ଜ୍ୟୋତିଷ

କାହିଁକି ଶେଷ ଯାତ୍ରା ପରେ ପଛକୁ ଦେଖନ୍ତି ନାହିଁ କଣ ରହିଛି ବିଶେଷ କିମ୍ବଦନ୍ତୀ ଜାଣନ୍ତୁ ଏହି ଗୁପ୍ତ ରହସ୍ୟ

ନମସ୍କାର ପାଠକ ବନ୍ଧୁ। ତେବେ ଆଜି ଆମେ ଏକ ନୁଆ ବିଷୟ ରେ ଜାଣିବା ଯେ ଅନ୍ତିମ ସଂସ୍କାର ପରେ ପଛକୁ ବୁଲି ଚାହିଁବା କଣ ପାଇଁ ଉଚିତ୍ ନୁହେଁ। ଆପଣ ମାନେ ତ ଜାଣିଥିବେ ଏହି ଦୁନିଆ ରେ ମୃ-ତ୍ୟୁ ହେଉଛି ଚିରନ୍ତନ ସତ୍ୟ। ମୃତ୍ୟୁ କୁ କେହିବି ଟାଳି ଦେଇ ପାରିବେ ନାହିଁ। ମୃତ୍ୟୁ ଆସିଲେ କେହିବି ଏଥିରୁ ବର୍ତ୍ତି ପାରିବେ ନାହିଁ। ଜନ୍ମ ମୃ-ତ୍ୟୁ ସଂସାର ରେ ଲାଗି ରହିଛି।

ଆମ ଶରୀର ପଞ୍ଚ ତତ୍ତ୍ଵ ପୃଥିବୀ, ଜଳ, ବାୟୁ, ଅଗ୍ନି ଓ ଆକାଶ ରୁ ତିଆରି ହୋଇଥାଏ। ଆଉ ଦିନେ ଏଥିରେ ହିଁ ବିଲିନ ହୋଇଯାଇଥାଏ। ଏବଂ ଏଠାରେ ଯାହା ଧନ ଦୌଲତ ଅର୍ଜନ କରିଥାଏ ତାକୁ ଏହି ଠାରେ ହିଁ ଛାଡ଼ି ଚାଲିଯିବାକୁ ପଡ଼ିଥାଏ। ଏବଂ ଏହି ସତ୍ୟ କୁ କେବେ କେହି ବଦଳାଇ ଦେଇ ପାରିବେନି। ମଣିଷ ଜନ୍ମ ନେଇଛନ୍ତି ମାନେ ଦିନେ ନା ଦିନେ ସେମାନଙ୍କୁ ମୃ-ତ୍ୟୁ ହେବ ହିଁ ହେବ।

ମୃ-ତ୍ୟୁ ସଭିଁ ଙ୍କୁ ସ୍ବୀକାର କରିବାକୁ କଷ୍ଟ କର ହେଉଥିଲେ ମଧ୍ୟ ଏହା ହେଉଛି ଚିରନ୍ତନ ସତ୍ୟ ଅଟେ। ତେବେ ଗରୁଡ଼ ପୁରାଣ ରେ ଉଲ୍ଲେଖ ଅଛି ଯେ ମୃତ ବ୍ୟକ୍ତି ଙ୍କ ଦାହସଂସ୍କାର ପରେ ତାଙ୍କ ପରିବାର ର କେହିବି ସଂଶାନ ଘାଟ ଆଡ଼କୁ ଚାହିଁବା ଉଚିତ୍ ନୁହେଁ। କାରଣ ମୃତ୍ୟୁ ପରେ ମୃତ ବ୍ୟକ୍ତି ର ଆତ୍ମା ଘୁରି ବୁଲୁଥାଏ ଓ ନିଜ ଲୋକଙ୍କୁ ପ୍ରତି ମୋହ ମଧ୍ୟ ନିବିଡ଼ ଥାଏ ତେଣୁ ଯଦି କେହି ପରିବାରର  ବ୍ୟକ୍ତି ତାଙ୍କୁ ଘୁରି ବୁଲି ଚାହିଁଥାନ୍ତି। ତାଙ୍କ ଆତ୍ମା ମୋକ୍ଷ ପାଇନାହିଁ।

 

ସେ ଭାବିଥାନ୍ତି ଯେ ଏବେବି ମୋ ପରିବାର ଲୋକଙ୍କ ମୋହ ମୋ ଉପରେ ଅଛି। ଯାହା ଫଳ ରେ ସେ ମୋକ୍ଷ ନପାଇ ସର୍ବଦା ତାଙ୍କ ଆଖ ପାଖ ରେ ଘୁରି ବୁଲନ୍ତି। ଏବଂ ପଛକୁ ବୁଲି ନ ଚାହିଁଲେ ଭାବନ୍ତି ଯେ ମୋ ପରିବାରର ଆଉ ମୋ ପ୍ରତି କିଛି ମୋହ ନାହିଁ। ଏଣୁ ସେମାନେ ମୋକ୍ଷ ପାଇ ଇହ ଧାମ କୁ ଚାଲଯାଇଛନ୍ତି। ଏହି କାରଣ ବଶତଃ କେବେ ମଧ୍ୟ ଦାହ ସଂସ୍କାର ପରେ ପଛକୁ ବୁଲି ଚାହିଁବା ଉଚିତ ନୁହେଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button