ଜ୍ୟୋତିଷ

ଠାକୁର୍ ଘରେ ଭଗବାନ ଙ୍କ ମୁଁହଁ କେଉଁ ଦିଗକୁ ରହିଲେ ଘର ପାଇଁ ଅତ୍ୟନ୍ତ ଶୁଭ ଜାଣନ୍ତୁ ଏହି ଗୁରୁତ୍ଵପୂର୍ଣ ତଥ୍ୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଜାଣିବା କିଛି  ଠାକୁର ଘର ବାସ୍ତୁ ଶାସ୍ତ୍ର ସମ୍ପର୍କରେ। ବନ୍ଧୁଗଣ ଆପଣ ଙ୍କ ଘରେ ଥିବା ଠାକୁର ଘର ସର୍ବଦା ଐଶାନ୍ୟ କୋଣରେ ରହିବା ଉଚିତ ଅଟେ। ଅର୍ଥାତ୍ ଉତ୍ତର ପୂର୍ବ କୋଣ ରେ ରହିବା ଉଚିତ୍। ଶୋଇବା ଘରେ ମଧ୍ୟ ପୁଜା କରିବା ଅନୁଚିତ ଅଟେ। ଠାକୁରଙ୍କୁ ମଧ୍ଯ ରଖିବା ପାଇଁ ଏକ ସ୍ବତନ୍ତ୍ର ଆସ୍ଥାନ ରଖନ୍ତୁ ଏବଂ ପୂଜା ସାରିବା ପରେ ସେଥିରେ ପରଦା ମଧ୍ୟ ପକାନ୍ତୁ।

ପୂଜା ଘର ର ଝରକା ଓ କବାଟ  ମଧ୍ଯ ଉତ୍ତର ପୂର୍ବ ଦିଗରେ ରହିବା ଉଚିତ ଅଟେ। ପୂଜା ଘରର କବାଟ ସର୍ବଦା ଏକ ଫାଳିଆ ନ ହୋଇ ଦୁଇ ଫାଳିଆ ହେବା ଉଚିତ ଅଟେ। ଏବଂ ଏହି କବାଟ କେବେ ବି ଲୁହା , ଟିଣ କିମ୍ବା ଗ୍ରିଲ କରିବା ଉଚିତ ନୁହେଁ। ସବୁ ବେଳେ କାଠ ର କରାନ୍ତୁ ଏବଂ ଏହାର ବନ୍ଧ ଚାରି କାଠ ବିଶିଷ୍ଟ ହେବା ଉଚିତ ଅଟେ। ଠାକୁର ଘରର କବାଟ ମଧ୍ୟ ଆପେ ଆପେ ଖୋଲିବା କି ବନ୍ଦ ହୋଇଯିବା ମଧ୍ଯ ଭଲ ନୁହେଁ।

ଏପରି ହେବା ଦ୍ବାରା ପରିବାର କୁ କ୍ଷତି ପହଞ୍ଚାଇ ଥାଏ। ଠାକୁର ଘରେ ମୂର୍ତ୍ତି ପୂଜା ର ବ୍ୟବସ୍ଥା ନକରି ଫଟୋ ପୂଜା କରିବା ଉଚିତ ଅଟେ। ଯଦି ମୂର୍ତ୍ତି ପୂଜା କରୁଛନ୍ତି ତେବେ ତାହା ଛଅ ଆଙ୍ଗୁଳି ରୁ ଛୋଟ ହେବା ଉଚିତ ଅଟେ। ଯଦି ଆପଣଙ୍କୁ ବଡ଼ ମୂର୍ତ୍ତି ପୂଜା କରିବାର ଅଛି ତେବେ ଘର ବାହାରେ ଉତ୍ତର ପୂର୍ବ କୋଣ ରେ ଅଲଗା ଏକ ଘର କରି ମୂର୍ତ୍ତି ସ୍ଥାପନ କରିବା ଉଚିତ ଅଟେ। ଏହାକୁ ମଧ୍ୟ ବ୍ରାହ୍ମଣ ପୂଜା କରିବା ଉଚିତ ଅଟେ।

 

ଠାକୁରଙ୍କ ଫଟୋ କୁ ଟାଙ୍ଗିବା ମଧ୍ୟ ଉଚିତ ହୋଇ ନଥାଏ। ଠାକୁର ଙ୍କ ଫଟୋ କୁ କାନ୍ଥ କୁ ଲଗାଇ ରଖିବେ ନାହିଁ କିମ୍ବା ଏହାକୁ କାନ୍ଥ ରେ ଟାଙ୍ଗିବେ ନାହିଁ। ଠାକୁର ଙ୍କ ଫଟୋ ବା ମୁହଁ କୁ ପଶ୍ଚିମ ଦିଗକୁ କରି ରଖିବା ଉଚିତ ଅଟେ।କେବଳ ମନ୍ଦିରରେ ହିଁ ଠାକୁର ଙ୍କ ମୁହଁ ପୂର୍ବ କୁ କରା ଯାଇ ପାରିବ। ଏଭଳି ଅନେକ ସବୁ ନିୟମ ଯାହା ବାସ୍ତୁ ଶାସ୍ତ୍ରରେ ଅଛି ଆପଣ ସମ୍ପୂର୍ଣ ଭିଡିଓ ଟି ଦେଖିଲେ ଜାଣି ପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button