ରାଜ୍ୟ

ଲିକ୍ୱିଡ୍‌ ଲିପ୍‌ଷ୍ଟିକ୍‌ ଲଗାଇବା ପୂର୍ବରୁ ଏସବୁ ବିଷୟ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ, ନଚେତ୍‌ ଖରାପ ହୋଇପାରେ ଲୁକ୍‌

ଝିଅମାନଙ୍କର ଏକ ପ୍ରମୁଖ ପ୍ରସାଧନ ସାମଗ୍ରୀ ହେଉଛି ଲିପ୍‌ଷ୍ଟିକ୍‌। ଏହା ଓଠର ସୌନ୍ଦର୍ଯ୍ୟ ବଢ଼ାଇବା ସହ ବ୍ୟକ୍ତିତ୍ୱରେ ମଧ୍ୟ ପରିବର୍ତ୍ତନ ଆଣିଥାଏ। ଏଣୁ ମହିଳାମାନେ କୌଣସି ପାର୍ଟି କିମ୍ବା ଉତ୍ସବକୁ ଯିବା ବେଳେ ଆଉ କିଛି ନ ଲଗାଇଲେ ମଧ୍ୟ ନିହାତି ଲିପ୍‌ଷ୍ଟିକ୍‌ ଲଗାଇଥାନ୍ତି। ତେବେ ବେଳେ ବେଳେ କିଛି ମହିଳା ଠିକ୍‌ ଭାବେ ଲିପ୍‌ଷ୍ଟିକ୍‌ ଲଗାଇପାରିନଥିବାରୁ ମୁହଁ ବିକୃତ ଦିଶିଥାଏ। କାହା ଲିପ୍‌ଷ୍ଟିକ୍‌ ଓଠର ବର୍ଡର ଲାଇନ୍‌କୁ ଟପି ବାହାରକୁ ଲାଗିଥିବା ବେଳେ ଆଉ କାହାର ଦାନ୍ତରେ ମଧ୍ୟ ଲିପ୍‌ଷ୍ଟିକ୍‌ ଲାଗିଥିବା ଦେଖିବାକୁ ମିଳେ। ଏହା ଖାସ୍‌ କରି ଲିକ୍ୱିଡ୍‌ ଲିପ୍‌ଷ୍ଟିକ୍‌ରେ ଅଧିକ ଦେଖିବାକୁ ମିଳେ। ଭୁଲ୍‌ ଉପାୟରେ ଲିପ୍‌ଷ୍ଟିକ୍‌ ଲଗାଇବା ଦ୍ୱାରା ଏହି ସମସ୍ୟା ଦେଖାଦିଏ। ତେବେ ଆସନ୍ତୁ ଜାଣିବା ଲିକ୍ୱିଡ୍‌ ଲିପ୍‌ଷ୍ଟିକ୍‌ ଲଗାଇବା ପୂର୍ବରୁ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ୍‌:

  • ମହିଳାମାନେ ଲିକ୍ୱିଡ୍‌ ଲିପ୍‌ଷ୍ଟିକ୍‌କୁ ସିଧାସଳଖ ଓଠରେ ଲଗାଇଦେଇଥାନ୍ତି। ମାତ୍ର ଏଭଳି କରିବା ଅନୁଚିତ୍‌।
  • ଲିପ୍‌ଷ୍ଟିକ୍‌ ଲଗାଇବା ପୂର୍ବରୁ ଓଠକୁ ପ୍ରଥମେ ଏକ୍ସଫୋଲିଏଟ୍‌ କରନ୍ତୁ। ଅର୍ଥାତ୍‌ ପ୍ରଥମେ ଓଠର ମୃତକୋଷିକାକୁ ସଫା କରନ୍ତୁ। ଏହା ପରେ ଲିପ୍‌ଷ୍ଟିକ୍‌ ଲଗାଇଲେ ସେପ୍‌ ଠିକ୍‌ ଲାଗିଥାଏ ଓ ଓଠ ମଧ୍ୟ ଶୁଖିଲା ଲାଗେନାହିଁ।
  • ଏକ୍ସଫୋଲିଏଟ୍‌ କରିବା ପାଇଁ ପ୍ରଥମେ ହାତରେ କିଛି ପେଟ୍ରୋଲିୟମ୍‌ ଜେଲି ଲଗାନ୍ତୁ।
  • କିଛି ସମୟ ପରେ ଏକ ଟୁଥ୍‌ ବ୍ରଶ୍‌ ସାହାଯ୍ୟରେ ଏହାକୁ ଧୀରେ ଧୀରେ ରଗଡ଼ନ୍ତୁ।
  • ଏବେ ଓଠକୁ ଓ୍ଵାଇପ୍‌ସ କିମ୍ବା ଓଦା କପଡ଼ାରେ ପୋଛିଦିଅନ୍ତୁ।
  • ବର୍ତ୍ତମାନ ଓଠରେ କିଛି ଲିପ୍‌ବାମ୍‌ ଲଗାନ୍ତୁ। ଏହା ଆପଣଙ୍କ ଲିପ୍‌ଷ୍ଟିକ୍‌କୁ ମଧ୍ୟ ଏକ ସ୍ମୁଥ ଟଚ୍‌ ଦେବ।
  • ବର୍ତ୍ତମାନ ଓଠରେ ଆପଣଙ୍କ ମନପସନ୍ଦର ଲିପଷ୍ଟିକ୍‌ ଲଗାନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button