ଜ୍ୟୋତିଷ
ସ୍ବପ୍ନରେ ଆସିଲେ ବଡ ଠାକୁର୍ ସକାଳୁ ଉଠି କଲେ ସ୍ଵପ୍ନ ପୁରଣ ଆଜି ବ୍ୟକ୍ତି କରୁଛନ୍ତି ଏମିତି ଜଗନ୍ନାଥ ଙ୍କ ମୂର୍ତ୍ତୀ ତିଆରି ମୁଣ୍ଡରେ ରହିଛି ଜଗନ୍ନାଥଙ୍କ କୃପା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଆମ ଜଗତର ନାଥ ସେ ହେଉଛନ୍ତି ଲୀଳା ମୟ ତାଙ୍କ ଲୀଳା ର ନା ଆଦି ଅଛି ନା ଅନ୍ତ। ତାଙ୍କ ଲୀଳା ହେଉଛି ଅପାର ଓ ଆମ ମାନଙ୍କର କଳ୍ପନା ବାହାରେ ଅଟେ। ସେହି ଲୀଳା ମୟ ଠାକୁର ଭକ୍ତ ଙ୍କ ସମସ୍ତ ମନୋବାଞ୍ଛା କୁ ପୁରଣ କରିଥାଆନ୍ତି। ସେଥି ପାଇଁ ସେ ଭକ୍ତ ଙ୍କୁ ସପ୍ନାଇ ମଧ୍ଯ ଥାଆନ୍ତି। ସ୍ବପ୍ନ ମାଧ୍ୟମରେ ଭଗବାନ ତାଙ୍କ ବାର୍ତ୍ତା ତାଙ୍କ ଭକ୍ତ ନିକଟରେ ପହଞ୍ଚାଇ ଥାନ୍ତି।
ସେହିପରି କଟକର, ନିଶ୍ଚନ୍ତକୋଇଲି, ରାମକୃଷ୍ଣପୁର ଗ୍ରାମର ଗୋପାଳ ଚନ୍ଦ୍ର ନାଥ ଜଣେ କପଡା ଦୋକାନୀ ଙ୍କ କପଡା ଦୋକାନରେ ଦୀର୍ଘ ଦିନ ଧରି ସେଲ୍ସ ମ୍ୟାନ ଭାବରେ କାର୍ଯ୍ୟ କରନ୍ତି। ଦିନେ ରାତିରେ ଜଗନ୍ନାଥ ଙ୍କୁ ସ୍ବପ୍ନ ରେ ଦେଖିଲେ ସ୍ବପ୍ନ ରେ ଦେଖିଥିଲେ କି ସେ ନିଜେ ଜଗନ୍ନାଥ ଙ୍କ ମୂର୍ତ୍ତି ତିଆରି କହୁଛନ୍ତି। ସେ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ଓ ଭାବିଲେ ସେ ସ୍ବପ୍ନ ରେ ଦେଖିଥିବା ଶ୍ରୀ ଜଗନ୍ନାଥ ଙ୍କ ମୂର୍ତ୍ତି ଅବିକଳ ଭାବେ ତିଆରି କରିଦେବେ।
ସେହି ଭଳି ହିଁ ହେଲା ସେ ସ୍ବପ୍ନ ରେ ଦେଖିଥିବା ଅବିକଳ ମୂର୍ତ୍ତି ତିଆରି କରିଦେଲେ ଏବଂ ସେହି ଦିନ ଠାରୁ ସେ ରାତାରାତି ବନିଗଲେ ମୂର୍ତ୍ତି କାରିଗର। ଜଗନ୍ନାଥ ଙ୍କ ବିଭିନ୍ନ ବେଶ ସହ ସୋଲାର ତିଆରି କରୁଛନ୍ତି ଶ୍ରୀ ଜଗନ୍ନାଥ ଙ୍କ ମୂର୍ତ୍ତି ଙ୍କୁ। ସେ ମଧ୍ୟ ଏହି କାର୍ଯ୍ୟ ଦୀର୍ଘ ୨୦ ବର୍ଷ ହେବ କରିବା ପାଇଁ ଲାଗିଲେଣି।
ସେ କହିଥିଲେ କି ସେ ଏହା ଜଗନ୍ନାଥ ଙ୍କ ପ୍ରେମ ପାଇଁ କରୁଛନ୍ତି ତେଣୁ ସେ ପାରିଶ୍ରମିକ ବିଷୟରେ କିଛି ଭବନ୍ତିନି। ଯିଏ ଯାହା ତାଙ୍କୁ ଦେଲା ତାହା ସେ ନିଜ ପାଖରେ ରଖି ଦିଅନ୍ତି କାହା ପାଖରେ କିଛି ଡିମାଣ୍ଡ ମଧ୍ୟ କରନ୍ତି ନାହିଁ । ସତରେ ଏହା ଏକ ଜଗନ୍ନାଥ ଙ୍କ ତାଙ୍କ ଉପରେ ଏକ ବିଶେଷ କୃପା ଅଟେ କାରଣ ସେ ହେଉଛନ୍ତି ଲୀଳା ମୟ ଠାକୁର।




