ରାଜ୍ୟ
କଳ୍ପଆରମ୍ଭରୁ ରହିଛି କଳ୍ପବୃକ୍ଷ ଏହାର ମହିମା ଜାଣିଲେ ଆପଣଙ୍କ ହୃଦୟ ସ୍ପନ୍ଦନ ବଢ଼ିବାରେ ଲାଗିବ ଦେଖନ୍ତୁ Jaganatha ଙ୍କ ମହିମା Kalpabata ର ବିଶେଶ୍ଵତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମର ପୌରାଣିକ କଥା ଅନୁସାରେ କଳ୍ପ ବଟ ର ଏକ ବିଶେଷ ସ୍ଥାନ ରହିଛି।ଜଗନ୍ନାଥ ଦାସ ଏହି କଳ୍ପ ବଟ ତଳେ ବସି ହିଁ ଭାଗବତ ରଚନା କରିଥିଲେ। କୁହାଯାଏ କି କଳ୍ପ ବଟ ପୃଥିବୀ ଆରମ୍ଭ ରୁ ପୃଥିବର ଶେଷ ପର୍ଯ୍ୟନ୍ତ ଅବସ୍ଥିତ ଅଟେ। ଏହି କଳ୍ପ ବଟ ହିଁ ଏକ ପବିତ୍ର ବୃକ୍ଷ ଅଟେ। କଳ୍ପ ବଟ ମଧ୍ୟ ମଣିଷର ସମସ୍ତ ମନୋଷିକମାନା ପୁରଣ ମଧ୍ୟ କରିଥାଏ।
କଳ୍ପ ର ଅର୍ଥ କାଳ ବା ସମୟକୁ ବୁଝାଇ ଥାଏ। ଏବଂ ଅନ୍ୟ ଏକ ଅର୍ଥ ହେଉଛି ତାହା ମନୋବାଞ୍ଛା ପୁରଣକାରି ଏକ ମହାନ ବୃକ୍ଷ ଅଟେ। କଳ୍ପ ବଟ ଶ୍ରୀମନ୍ଦିର ବା ଶଙ୍ଖ କ୍ଷେତ୍ର ର ନାଭି ସ୍ଥଳ ରେ ଅବସ୍ଥିତ ଅଟେ। ବଟ ମୂଳରେ ପୂର୍ବ ଦିଗରେ ଗୋଟେ ଛୋଟ ପଥର ନିର୍ମିତ ଏକ ମନ୍ଦିର ଅଛି ଏହା ବାଳ କୃଷ୍ଣ ମନ୍ଦିର ନାମରେ ନାମିତ। ବଟ ବୃକ୍ଷ ର ଦକ୍ଷିଣ ପଟ କୁ ବଟ ଗଣେଷ ପୁଜା ପାଉଛନ୍ତି।
ପଶ୍ଚିମ ଦିଗରେ ବାଟ ମଙ୍ଗଳା ଅବସ୍ଥାପିତ । ଏବଂ କଥାରେ ଅଛି ଏହି ବଟ ବୃକ୍ଷ ତଳେ ହିଁ ଜଗନ୍ନାଥ ଦାସ ଭାଗବତ ରଚନା କରିଥିଲେ ଓ ଏହି ଠାରେ ହିଁ ତାଙ୍କର ଶ୍ରୀ ଚୈତନ୍ୟ ଙ୍କ ସହ ଦେଖା ହୋଇଥିଲା। ଭକ୍ତ ଙ୍କ ବିଶ୍ବାସ ଯେ କଳ୍ପ ବଟ ଚାରିପଟେ ତିନି ଥର ବୁଲିଲେ ମନୋଷିକାମନା ପୂର୍ଣ୍ଣ ହୋଇ ଥାଏ। କଳ୍ପ ବଟ ହେଉଛି ଶ୍ରୀ ମନ୍ଦିର ବେଢ଼ା ରେ ଥିବା ଏକ ପୁରୁଣା ପ୍ରସିଦ୍ଧ ବେଢ଼ା ବୃକ୍ଷ।
ପ୍ରଳୟ ଆରମ୍ଭ ରୁ ପ୍ରଳୟ ଶେଷ ଯାଏଁ ହେଉଛି କଳ୍ପ ବୃକ୍ଷ। ଭଗବାନ ବିଷ୍ଣୁ ଶିଶୁ ରୂପରେ ବଟ ବୃକ୍ଷ ର ପତ୍ରରେ ଶୟନ କରୁଥିବାର ମଧ୍ଯ କିମ୍ବଦନ୍ତୀ ରହିଛି। ଶ୍ରୀମନ୍ଦିରରେ ସତ୍ୟନାରାୟଣ ମନ୍ଦିର ଓ ମୁକ୍ତି ମଣ୍ଡପ ମଧ୍ୟରେ କଳ୍ପବଟ ଅବସ୍ଥିତ। ସ୍କନ୍ଦ ପୁରାଣରେ ଏହି ବୃକ୍ଷ ସମ୍ପର୍କ ରେ ବର୍ଣ୍ଣନା ଦେଖିବାକୁ ମିଳିଥାଏ।