ଜ୍ୟୋତିଷ

Bastu Sastra – ଘରର ମୁଖ୍ୟ ଦ୍ଵାରରେ କଳସ ବସାଇବା ଠିକ୍ ନା ଭୁଲ କଣ କୁହେ ବାସ୍ତୁ ଶାସ୍ତ୍ର ଜାଣନ୍ତୁ ଏହି ଜରୁରୀ କଥା

ମୁଖ୍ୟ ଦ୍ଵାରା ସମ୍ମୁଖରେ ଯେଉଁ କଳସ ବସା ଯାଇଥାଏ ସେହି କଳସ କେଉଁ ପଟେ ବସା ଯାଇଥାଏ ତାହା ଜାଣିଛନ୍ତି କି?ପ୍ରଥମ କଥା ହେଉଛି ଯେ ମୁଖ୍ୟ ଦ୍ଵାରା ସମ୍ମୁଖରେ ଯେଉଁ କଳସ ବସା ଯାଇଥାଏ ତାହାକୁ ଆମେ କଳସ କହିବା ଠିକ୍ ନୁହେଁ।ସେ କଳସ ନୁହେଁ।ଆମେ ତାକୁ କୁମ୍ଭ ବୋଲି କହିବା।କୁମ୍ଭ କହିଲେ ଗୋଟିଏ ମାଠିଆ କୁ ବୁଝାଏ।ସେହି ମାଠିଆ ରେ ଜଳପୂର୍ଣ୍ଣ କରି ରଖିଲେ ତା ଉପରେ ଏକ ଫୁଲ ରଖିବା।

ତାକୁ ଆମେ ପୂର୍ଣ୍ଣ କୁମ୍ଭ ବୋଲି କହିବା।କିନ୍ତୁ ଏହାକୁ  କଳସ କହି ପାରିବ ନାହିଁ।ପୂଜାରେ ଯେଉଁଥିରେ ଆମେ ଭଗବାନ ଙ୍କୁ ଆବାହନ କରିଥାନ୍ତି ତାହାକୁ ଆମେ କଳସ ବୋଲି କହିବା।ଯେଉଁ କୁମ୍ଭ ପାଣିରେ ପୂର୍ଣ୍ଣ ହୋଇ ରହିଥିବ ତାକୁ ଯଦି ଆମେ ଦର୍ଶନ କରି କୌଣସି କାର୍ଯ୍ୟ କରିବା ପାଇଁ ଯିବା ସେହି କାମ ବହୁତ ଶୁଭ ହୋଇଥାଏ।ଆଉ ସେହି କାମ ଭଲରେ ଭଲରେ ହୋଇଯାଇଥାଏ।

ଯାତ୍ରା ମଧ୍ୟ ଶୁଭ ହୋଇଥାଏ।ଏହି ବିଶ୍ୱାସ ରେ ମୁଖ୍ୟ ଦ୍ଵାରା ସମ୍ମୁଖରେ ଏକ ପୂର୍ଣ୍ଣ କୁମ୍ଭ ରଖନ୍ତୁ।ମୁଖ୍ୟ ଦ୍ଵାରା ସମ୍ମୁଖରେ ଏକ ପୂର୍ଣ୍ଣ କୁମ୍ଭ ରଖିଲେ ଏହା ଶୁଭ ର ପ୍ରତୀକ ହୋଇଥାଏ।ଯଦି କୁମ୍ଭ ପାଣି ନଥିବ ସେହିପରି ଖାଲି ଦେଖିକି ଯିବା ତାହେଲେ କିଛି କାମ ପୂରଣ ହେବ ନାହିଁ। ସବୁ କାମ ବିଫଳ ହେବ।ଏମିତି କିଛି ବିଶ୍ୱାସ ରହିଛି।ସାଧାରଣ ଓଡ଼ିଆ ଘରେ ଯଦି କୌଣସି କାର୍ଯ୍ୟରେ ବାହାରକୁ ଯାଇଥାନ୍ତି ସେହି କାମକୁ ଅନୁକୂଳ ରେ ବାହାରିଛନ୍ତି କୁହାଯାଏ।

 

ଏହି ସମୟରେ ତାଙ୍କ ସାମ୍ନାରେ କିଛି ଖାଲି ଜିନିଷ ରଖିବେ ନାହିଁ। ଖାଲି ଜିନିଷ ଯଦି ରଖିଦବେ ତାହେଲେ ସେ ନିଶ୍ଚୟ ଗାଳି ଶୁଣିବେ।ସବୁ ଜିନିଷ ଶୁଭ ଦେଖିଲେ ସବୁ କାର୍ଯ୍ୟ ସଫଳ ହେବ।ଆପଣମାନେ ଜଳପୂର୍ଣ୍ଣ କୁମ୍ଭ କୁ ଡ଼ାହାଣ ପାଶ୍ୱର୍ରେ ରଖି ପାରିବେ।ତାହା ଶୁଭ ହୋଇଥାଏ।ସମ୍ମୁଖ ରେ ମଧ୍ୟ ଜଳପୂର୍ଣ୍ଣ କୁମ୍ଭ ବସାଇ ପାରିବେ।କିନ୍ତୁ ରଖନ୍ତି ନାହିଁ କାରଣ ଯଦି କିଏ ଘରକୁ ଆସୁଥିବେ ଭୁଲ ରେ ଗୋଡ଼ ବାଜି ଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button