ଚର୍ଚ୍ଚାରେ ଓଡ଼ିଆ ଯୁବକ ହୃଦୟାନନ୍ଦ ପୃଷ୍ଟି, ଉତ୍ତର ଭାରତରେ ନେଇଛନ୍ତି ଆୟୁଷ୍ମାନ ଭାରତର ନେତୃତ୍ୱ
ଭୁବନେଶ୍ଵର, ୦୮/୧୧ : ଚର୍ଚ୍ଚାରେ ଯାଜପୁର ଜିଲ୍ଲାର ୨୬ ବର୍ଷୀୟ ଯୁବକ ହୃଦୟାନନ୍ଦ ପୃଷ୍ଟି। ସ୍ଵାସ୍ଥ୍ୟସେବା ଏବଂ ନୀତି କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତିତ୍ଵ ଭାବେ ସେ ଉଭା ହୋଇଛନ୍ତି। ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନ୍ତର୍ଗତ ଜାତୀୟ ସ୍ଵାସ୍ଥ୍ୟ ପ୍ରାଧିକରଣ ଅଧିନରେ ଉତ୍ତର ଭାରତର ରାଜ୍ୟ ସଂଯୋଜକ ଭାବେ ହୃଦୟାନନ୍ଦ ଆୟୁଷ୍ମାନ ଭାରତ ଲାଗୁ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ବିଶେଷ କରି ନୀତି ନିର୍ଦ୍ଧାରଣ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନାର କ୍ରିୟାନ୍ଵୟନ କ୍ଷେତ୍ରରେ ତାଙ୍କର ଅବଦାନ ସମଗ୍ର ଭାରତରେ ସ୍ଵାସ୍ଥ୍ୟସେବା ଉପଲବ୍ଧତା ପ୍ରତି ତାଙ୍କର ଉତ୍ସର୍ଗୀକୃତତାକୁ ପ୍ରତିଫଳିତ କରୁଛି।
ହୃଦୟାନନ୍ଦ ପୃଷ୍ଟିଙ୍କ ଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ। କୋଭିଡ-୧୯ ମହାମାରୀର ଆହ୍ଵାନପୂର୍ଣ୍ଣ ସମୟରେ, ବିଶେଷ କରି ଅବହେଳିତ ସମ୍ପ୍ରଦାୟମାନଙ୍କ ସହିତ ତାଙ୍କର କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ହୃଦୟାନନ୍ଦ ତାଙ୍କର ବ୍ୟକ୍ତିଗତ ଦାୟିତ୍ଵ ବ୍ୟତୀତ ଶିକ୍ଷା ଏବଂ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଲୋକମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ବିଭିନ୍ନ ଏଜେନ୍ସି ସହିତ ଯୋଗାଯୋଗ କରି ନୀତି ନିୟମ ଗୁଡ଼ିକୁ ସହଜରେ କାର୍ଯ୍ୟକାରିତା କରିବା ଦିଗରେ ସହଯୋଗ କରୁଛନ୍ତି। ଜନସେବା ପ୍ରତି ତାଙ୍କର ସମର୍ପଣ ଭାବ ଏବଂ ଅବହେଳିତ ସମ୍ପ୍ରଦାୟର ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ସମଗ୍ର ଯୁବ ସମାଜ ପାଇଁ ପ୍ରେରଣା।