ଜ୍ୟୋତିଷ

କାହିଁକି ବିଷ୍ଣୁଙ୍କୁ ଗୋଇଠା ମାରିଥିଲେ ଋଷି ଭୃଗୁ ଅନେକ ଲୋକ ଜାଣିନାହାନ୍ତି ଏହି ରହସ୍ୟ ଆଜି ହିଁ ଜାଣନ୍ତୁ କାହିଁକି ସୃଷ୍ଟି କର୍ତ୍ତା ବିଷ୍ଣୁ ଙ୍କୁ କାହିଁକି ଗୋଇଠା ମାରିବାର ସାହସ କଲେ ଋଷି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଜାଣିବା କି ମହର୍ଷି ଭୃଗୁ ଭଗବାନ ବିଷ୍ଣୁ ଙ୍କୁ କଣ ପାଇଁ ଗୋଇଠା ମାରିଥିଲେ। ମହର୍ଷି ଭୃଗୁ ହେଉଛନ୍ତି ବ୍ରହ୍ମା ଙ୍କ ମାନସ ପୁତ୍ର। ମହର୍ଷି ଭୃଗୁ ହେଉଛନ୍ତି ସପ୍ତର୍ଶି ମଣ୍ଡଳ ର ଏକ ୠଷି। ଥରେ ସରସ୍ଵତୀ ନଦୀ କୂଳରେ ମୁନି ୠଷି ମାନେ ବସୀ ଆଲୋଚନା କରୁ ଥିଲେ କି ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ମହାଦେବ ଶିବ ଙ୍କ ମଧ୍ୟରୁ କିଏ ମହାନ ଅଟନ୍ତି।

ଏହାର କୌଣସି ଉତ୍ତର ନ ବାହାରିବାରୁ ସେମାନେ ତ୍ରିଦେବ ମାନଙ୍କର ପରୀକ୍ଷା କରିବାକୁ ସ୍ଥିର କଲେ। ଏଥି ପାଇଁ ସେ ମହର୍ଷି ଭୃଗୁ ଙ୍କୁ ନିଯୁକ୍ତି କରିଲେ ଏହା ପାରେ ମହର୍ଷି ଭୃଗୁ ବ୍ରହ୍ମା ଙ୍କ ନିକଟକୁ ଗଲେ ନା ସେ ତାଙ୍କୁ ପ୍ରଣାମ କଲେ ନା କିଛି ମନ୍ତ୍ର ଜପ କଲେ। ଏହା ଦେଖି ବ୍ରହ୍ମା ରାଗିକି ଲାଲ ପଡିଗଲେ ଏହାପରେ ପରେ ଚିନ୍ତା କଲେ ଯେ ଭୃଗୁ ତାଙ୍କର ମାନସ ପୁତ୍ର ବୋଲି ଏହା ଭାବି କ୍ରୋଧ ଶାନ୍ତ କରିଦେଲେ।

ଏହା ପରେ ମହର୍ଷି ଭୃଗୁ ଦେବାଧିଦେବ ମହାଦେବ ଙ୍କ ନିକଟ କୁ ଗଲେ। ଏହାପରେ ମହେଦେବ ତାଙ୍କୁ ଦେଖି ଖୁସି ହୋଇ ଆଲିଙ୍ଗନ କରିବାକୁ ବାହାରିବା ସମୟରେ ମହର୍ଷି ଭୃଗୁ କହିଥିଲେ କି ଆପଣ ସର୍ବଦା ଅଧର୍ମ ର ସାଥ ଦେଉଛନ୍ତି। ଅସୁର ମାନଙ୍କୁ ନାନାଦି ବର ମଧ୍ୟ ଦେଉଛନ୍ତି ମୁଁ ଆପଣଙ୍କୁ ଆଲିଙ୍ଗନ କରିବି ନାହିଁ। ଏହାପରେ ମହାଦେବ କ୍ରୋଧିତ ହୋଇ ତାଙ୍କୁ ତ୍ରିଶୂଳ ରେ ମାରିବାକୁ ଉଠାଇ ଥିଲେ ହେଲେ ଭଗବତୀ ସତୀ ତାଙ୍କୁ ଶାନ୍ତ କରାଇ ଦେଇଥିଲେ।

ଏହାପରେ ମହର୍ଷି ଭୃଗୁ ଭଗବାନ ବିଷ୍ଣୁ ଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ଭଗବାନ ବିଷ୍ଣୁ ଲକ୍ଷ୍ମୀ ଙ୍କ ସହ ପ୍ରେମାଳାପ କରୁଥିଲେ ମହର୍ଷି ଜେତେ ମନ୍ତ୍ର ପାଠ କଲେ ମଧ୍ୟ ବିଷ୍ଣୁ ତାଙ୍କ କଥା ଶୁଣି ପାରିଲେ ନାହିଁ। ଏଥିପାଇଁ କ୍ରୋଧିତ ହୋଇ ମହର୍ଷି ଭୃଗୁ ଭଗବାନ ବିଷ୍ଣୁ ଙ୍କ ଛାତି କୁ ଏକ ଗୋଇଠା ମାରିଲେ । ଏହାପରେ ଭକ୍ତ ବତ୍ସଳ ପ୍ରଭୁ ନିଜ ସିଂହାସନ ରୁ ଓହ୍ଲାଇ ମହର୍ଷି ଭୃଗୁ ଙ୍କ ପାଦ ଧରି କହିଲେ ପ୍ରଭୁ ଆପଣଙ୍କ ପାଦରେ ଆଘାତ ଲାଗି ନାହିଁ ତ।

ଏହା କହି ତାଙ୍କ ସିଂହାସନରେ ବସାଇ କ୍ଷମା ପର୍ଥନା କରିବା ସହିତ ମହର୍ଷି ଭୃଗୁ ଙ୍କ ପାଦ ସ୍ପର୍ଶ ଦ୍ଵାରା ତାଙ୍କ ଜୀବନ ଧନ୍ୟ ହୋଇଗଲା ବୋଲି କହିଲେ। ଏହାପରେ ମହର୍ଷି ଭୃଗୁ ଙ୍କ ଅଶ୍ରୁ ବୋହିଗଲା। ସେହି ଦିନଠାରୁ ଭଗବାନ ବିଷ୍ଣୁ ମହାନ୍ ଦେବତା ରୂପରେ ପୂଜା ପାଇଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button