ରାଜ୍ୟ

କୋଣାର୍କ ଭିତରେ କଣ ଅଛି ଦେଖନ୍ତୁ ଖୋଲିବ ରହସ୍ୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟର ସବୁ ଠାରୁ ବଡ଼ ଖବର ସମ୍ପର୍କ ରେ ଆପଣ ମାନେ ବେଶ ଭଲ ଭାବରେ ଜାଣି ସାରିଥିବେ। ଯାହାକି ହେଉଛି କୋଣାର୍କ ମଧ୍ୟରୁ କଢ଼ା ଯାଉଛି ବାଲି। ଆପଣ ମାନେ ଜାଣିଥିବେ କି କୋଣାର୍କ ମନ୍ଦିର ର ବାହାର ପଟ ର କାରୁକାର୍ଯ୍ୟ ଦେଖି ସମସ୍ତେ ବିମୋହିତ ହେଉ ଥିବା ବେଳେ ମନ୍ଦିର ମଧ୍ୟରେ କଣ ଅଛି ତାହା କେହି କେବେ ଜାଣି ପାରି ନାହାଁନ୍ତି।
ବ୍ରିଟିଶ ଅମଳରୁ ସୂର୍ଯ୍ୟ ମନ୍ଦିର ମଧ୍ୟରେ ବାଲି ରହିଛି । ଏବେ ଏହି ବାଲି କଢ଼ା ଯିବା ପାଇଁ ଉଦ୍ୟମ ମଧ୍ଯ ଚାଲିଛି। କୁହା ଯାଇଛି କି ଏହି ବାଲି କଢ଼ା ଯିବା ପରେ ଅନେକ ଗୁଡ଼ିଏ ରହସ୍ୟ ଉପରୁ ପରଦା ମଧ୍ୟ ଉଠିପାରେ। ଅନେକ ଗୁରୁତ୍ଵ ପୂର୍ଣ୍ଣ ତଥ୍ଯ ମଧ୍ୟ ସାମ୍ନାକୁ ଆସିପାରେ। ବାଲି କଢ଼ା ଯିବା ପାଇଁ ପ୍ଲାଟ ଫର୍ମ ତିଆରି କରିବା ପାଇଁ ମଧ୍ୟ ତିନିମାସ ସମୟ ଲାଗିବ।
ପଶ୍ଚିମ ପଟ ରୁ ଗାତ କରାଯାଇ ଏହି ବାଲି ବାହାର କରିବା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ। ସୁରକ୍ଷା ପ୍ରତି ମଧ୍ଯ ସ୍ଵତନ୍ତ୍ର ଧ୍ୟାନ ଦିଆ ଯିବ। ଏବଂ ଯେପରି ଭାଇବ୍ରେଶନ ନ ହେବ ସେଥି ପ୍ରତି ମଧ୍ୟ ଦୃଷ୍ଟି ଦିଆ ଯିବ। ହାତ ରେ ହିଁ ବାଲି ବାହାର କରାଯିବ ଏବଂ ଏଥି ପାଇଁ ତିନି ବର୍ଷରୁ ଅଧିକା ସମୟ ମଧ୍ୟ ଲାଗିବ। ଏବଂ ଏହି ୧୨୦ ବର୍ଷ ର ବାଲି ଦବି ଯାଇ ଥିବାରୁ ଏବେ ବିପଦରେ ଅଛି କୋଣାର୍କ।
ଭାରତରେ ସପ୍ତମ ଆଶ୍ଚର୍ଯ୍ୟ ସୂର୍ଯ୍ୟ ମନ୍ଦିରକୁ ନେଇ ଆଜି ମଧ୍ୟ ରହିଛି ଅନେକ ଆଶ୍ଚର୍ଯ୍ୟ। କୁହାଯାଏ କି ମୂଳ ମନ୍ଦିର ପୋତି ହୋଇ ରହିଛି ଏବଂ କେବଳ ମୁଖ ଶାଳା ହିଁ ଦୃଶ୍ୟମାନ ହେଉଛି। ଯେଉଁ ଅଂଶ ରାହିଛି ସେଥିରେ ମଧ୍ୟ ଅନେକ ରହସ୍ୟ ଲୁଚି ରହିଛି। ଏବେ ଏହି ସମସ୍ତ ପ୍ରକାର ଦ୍ୱିଧା ର ସମାଧାନ ସେତେବେଳେ ହେବ ଯେତେବେଳେ କୋଣାର୍କ ମନ୍ଦିର ମଧ୍ୟରୁ ସମ୍ପୂର୍ଣ ଭାବରେ କଢ଼ା ଯାଇ ସାରିଥିବ। ବାସ୍ ଏହି ସବୁ କାର୍ଯ୍ୟ ସୁରକ୍ଷିତ ଭାବରେ ସମାପନ ହୋଇ ଯାଉ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button