ଜ୍ୟୋତିଷ

ମା ଗଙ୍ଗା କାହିଁକି ତାଙ୍କ ୭ ଟି ପୁଅଙ୍କୁ ନଦୀରେ ଭସାଇ ଦେଇଥିଲେ ଜାଣିଛନ୍ତି କି ? ଜାଣନ୍ତୁ ଆଜି ସତ କଣ ଥିଲା ସେହି ରହସ୍ୟ ଯାହାକି ଖୁବ୍ କମ ଲୋକେ ଜାଣିଛନ୍ତି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସର୍ବ ପ୍ରଥମେ ହସ୍ତିନା ପୁର ର ରାଜା ଥିଲେ ମହାରାଜ ଶାନ୍ତନୁ ଯିଏକି ପରମ ପରାକ୍ରମୀ ଥିଲେ। ଏକଦା ସେ ଗଙ୍ଗା ନଦୀ କୂଳକୁ ଶିକାର ପାଇଁ ଯିବା ସମୟରେ ସେଠାରେ ଏକ ସୁନ୍ଦର ଓ ତରୁଣୀ କନ୍ୟା ଦେଖିଲେ। ତାଙ୍କ ପ୍ରତି ଆକର୍ଷିତ ହୋଇ ଶାନ୍ତନୁ ସେହି କନ୍ୟା ଟିକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଲେ ହେଲେ ସେହି କାନ୍ୟା ଜଣକ ଆଉ କହି ନୁହେଁ ବରଂ ସ୍ଵୟଂ ଗଙ୍ଗା ମାତା ଥିଲେ।

ସେହି କନ୍ୟା ଜଣକ କହିଲେ ମୁଁ ଆପଣଙ୍କୁ ବିବାହ କରିବାକୁ ହେଲେ ମୋର ଏପରି କିଛି ପ୍ରସ୍ତାବ ଅଛି ଯାହାକି ଆପଣଙ୍କୁ ମାନିବାକୁ ପଡ଼ିବ। ତାହା ହେଉଛି ଆପଣ କେବେ ହେଲେ ମଧ୍ୟ ମୋର ଅସ୍ଥିତ୍ଵ କୁ ନେଇ ପ୍ରଶ୍ନ ପଚାରିବେ ନାହିଁ କିମ୍ବା ମୋର କୌଣସି କାର୍ଯ୍ୟ ଭୁଲ୍ ବା ଠିକ୍ ହେଲେ ମଧ୍ୟ ସେଥିରେ ପ୍ରଶ୍ନ ଉଠାଇବେ ନାହିଁ। ଏପରି ହେଲେ ମୁଁ ଚିର ଦିନ ପାଇଁ ଆପଣଙ୍କୁ ଛାଡି ପଳାଇବି। ଗଙ୍ଗା ଙ୍କ ପ୍ରେମରେ ବିମୋହିତ ହୋଇ ରାଜା ଶାନ୍ତନୁ ସେଥିରେ ମଧ୍ଯ ହଁ ମାରିଦେଲେ।

ଏହାପରେ ଦୁହେଁ ବିବାହ କରି ବେଶ ସୁଖରେ ମଧ୍ଯ ଜୀବନ ଯାପନ କଲେ ଏହାପରେ ସେ ଦୁହିଁଙ୍କର ଏକ ପୁତ୍ର ସନ୍ତାନ ହେଲା । ସେଥିପାଇଁ ରାଜା ଶାନ୍ତନୁ ମଧ୍ୟ ଅନେକ ଖୁସି ହୋଇଗଲେ ମାତ୍ର ଗଙ୍ଗା ସେହି ସନ୍ତାନ କୁ ନେଇ ଗଙ୍ଗା ନଦୀରେ ଭସାଇ ଦେଲେ। ଶାନ୍ତନୁ ଙ୍କ ମନକୁ ଘୋର ଆଘାତ ଲାଗିଲା ହେଲେ ପ୍ରତିଶ୍ରୁତି ବଦ୍ଧ ହୋଇଥିବାରୁ ସେ କିଛି କହିପାରିଲେ ନାହିଁ।

ଏହାପରେ ଗଙ୍ଗା ସେହିପରି ୭ ଟି ସନ୍ତାନଙ୍କୁ ପାଣିରେ ଭସାଇ ସାରିଥିଲେ ଶାନ୍ତନୁ ଙ୍କ ଧର୍ଯ୍ୟ ର ସିମା ସେତେବେଳକୁ ଟପି ସରିଥିଲା। ଅଷ୍ଟମ ସନ୍ତାନ କୁ ଭସାଇ ବାକୁ ଆଣୁଥିବା ବେଳେ ଶାନ୍ତନୁ ବିବଛ ହୋଇ ପଚାରିଲେ ଏହି ନିରୀହ ଶିଶୁ ଗୁଡ଼ିକୁ ମାରି ଦେଉଛ କଣ ପାଇଁ।

ଏହାପରେ ଗଙ୍ଗା ପ୍ରତି ଉତ୍ତର ଦେଇ କହିଲେ ଏହା କେବଳ ହେଉଛି ବସିଷ୍ଟ ୠଷି ଙ୍କ ଅଭିଶାପ ପାଇଁ ମୁଁ ଏମାନଙ୍କୁ ମାରି ଦେଇ ନାହିଁ ବରଂ ଏମାନଙ୍କୁ ମୁକ୍ତି ଦେଇଛି। ଇନ୍ଦ୍ର ଦେବଙ୍କ ସାତ ଜଣ ଭାଇଥିଲେ ସେମାନେ ୠଷି ବଶିଷ୍ଠ ଙ୍କ ଗାଈ ଚୋରି କରି ନେଇଥିଲେ । ସେଥି ପାଇଁ ୠଷି ଜଣକ ରାଗିକି ସେମାନଙ୍କୁ ଅଭିଶାପ ଦେଇଥିଲେ କି ସେମାନେ ଭୁ ଲୋକରେ ଜନ୍ମ ନେବେ।

ସେମାନେ ଭୁଲ୍ ମାଗିବାରୁ ୠଷି ବଶିଷ୍ଠ କହିଥିଲେ କି ତୁମେ ମାନେ ୯ ମାସ ମଧ୍ୟରେ ମାତା ଗଙ୍ଗା ଙ୍କ କୋଳରେ ଜନ୍ମ ନେଇ ମୁକ୍ତି ଲାଭ କରିବ ମାତ୍ର ଯିଏ ଗାଈ ଚୋରି କରିଥିଲା ସେ ଭୂପୃଷ୍ଠ ରେ ରହିଯିବ। ସେହି ଅଷ୍ଟମ ସନ୍ତାନ ଭୀଷ୍ମ ଯିଏକି ଗାଈ ଚୋରି କରିଥିଲେ ସେଥି ପାଇଁ ଗଙ୍ଗା ତାଙ୍କୁ ନେଇ ଯାଇଥିଲେ ସତ ହେଲେ ସଠିକ୍ ସମୟରେ ଭୁ ପୃଷ୍ଠ ରେ ଜିବନ ଅତିବାହିତ କରିବା ପାଇଁ ଫେରାଇ ଦେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button