ମନୋରଞ୍ଜନ

ମହାଭାରତ ଯୁଗର ରାକ୍ଷୀ ଫୁଲ ଜାଣନ୍ତୁ କଣ ରହିଛି ଏହାର ବିଶେଶ୍ୱତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁଯାୟୀ କମଳ ଫୁଲର ଅନେକ ମହତ୍ତ୍ଵ ଗୁଣ ରହିଛି। ଏଭଳି ଏକ ଫୁଲ ର ମହତ୍ତ୍ଵ ମଧ୍ୟ ଅଛି ଯାହାକୁ କି ରାକ୍ଷୀ ଫୁଲ ବୋଲି କୁହାଯାଇଥାଏ। ଏହି ଫୁଲଟି ଦେଖିବା ପାଇଁ ମଧ୍ୟ ଅବିକଳ ଏକ ରାକ୍ଷୀ ଭଳି। ଏହି ଫୁଲର ସଂଯୋଗ ମଧ୍ଯ ମହାଭାରତ ଯୁଗ ସହ ରହିଛି। ଆପଣ ମାନେ ପ୍ରାୟତଃ ଅନେକ ପ୍ରକାରର କମଳ ଫୁଲ ମଧ୍ଯ ଦେଖିଥିବେ ।
କିନ୍ତୁ ଏହି ରାକ୍ଷୀ ଫୁଲ କୁହା ଯାଉଥିବା କମଳ ଟି ହେଉଛି କୃଷ୍ଣ କମଳ। ଏହି ରାକ୍ଷୀ ଫୁଲର ଆକାର ଟିକେ ଭିନ୍ନ ହୋଇଥିବାରୁ ତାହାକୁ ଝୁଙ୍କା ଲତା ବୋଲି ମଧ୍ୟ କୁହାଯାଇଥାଏ। ଅନ୍ୟ ଭାଷାରେ ଏହାକୁ ମଧ୍ଯ ଯୁଗ୍ମ ଫୁଲ ମଧ୍ୟ କୁହାଯାଇଥାଏ। ଏହି ଫୁଲକୁ ମଧ୍ଯ ଖୁବ୍ ଶୁଭ ଭାବରେ ଧରା ଯାଇଥାଏ। ଏହାର ବୈଜ୍ଞାନିକ ନାମ ହେଉଛି ଫ୍ଲାସି ଫ୍ଲୋରା। ଏହା ଅନ୍ୟ କୌଣସି ଗଛ ସାଥିରେ ମଧ୍ଯ ଆଗକୁ ବଢ଼ିପାରେ।
ଏହି ଫୁଲ ମଧ୍ଯ ସାଉଥ୍ ଇଷ୍ଟ ଆମେରିକା କିମ୍ବା ସାଉଥ୍ ଆମେରିକାରେ ମଧ୍ଯ ମିଳିଥାଏ। ତେବେ ଏହି କମଳ ଫୁଲର ମଧ୍ଯ ଅନେକ ବିଶେଷତ୍ଵ ରହିଛି। ଭୂମି ଉପରେ ଏହି ଗଛର ଯେତିକି ଅଂଶ ଥାଏ ସେଥିରୁ ପୁଣି ଔଷଧ ପ୍ରସ୍ତୁତ କରାଯାଇଥାଏ। ଏହାର ଲତା ଗୁଡିକରେ ଫୁଲ ସହିତ ଫଳ ମଧ୍ଯ ଫଳି ଥାଏ। ଏହି ଫୁଲ ମଧ୍ଯ ବିଭିନ୍ନ ପ୍ରକାରର ରଙ୍ଗରେ ମିଳିଥାଏ। ଯାହା ମଧ୍ୟରେ ରହିଛି ବାଇଗଣୀ, ଧଳା ,ଲାଲ୍ ଇତ୍ୟାଦି।
ଏହି ଫୁଲର ମଧ୍ୟ ପାଞ୍ଚ ଶହ ପ୍ରଜାତି ରୁ ଅଧିକ ପ୍ରଜାତି ରହିଛି। ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଲୋକ ମାନେ ଏହାକୁ ନିଜ ଘରେ ଲଗାଇବା ପାଇଁ ବେଶ ଶୁଭ ବୋଲି ମଧ୍ୟ ମନେ କରିଥାଆନ୍ତି। ଏହାର ପାଖୁଡ଼ାରେ ସଂଖ୍ୟା ପାଖାପାଖି ୧୦୦ ହୋଇଥାଏ। ଫୁଲଟି ଦେଖିବାକୁ ମଧ୍ଯ ଖୁବ୍ ସୁନ୍ଦର୍ ଅଟେ। ତେବେ ଆପଣଙ୍କୁ ଏହା କିଭଳି ଲାଗିଲା ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button