ରାଜ୍ୟ

ପ୍ରଭୁ ଜଗନ୍ନାଥ ଙ୍କ ପାଖକୁ ଫେରିବ ହୀରା କୋହିନୂର ! ପ୍ରଭୁ ଜଗନ୍ନାଥ ହିଁ ନେଇପାରିବେ ଏହି …..

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କୋହିନୁର ହୀରା ସମ୍ପର୍କ ରେ କିଛି କଥା କହିବାକୁ ଯାଉଛୁ। ଯାହାକି ଆପଣ ମାନେ ପୂର୍ବ ରୁ କେବେ ହେଲେ ମଧ୍ୟ ଜାଣି ନଥିବେ। ଅନେକ ଲୋକ ମାନେ କୁହନ୍ତି କି ସାରା ବିଶ୍ଵର ସମ୍ପତ୍ତି କୁ ଏକ କଲେ ମଧ୍ୟ ଏହି କୋହିନୁର ହୀରା ସାମ୍ନାରେ ଫିକା ପଡ଼ିଯିବ। ତେବେ ଚାଲନ୍ତୁ ଜାଣିବା ଜଗନ୍ନାଥ ଙ୍କୁ ବି କାହିଁକି ମିଳିବାର ଅଛି ଏହି ହୀରା ଟି। ରାଜା ରଞ୍ଜିତ ସିଂ ମଧ୍ଯ ତାଙ୍କ ୱିଲ ରେ ଏହାକୁ ଜଗନ୍ନାଥ ଙ୍କୁ ଦେବା ପାଇଁ ଲେଖି ଯାଇଥିଲେ।
ରାଜା ରଞ୍ଜିତ ସିଂ ଏହି ହୀରା ଟିକୁ ବହୁତ ଭଲ ପାଉଥିଲେ ଏବଂ ସେ ଯୁଆଡେ ଯାଉ ଥିଲେ ଏହି ହୀରା କୁ ମଧ୍ଯ ହାତରେ ପିନ୍ଧି ଯାଉଥିଲେ। ଏହି ସମୟରେ ତାଙ୍କ ଦରବାରରେ ଏକ ପୁରୀର ପଣ୍ଡା ଥିଲେ । ଯେକି ତାଙ୍କୁ କହିଥିଲେ ଯେ ପର୍ଯ୍ୟନ୍ତ ସେ ଭଲ ପାଉଥିବା ସମ୍ପତ୍ତି କୁ ଦାନ ନ କରିଛନ୍ତି ତାହାଲେ ତାହା ତାଙ୍କୁ ବିପଦରେ ପକେଇବ। ଏବଂ ସେଥି ପାଇଁ ରାଜା ରଞ୍ଜିତ ସିଂ ଏହାକୁ ଦାନ କରିବା ପାଇଁ ଚିନ୍ତା କରିଥିଲେ।
ଏହି ମଣି ଟିକୁ ସୂର୍ଯ୍ୟ ତାଙ୍କ ରଶ୍ମି ରୁ ଉଦ୍ଭାବନ କରିଛି ବୋଲି କଥା ରହିଛି। ଏବଂ ଏହାପରେ ଏହା ଶ୍ରୀକୃଷ୍ଣ ଙ୍କ ନିକଟରେ ମଧ୍ଯ ଥିଲା। ଏହାପରେ ଏହି ମଣି ର କୌଣସି ପତ୍ତା ମିଳି ନଥିଲା । ହେଲେ ତାହାପରେ କ୍ରୀଷ୍ଣା ନଦୀ କୂଳରେ କୁନୁର ନାମକ ଏକ ଖଣି କୂଳରେ ଏହାର ପତ୍ତା ମିଳି ଥିଲା। ଏହାପରେ ପ୍ରତାପ ରୁଦ୍ର ଦେଵ ଏହାକୁ ନେଇ ମାଆ ଭଦ୍ରକାଳୀ ଙ୍କ ଚକ୍ଷୁ ରେ ସ୍ଥାପନ କରିଥିଲେ। ଏହାପରେ ମାଲିକାଫୁର ଆକ୍ରମଣ କରି ଏହି ହୀରା କୁ ନେଇ ଯାଇଥିଲେ।
ଏହି ହୀରା କୁ ପାଇବା ପାଇଁ ଅନେକ ଙ୍କ ଇଚ୍ଛା ଥିଲା ଅନେକ ଶାସକ ମାନେ ଏଥି ପାଇଁ ଲଢ଼େଇ କରିଥିଲେ। ମାତ୍ର ସର୍ବ ଶେଷରେ ୱାଫା ବେଗମ୍ ଏହାକୁ ରାଜା ରଞ୍ଜିତ ସିଂ ଙ୍କୁ ଦେଇଥିଲେ। ଏହି ହୀରା ତାଙ୍କ ପାଇଁ ଏକ ବିଜୟର ପ୍ରତୀକ ଥିଲା। ହେଲେ ତାଙ୍କୁ ଯେତେବେଳେ ହୃଦ୍ ଘାତ ହୋଇଥିଲା ସେତେବେଳେ ପଣ୍ଡିତ ମାନେ ତାଙ୍କୁ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର କୁ ଦାନ କରି ଦେବାକୁ କହିଥିଲେ। ମାତ୍ର ତାଙ୍କ ମୃ-ତ୍ୟୁ ପରେ ତାଙ୍କ କୋଷାଧ୍ୟକ୍ଷ ମାନେ ଏଭଳି କରି ନଥିଲେ। ଏହାପରେ ସେହି ହୀରା କୁ ସେମାନେ ଲୁଚାଇ ଦେଇଥିଲେ। ଏହାକୁ ସମସ୍ତେ ନିଜର ବୋଲି ଏବେ ଦାବୀ ମଧ୍ୟ କରୁଛନ୍ତି। ହେଲେ ଏହା ହେଉଛି ତାହାର ଯାହାକୁ ରାଜା ରଞ୍ଜିତ ସିଂ ଦାନ କରି ଦେଇଥିଲେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button