ରାଜ୍ୟ
ପୁଣି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ଭାଇ ଦେଖନ୍ତୁ ସାମ୍ନାକୁ ଆସିଲେ ପୁଣି ଭତା ପାଇଁ ଦାବି କଲେ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକର ଆନନ୍ଦ ଭବନ କଥା ଜାଣିଥିବେ, ଯାହା ଏବେ ସଂଗ୍ରହାଳୟ ପାଲଟିଛି। ହେଲେ ସେହି ଆନନ୍ଦ ଭବନ ପାଖରେ ଆଉ ଗୋଟିଏ ଆନନ୍ଦ ଭବନ ମଧ୍ୟ ଅଛି।

ସେଇଟି ହେଉଛି ବିଜୁ ବାବୁଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନ। ବିଜୁ ବାବୁ ରହୁଥିବା ଆନନ୍ଦ ଭବନ ସଂଗ୍ରହାଳୟ ପାଲଟି ଯାଇଥିବା ବେଳେ ତାଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକ ଗଢ଼ିଥିବା ଆନନ୍ଦ ଭବନଟି ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଛି।
ବନ୍ଧୁଗଣ ବର୍ତ୍ତମାନ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ବିଜୁ ପଟ୍ଟନାୟକଙ୍କ ପୁତୁରା, ଡାକ୍ତର ଜର୍ଜ ପଟ୍ଟନାୟକଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ବାପା ପୁଅ ଭାଇ ଦିଲ୍ଲୀପ ପଟ୍ଟନାୟକ।

ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ନିଜକୁ ସାମିଲ କରିବା ପାଇଁ ଦରଖାସ୍ତ ଦେଇଛନ୍ତି। ଏଥିରେ ସେ ନିଜକୁ ଜଣେ ଅସହାୟ ବୃଦ୍ଧ ଦର୍ଶାଇ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି।
ଦିଲ୍ଲୀପଙ୍କ ବୟସ ଏବେ ୭୬ ବର୍ଷ। ସେ ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି। ଏହି ଖବର ପ୍ରସାରଣ ପରେ ନିକଟରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଦିଲ୍ଲୀପଙ୍କୁ ଭେଟି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ବିଭିନ୍ନ ସଂଗଠନର ସଦସ୍ୟମାନେ ଦିଲ୍ଲୀପକୁ ଭେଟି ସମବେଦନା ଜଣାଇଥିଲେ। ତେବେ ବନ୍ଧୁଗଣ ବିଜୁ ପଟ୍ଟନାୟକ, ଜର୍ଜ ପଟ୍ଟନାୟକ ଏବଂ ଶ୍ରିଜୟା ନନ୍ଦ ପଟ୍ଟନାୟକ ହେଉଛନ୍ତି ତିନି ଭାଇ। ତିନି ଭାଇଙ୍କ ମଧ୍ୟରେ ଆନନ୍ଦ ଭବନ ଭାଗ ହୋଇଛି।
ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନରେ ତାଙ୍କ ପୁଅ ଦିଲୀପ ଓ ଝିଅ ରେଖା ରହୁଛନ୍ତି। ଉଭୟ ଶାରୀରିକ ଭାବେ ଅ-ସୁ-ସ୍ଥ। ଦିଲୀପ ପଟ୍ଟନାୟକ ସରକାରୀ ଚାକିରିରୁ ଅବସର ନେଇ ସାରିଛନ୍ତି। ଏକ ଦୁ-ର୍ଘ-ଟ-ଣା-ର ଶିକାର ପରେ ଆଉ ଭଲ ଭାବେ ଚାଲି ପାରୁନାହାନ୍ତି।
ଦୀର୍ଘ ଦିନ ଧରି ଦିଲ୍ଲୀପ ପଟ୍ଟନାୟକ ଅ-ସୁ-ସ୍ଥ ରହିଛନ୍ତି କିନ୍ତୁ କେବେ ବି ମୁଖ୍ୟମନ୍ତ୍ରୀ ଭଲ ମନ୍ଦ ବୁଝିନଥିବା ସେ କହିଛନ୍ତି। ତେବେ ବନ୍ଧୁଗଣ ବିଜୁ ପଟ୍ଟନାୟକଙ୍କ ଆନନ୍ଦ ଭବନ ଏବେ ସରକାରୀ ମ୍ୟୁଜିୟମ ହୋଇଯାଇଛି।