Jyotish Shastra- ବାଛନ୍ତୁ ନିଜର ଜନ୍ମ ବର୍ଷ ଓ ଜାଣନ୍ତୁ ନିଜର ଏକ ରାଜ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁପରି ଆପଣଙ୍କ ଜନ୍ମ ତାରିଖ ଆପଣଙ୍କ ବିଷୟରେ କହିଥାଏ ସେହିପରି ଆପଣଙ୍କ ଜନ୍ମ ବର୍ଷ ମଧ୍ୟ ଆପଣଙ୍କ ବ୍ୟକ୍ତିତ୍ବ ଏବଂ ସ୍ଵଭାବ ସହ ଆପଣଙ୍କ ସହ ଜଡିତ କିଛି ରହସ୍ୟ ବିଷୟରେ କହିଥାଏ ।
ଆଜି ଆମେ ଆପଣ ମାନଙ୍କୁ ଆପଣଙ୍କ ଜନ୍ମ ବର୍ଷ ବାଛିବାକୁ ଦେବୁ ଯାହା ଫଳରେ ଆପଣ ସେହି ବର୍ଷ ଆଧାରରେ ଆପଣଙ୍କ ବିଷୟରେ କିଛି ରହସ୍ୟ ପୂର୍ଣ୍ଣ କଥା ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବର୍ଷ 1981, 1988, 1995
ଏହି ସବୁ ବର୍ଷରେ ଜନ୍ମ ହୋଇଥିବା ବ୍ୟକ୍ତିବିଶେଷ ବହୁତ ସ୍ମାର୍ଟ ଏବଂ ଆର୍ମାବିଶ୍ଵାସୀ ହୋଇଥାନ୍ତି । ଆପଣ ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ଜୀବନରେ ସଫଳତା ହାସଲ କରିପାରିବେ । ଆପଣଙ୍କୁ ଭାଗ୍ୟ ଠାରୁ ଅଧିକ ନିଜ ପରିଶ୍ରମ ଉପରେ ବିଶ୍ଵାସ ରହିଥାଏ । ଆପଣ କୌଣସି ଲୋକ ଉପରେ ସହଜରେ ବିଶ୍ଵାସ କରି ନଥାନ୍ତି । ଏହି କାରଣରୁ କିଛି ଲୋକ ଆପଣ ମାନଙ୍କୁ ସ୍ଵାର୍ଥୀ ଭାବିଥାନ୍ତି ।
ବର୍ଷ 1982, 1990, 1997, 1999
ଏହି ସବୁ ବର୍ଷରେ ଜନ୍ମ ହୋଇଥିବା ବ୍ୟକ୍ତିବିଶେଷ ମାନେ ବହୁତ ସ୍ନେହୀ ଓ ବିଶ୍ଵାସୀ ହୋଇଥାନ୍ତି । ନିଜ ସହ ଜଡିତ ଲୋକମାନଙ୍କୁ ଆପଣମାନେ ବହୁତ ପ୍ରେମ କରିଥାନ୍ତି ଏବଂ ସେମାନଙ୍କ ପାଇଁ ଆପଣ ସବୁକିଛି କରିପାରନ୍ତି । ଆପଣଙ୍କର ଏହି ସ୍ଵଭାବ ପାଇଁ ସବୁ ଲୋକ ଆପଣଙ୍କୁ ବହୁତ ସ୍ନେହ ଏବଂ ଭଲ ପାଇବା ଦେଇଥାନ୍ତି ।
ବର୍ଷ 1983, 1992, 1994
ଏହି ସବୁ ବର୍ଷରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ମାନେ ବହୁତ ଦୟାଳୁ ଏବଂ ନମ୍ର ସ୍ଵଭାବର ହୋଇଥାନ୍ତି । ଆପଣ ବହୁତ ସହଜରେ ଅନ୍ୟ ଲୋକ ମାନଙ୍କ ସହ ମିଶି ଥାନ୍ତି, ସେଥିପାଇଁ ଅନ୍ୟ ଲୋକମାନେ ମଧ୍ୟ ଆପଣଙ୍କ ଉପରେ ବିଶ୍ଵାସ ରଖିଥାନ୍ତି । ଆପଣଙ୍କ ପାଇଁ ଏହା ଜରୁରୀ ଅଟେ ଯେ, ଆପଣ କୌଣସି ଲୋକ ଉପରେ ବିଶ୍ଵାସ କରିବା ପୂର୍ବରୁ ସେହି ଲୋକ ବିଷୟରେ ଭଲ ଭାବରେ ଜାଣନ୍ତୁ ଓ ଜାଣିବା ପରେ ବିଶ୍ଵାସ କରନ୍ତୁ ।
ବର୍ଷ 1984, 1987, 1998
ଏହି ସବୁ ବର୍ଷରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ମାନଙ୍କ ସ୍ଵଭାବ ବହୁତ ସକରାତ୍ମକ ହୋଇଥାଏ । ଏହି ଲୋକମାନେ ସବୁବେଳେ ଖୁସି ରୁହନ୍ତି । ନିଜ ଜୀବନରେ ସଫଳତା ପାଇବା ପାଇଁ ଆପଣ ବହୁତ କଷ୍ଟ ଏବଂ ସଂଘର୍ଷ କରିଥାନ୍ତି । ଆପଣ ନିଜ ପରିବାର ଲୋକଙ୍କୁ ବହୁତ ସ୍ନେହ ଏବଂ ଆଦର କରିଥାନ୍ତି ।
ବର୍ଷ 1985, 1991, 1996
ଏହି ସବୁ ବର୍ଷରେ ଜନ୍ମ ହୋଇଥିବା ବ୍ୟକ୍ତିବିଶେଷ ମାନେ ସବୁବେଳେ ନିଜ ମନର କଥାକୁ ଶୁଣି ଥାନ୍ତି । ଆପଣ ନିଜର ସମସ୍ତ ନିଷ୍ପତ୍ତିକୁ ନିଜେ ନେବା ପାଇଁ ପସନ୍ଦ କରିଥାନ୍ତି । ଆପଣଙ୍କୁ କେବଳ ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି । ଆପଣଙ୍କ କଥା ବାର୍ତ୍ତା ଶୈଳୀ ଦ୍ଵାରା ବହୁତ ଲୋକ ଆପଣଙ୍କ ଉପରେ ପ୍ରଭାବିତ ହୋଇଥାନ୍ତି ।
ବର୍ଷ 1986, 1989, 1993, 2000
ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତିବିଶେଷ ମାନେ ସ୍ଵତନ୍ତ୍ର ବିଚାରଧାରା ବିଶିଷ୍ଠ ଲୋକ ହୋଇଥାନ୍ତି । ଆପଣ କୌଣସି ଲୋକର ଅଧୀନରେ ରହି କାମ କରିବା ପାଇଁ ଭଲ ପାଇନଥାନ୍ତି । ଆପଣ କୌଣସି ଲୋକ ଉପରେ ଅତି ସହଜରେ ବିଶ୍ଵାସ କରିନଥାନ୍ତି । ଆପଣଙ୍କର ଏହି ଗୁଣ ପାଇଁ ଅନ୍ୟ ଲୋକମାନେ ଆପଣଙ୍କୁ ସ୍ଵାର୍ଥୀ ଭାବିଥାନ୍ତି । ଆପଣ ନିଜ ପରିବାରକୁ ବହୁତ ଭଲ ସେ ରଖିଥାନ୍ତି ଏବଂ ନିଜ ଜୀବନ ସାଥିକୁ ବହୁତ ଭଲ ପାଆନ୍ତି ।