ଜ୍ୟୋତିଷ

ଗରିବ ଚାଷୀ କୁ ଆସି ଦର୍ଶନ ଦେଲେ ସ୍ଵୟଂ ନାଗ ଦେବତା ଦେଖନ୍ତୁ ଏହି ବିରଳ ଦୃଶ୍ୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏକ କାହାଣୀ ସମ୍ପର୍କ ରେ କହିବାକୁ ଯାଉଛୁ। ସେହି କାହାଣୀ ଶୁଣିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ରାୟପୁର ଗ୍ରାମରେ ହରିଦତ୍ତ ନାମରେ ଏକ ବ୍ରାହ୍ମଣ ଥିଲେ। ତାଙ୍କ ନିକଟରେ ଚାଷ ଜମି ଥିଲା ହେଲେ ସେଥିରେ ଅଧିକ ଫସଲ ହେଉ ନଥିଲା। ଦିନେ ହରିଦତ୍ତ ଏକ ଗଛ ତଳେ ସୋଇଥିଲେ।
ଏବଂ ଯେତେବେଳେ ସେ ତାଙ୍କ ଆଖି ଖୋଲିଲେ ସେତେବେଳେ ଦେଖିଲେ କି,
ଗୋଟେ ସାପ ତାଙ୍କ ସମ୍ମୁଖରେ ଫଣା ବିସ୍ତାର କରି ଅଛି। ସାପ ଦେଖିବା ପାଇଁ ଅଦ୍ଭୁତ ମଧ୍ୟ ଥିଲା। ଏହାପରେ ସେହି ବ୍ରାହ୍ମଣ ଟି ଭାବିଲେ କି ତାଙ୍କ ସମ୍ମୁଖ କୁ ସ୍ଵୟଂ ନାଗ ଦେବତା ଆସିଛନ୍ତି ବୋଲି।
ଏବଂ ସେ ପୁଜା କରିବାକୁ ଚାହିଁଲେ। ଏହାପରେ ସେ ମାଟି ପାତ୍ରରେ କ୍ଷୀର ଆଣି ସେହି ସାପ ଟିକୁ ପିଇବା ପାଇଁ ଦେଲେ। ହରିଦତ୍ତ ସେହି ସାପ ଟିକୁ କ୍ଷମା ମାଗିଲେ। କାରଣ ସେ ଆଗରୁ ମଧ୍ଯ ଅନେକ ଥର ସେହି ସାପ କୁ ଦେଖିଥିଲେ।
 ମାତ୍ର ସେ ତାଙ୍କୁ ଏକ ସାଧାରଣ ସାପ ବୋଲି ଭାବୁ ଥିଲେ। ଏହାପରେ ସେ ସାପ କୁ କ୍ଷୀର ଦେଇ ସେଠାରୁ ଚାଲିଗଲେ। ଏବଂ ତାହା ପରଦିନ ଯେତେବେଳେ ସେ ସେହି ଜମି କୁ ଆସିଥିଲେ ସେତେବେଳେ ଦେଖିଥିଲେ କି କ୍ଷୀର ଦେଇଥିବା ପାତ୍ରରେ ଏକ ସ୍ଵର୍ଣ୍ଣ ମୁଦ୍ରା ଥିବାର।
ଏହାପରେ ସେ ଖୁସୀରେ ସେ ମୁଦ୍ରାକୁ ନେଇଗଲେ। ଏଭଳି ଭାବରେ ସବୁ ଦିନ ସାପ କ୍ଷୀର ପିଏଇବା ସହ ସ୍ଵର୍ଣ୍ଣ ମୁଦ୍ରା ମଧ୍ୟ ନେଇ ଯାଉଥିଲେ। ଏହାପରେ ତାଙ୍କର କୌଣସି କାମ ପାଇଁ ତାଙ୍କୁ ଅନ୍ୟ ଏକ ଗ୍ରାମକୁ ଯିବାକୁ ପଡ଼ିଲେ।
ହେଲେ ସେ ତାଙ୍କ ପୁଅ ଙ୍କୁ କହି ଦେଇଥିଲେ କି ସବୁଦିନ ସାପ କୁ କ୍ଷୀର ଦେବା ସହ ସ୍ଵର୍ଣ୍ଣ ମୁଦ୍ରା ଆଣିବା ପାଇଁ। ଏହାପରେ ଯେତେବେଳେ ପୁଅ ଟି ସାପ ଠାରୁ ସ୍ଵର୍ଣ୍ଣ ମୁଦ୍ରା ଆଣିଲା ସେ ଭାବିଲା ଯଦି ସେ ସାପ କୁ ମାରିଦେବ ତେବେ ସେ ସାପ ଠାରୁ ଅନେକ ସ୍ଵର୍ଣ୍ଣ ମୁଦ୍ରା ପାଇ ଏକ ଧନୀ ବ୍ୟକ୍ତି ହୋଇ ଯିବ।
ଏହା ଭାବି ଯେତେବେଳେ ସେ ସାପ କୁ ଏକ ଲାଠିରେ ପାହାର ମାରିଲା ସେତେବେଳେ ସାପ ଟି ପିଲାଟିକୁ ଦଂଶନ କଲା ସେଠାରେ ହିଁ ପିଲାଟିର ମୃ-ତ୍ୟୁ ହେଲା। ସେଥି ପାଇଁ କୁହାଯାଏ କି ଅତ୍ୟଧିକ ଲୋଭ କରିବା ଉଚିତ ନୁହେଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button