ରାଜ୍ୟ

ଆସୁଛି ଭୟଙ୍କର ଲଘୁଚାପ !! ଦେଖନ୍ତୁ ଦଶହରା ବଜାରରେ ହେବ ଏମିତି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦୁର୍ଗା ପୂଜା ପାଇଁ ଉତ୍ସବମୁଖର ସାରା ଦେଶ। ଗାଁ ଠୁ ସହର ଚାଲିଛି ସାଜସଜ୍ଜା। ଦେବୀଙ୍କ ଦର୍ଶନ ପାଇବା ପାଇଁ ସମସ୍ତେ ବ୍ୟାକୁଳ। ସବୁଠି ସାଜସଜ୍ଜା ସହ ଭଳିକି ଭଳି ତୋରଣ କାର୍ଯ୍ୟ ଜୋରସୋରରେ ଜାରି ରହିଛି।
Special report
ପୂଜା ପାଇଁ ସଜେଇ ହେଉଛି ଗାଁ ଠୁ ସହର। ଏହାରି ମଧ୍ୟରେ ବଡ ଖବର ଆସୁଛି। ଏଥର ଭାସିବ ପୂଜା ଆଉ ନବମୀ ଓ ଦଶମୀରେ ଭିଜିବ ଓଡ଼ିଶା। ପାବର୍ଣ ମାହୋଲକୁ ଫିକା ପକେଇପାରେ ଲଘୁଚାପ ବର୍ଷା।
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏପେଟ ଝଲସୁଛି ରାଜଧାନୀ, ପାର୍ବଣରେ ଖୁବ୍ ସୁନ୍ଦର ଲାଗୁଛି ଭୁବନେଶ୍ୱର। ରାତି ପାହିଲେ ଧରାଅବତରଣ କରିବେ ମାଆ ଜଗତଜନନୀ।
Special report
ମା’ଙ୍କ ଆଗମନ ପାଇଁ ସଜେଇ ହୋଇଛି ପୂରା ରାଜଧାନୀ। ଅକ୍ଟୋବର ୧୭ ରେ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। କ୍ରମେ ଏହା ମିଆଁମାର ଉପକୂଳ ଦେଇ ବାଂଲାଦେଶ ଆଡକୁ ଯାଇପାରେ। ଓଡ଼ିଶା ପ୍ରତି ବର୍ଷା ଭୟ ରହିଛି କି ନାହିଁ ତାହା ଏବେ ଠାରୁ କହିହେବନି।
ତେବେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ସ୍ଥଳଭାଗକୁ ଆସିବା ପରେ ଗଭୀର ଅବପାତରେ ପରିଣତ ହେବା ନେଇ ପୂର୍ବାନୁମାନ କରାଯାଉଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ,
Special report
ଅକ୍ଟୋବର ୧୭ରୁ ଦକ୍ଷିଣ ଭାରତର କିଛି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି। ତେବେ ବନ୍ଧୁଗଣ ଦୁର୍ଗା ପୂଜା ସମୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବାର ଯଥେଷ୍ଟ ସମ୍ଭାବନା ରହିଛି।
Special report
କିନ୍ତୁ ଏ ନେଇ ବର୍ତ୍ତମାନ କୌଣସି ସୂଚନା ଦେଇନାହିଁ ପାଣିପାଗ ବିଭାଗ। ସମ୍ଭାବ୍ୟ ଲଘୁଚାପ ମିଆଁମାର ଆଡକୁ ଯାଇପାରେ। କିନ୍ତୁ ଦିଗ ପରିବର୍ତ୍ତନ ବି କରିପାରେ। ଏହା ହେଲେ ପଶ୍ଚିମବଙ୍ଗ ଏବଂ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
କିନ୍ତୁ ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ଅଧିକ ଅପଡେଟ୍‌ ଦିଆଯିବ। ପୂଜାକୁ ଆହୁରି କିଛି ଦିନ ସମୟ ଥିବାରୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପରବର୍ତ୍ତୀ ସମୟରେ ପାଣିପାଗ ବିଭାଗ ସୂଚନା ଦେବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button