଦ୍ଧିନ୍ ଓୱାଇଶି ଙ୍କ ବିବାଦୀୟ ମନ୍ତବ୍ୟ ନେଉଛି ଉଗ୍ର ରୂପ।ବର୍ତ୍ତମାନ ଏହି ଖବର ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ ରେ ଚର୍ଚ୍ଚା ହେବାରେ ଲାଗିଛି।

ବର୍ତ୍ତମାନ ହାଇଦ୍ରାବାଦ ସାଂସଦ ଙ୍କ ନାମରେ ଆସିଲା ସଙ୍ଗୀନ ଅଭିଯୋଗ।ମହାପ୍ରଭୁ ଜଗନ୍ନାଥ ଙ୍କ ପ୍ରତି ଆକ୍ଷେପ କରିବା ଏବଂ ଜଗନ୍ନାଥ ମନ୍ଦିର କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗୁ ଏବେ ବିବାଦ ଦେଖା ଦେଇଛି।ଓଡ଼ିଶାର ଆରାଧ୍ୟ ଦେବତା କୋଟି କୋଟି ଜଗନ୍ନାଥ ପ୍ରେମୀ ଙ୍କ ମନରେ ଶକ୍ତ ଆଘାତ ଲାଗିଛି।ଯେଉଁଠି ସାରା ବିଶ୍ଵ ଜଗନ୍ନାଥ ସାଂସ୍କୃତିକ କୁ ଆପଣାଇ ନେଇଛି।ସେହି ସମୟରେ କିଛି ଅସାମାଜିକ ଥିବା ବ୍ୟତି ସନାତନ ହିନ୍ଦୁ ଧର୍ମକୁ ବିଲୁପ୍ତ କରିବା ପାଇଁ ପ୍ରୟାସ କରୁଛନ୍ତି।

ସାଂସଦ ଆଶାଦୁଦ୍ଧିନ୍ ଓୱାଇଶି ନିର୍ଦ୍ଧିଷ୍ଟ ଧର୍ମରେ ହୋଇ ଆଉ ଏକ ଧର୍ମକୁ ଆକ୍ଷେପ କରିବା କେତେଦୂର ଯଥାର୍ଥ।ଯଦି ଜଣେ ନିଜକୁ ନିର୍ଦ୍ଧିଷ୍ଟ ଧର୍ମର ବିଦ୍ୱାନ ବୋଲି ଭାବୁଛନ୍ତି ତାହେଲେ ଏଭଳି କଥା କହିବା ଏହା ଆଦୌ ଗ୍ରହଣୀୟ ଯୋଗ୍ୟ ନୁହେ।ତାଙ୍କର ପୁରୀ ଶ୍ରୀ ମନ୍ଦିର ଉପରେ କିଛି ଜ୍ଞାନ ନାହିଁ।ଜ୍ଞାନ ରହୁଥିଲେ ଏପରି କିଛି କଥା କହି ନଥାନ୍ତେ।ତାଙ୍କର ଓଡ଼ିଶାର ସଂସ୍କୃତି ଉପରେ ଧାରଣ ନାହିଁ।ଏହାକୁ ବିରୁଦ୍ଧ କରାଯାଇଛି।

 

ତେଣୁ ଏହାକୁ ଜଗନ୍ନାଥ ସେନା ଓଡ଼ିଶାରେ ବିରୁଦ୍ଧ କରିବା ସହିତ ଆଶାଦୁଦ୍ଧିନ୍ ଓୱାଇଶି ଙ୍କୁ ଗିରଫ ଦାବିରେ ଥାନାରେ ରୁଜ୍ଜୁ ହୋଇଛି।ବର୍ତ୍ତମାନ ଭଦ୍ରକରେ ମଧ୍ୟ ବଜରଙ୍ଗି ଦଳ ଏହାକୁ ବିରୋଧ କରି ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ମହାମୟୀ ଙ୍କ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।କିନ୍ତ ହାଇଦ୍ରାବାଦର ସାଂସଦ ଆଶାଦୁଦ୍ଧିନ୍ ଓୱାଇଶି ଏପରି ମନ୍ତବ୍ୟ ଦେବାର ଉଦ୍ଦେଶ୍ୟ କଣ ରହିଛି?ସାଂସଦ ହୋଇଛନ୍ତି ବୋଲି ହିନ୍ଦୁ ପରମ୍ପରା କୁ ଶକ୍ତ ଆଘାତ ଦେବେ।ତାଙ୍କୁ ଏହି ଅଧିକାର କିଏ ଦେଲା?ବହୁତ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button