ମନୋରଞ୍ଜନ

ସାମ୍ନାକୁ ଆସିଲା ପିଲା ଜନ୍ମ କରିବାର ନୂଆ ଫର୍ମୁଲା ଦେଖନ୍ତୁ ଏଥର ଏହିପରି ଭାବରେ ଦମ୍ପତି ହୋଇପାରିବେ ପିତା ମାତା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଆସି ଯାଇଛି ପିଲା ଜନ୍ମ କରିବାର ନୁଆ ଉପାୟ। ଏବେ ସଞ୍ଚୟ ହେବ ଶୁକ୍ରାଣୁ ଏବଂ ଡିମ୍ଵାଣୁ। ଆଉ ଏହାପରେ ସମୟ ଓ ସୁବିଧା ଅନୁସାରେ ହିଁ ହେବ ସନ୍ତାନ।
ତେବେ ଆପଣ ମାନେ ଜାଣିଥିବେ କି ଜୀବନ ଶୈଳୀ ଏବେ ଦିନକୁ ଦିନ ବଦଳିବା ରେ ଲାଗିଛି। ଆଉ ଏହାକୁ ନେଇ ଯୁବପିଢୀ ମାନଙ୍କ ଚିନ୍ତାଧାରା ମଧ୍ୟ ବଦଳିବା ରେ ଲାଗିଛି। ଯେଉଁ ମାନେ କ୍ୟାରିୟର ଗଢ଼ିବା ସମୟରେ ବାପା ମାଆ ହେବାକୁ ଚାହୁଁ ନାହାଁନ୍ତି,
ସେମାନଙ୍କ ପାଇଁ ଆଇଭିଏଫ୍ ହସ୍ପିଟାଲ ରେ ଶୁକ୍ରାଣୁ ଏବଂ ଡିମ୍ବାଣୁ କୁ ଏବେ ସାଇତି ରଖୁଛନ୍ତି ଯୁବପିଢୀ। ସେଥିପାଇଁ ଏବେ ସମୟ ଓ ସୁବିଧା ଅନୁସାରେ ମଧ୍ୟ ବାପା ମାଆ ହେଉଛନ୍ତି।
Special Report
ଡ଼ାକ୍ତର ଙ୍କ କହିବା ଅନୁସାରେ ୨୦ ରୁ ୩୦ ବର୍ଷ ମଧ୍ୟରେ ପ୍ରଜନନ କ୍ଷମତା ଅଧିକା ଥାଏ। ବୟସ ବଢିବା ସହ ଡିମ୍ଵାଣୁ ଓ ଶୁକ୍ରାଣୁ ର ସଂଖ୍ୟା ମଧ୍ୟ କମି ଯାଇଥାଏ। ମହିଳା ଙ୍କ କ୍ଷେତ୍ରରେ ୩୦ ବର୍ଷ ପରେ ହିଁ ଡିମ୍ବାଣୁର ସଂଖ୍ୟା ପ୍ରଭାବିତ ହୋଇ ଥାଏ।
୩୦ ରୁ ୩୫ ବର୍ଷ ମଧ୍ୟରେ ଡିମ୍ଵାଣୁର ସଂଖ୍ୟା ୨୫ ହଜାର କୁ କମିଯାଏ।୩୮ ରୁ ୫୧ ବର୍ଷ ମଧ୍ୟରେ ଡିମ୍ଵାଣୁର ସଂଖ୍ୟା ୧ ହଜାର କୁ ହ୍ରାସ ପାଇଥାଏ। ପୁରୁଷ ଙ୍କ କ୍ଷେତ୍ରରେ ମଧ୍ଯ ସମାନ ଧାରା ଦେଖିବାକୁ ମିଳି ଥାଏ।
ବୟସ ବଢିବା ସଙ୍ଗେ ସଙ୍ଗେ ଶୁକ୍ରାଣୁ ର ସଂଖ୍ୟା ମଧ୍ୟ କମିବାକୁ ଲାଗିଥାଏ।୪୦ ବର୍ଷ ପରେ ମଧ୍ୟ ସୁସ୍ଥ ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଇଥାଏ। ଆଉ ଯେଉଁଠି ସୁସ୍ଥ ଶୁକ୍ରାଣୁ ଓ ସୁସ୍ଥ ଡିମ୍ଵାଣୁର ସଂଯୋଗ ହୋଇଥାଏ ସେଠାରେ ହିଁ ,
ସୁସ୍ଥ ଶିଶୁ ଜନ୍ମ ନେଇଥାଏ। ସେଥିପାଇଁ ଏବେ ଯୁବପିଢୀ ମାନେ ତାଙ୍କର ଭବିଷ୍ୟତ ପାଇଁ ଡିମ୍ଵାଣୁ ଓ ଶୁକ୍ରାଣୁ କୁ ଫ୍ରିଜ ରେ ରଖି ଦେଉଛନ୍ତି।
ପରିବାର କୁ ଆଗକୁ ବଢ଼ାଇବା ଓ ନିଜ କ୍ୟାରିୟର ରେ ଆଗକୁ ବଢିବା ଏହି ଦୁଇ ମଧ୍ୟରେ ଏବେ ଏହା ଦ୍ବାରା ସମନ୍ୱୟ ରଖା ଯାଇ ପାରୁଛି। ତେବେ ଏହି ଉପାୟ ଆପଣଙ୍କୁ କିଭଳି ଲାଗିଲା ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button