ଦେଶ- ବିଦେଶ

ମୋଟା ହେବାର ପ୍ରଧାନ କାରଣ କଣ ଜାଣନ୍ତୁ ଡାକ୍ତରଙ୍କ ଠାରୁ ଏହାର ପ୍ରଧାନ କାରଣ ଏବଂ ସରଳ ପ୍ରତିକାର

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅନେକ ଲୋକଙ୍କ ବର୍ତ୍ତମାନ ସମୟରେ ଏହା ଅଭିଯୋଗ ଥାଏ କି ତାଙ୍କର ପେଟ ବଢିଯିବା ସହ ସେମାନେ ଖୁବ୍ ମୋଟା ହୋଇ ଯାଉଛନ୍ତି।
ତେବେ ଏହି ସମ୍ପର୍କରେ ଡ଼ାକ୍ତର ରଶ୍ମିକାନ୍ତ ପରିଡ଼ା ଙ୍କ ପ୍ରତିକ୍ରିୟା ଆପଣଙ୍କୁ କହିବାକୁ ଯାଉଛୁ। ମୋଟା ହେବା ମଧ୍ଯ ଜେନେଟିକ୍ କାରଣରୁ ହୋଇଥାଏ। ଯଦି ବାପା ମାଆ କି ମାମୁଁ ଘର ଲୋକେ କେହି ମୋଟା ଅଛନ୍ତି ତେବେ ଆପଣ ଏଥିପାଇଁ ମଧ୍ୟ ମୋଟା ହୋଇ ପାରିବେ।
ଏହା ପରେ ବେଶୀ ମାତ୍ରାରେ ଫାଷ୍ଟ ଫୁଡ୍ ଖାଇବା ଦ୍ବାରା ମଧ୍ୟ ପିଲା ମାନେ ଖୁବ୍ ମୋଟା ହୋଇ ଯାଉଛନ୍ତି। ଯଦି ଆପଣ ଜଙ୍କ ଫୁଡ ଅଧିକା ଖାଇବେ ତେବେ ଏହା ମୋଟା ହେବାର ମୁଖ୍ୟ କାରଣ ବୋଲି ଡ଼ାକ୍ତର ଜଣକ କହିଛନ୍ତି।
Special Report
ଆମ ଶରୀର କୁ ଯେତିକି କ୍ୟାଲୋରୀ ଦରକାର ସେତିକି ମାତ୍ରାରେ କ୍ୟାଲୋରୀ ଆମେ ନେବା ଉଚିତ। ଯଦି କ୍ୟାଲୋରୀ ଅଧିକା ହେବ ତେବେ ଏହା ମୋଟା ହେବାର ମଧ୍ଯ ମୁଖ୍ୟ କାରଣ ହେବ। ଯଦି ଅଧିକ କ୍ୟାଲୋରୀ ଆମେ ଖାଇବା ତେବେ,
 ଏହି କ୍ୟାଲୋରୀ ମଧ୍ଯ ଫ୍ୟାଟ କୁ କନ୍ଭର୍ଟ ହୋଇ ଯିବ। ଯଦି ଆମେ ମୋଟା ହେବା ତେବେ ଆମକୁ ଅନେକ ଗୁଡ଼ିଏ ରୋଗ ମଧ୍ୟ ମାଡି ବସିବ। ଆଉ କେବଳ ଡାକ୍ତରଖାନା କୁ ଯିବା ଛଡା ଆମ ନିକଟରେ ଅନ୍ୟ କୌଣସି କାମ ନଥିବ।
ଯଦି ଜଙ୍କ ଫୁଡ ଅଧିକା ଖାଇବେ ତେବେ ମୋଟା ହେବାର କାରଣ ମଧ୍ଯ ସର୍ବାଧିକ ଅଛି। ନିଶା ଦ୍ରବ୍ୟ ସେବନ ଦ୍ବାରା ମଧ୍ୟ ମୋଟା ହେବାର ସମ୍ଭାବନା ଅଛି। କାରଣ ନିଶା ଦ୍ରବ୍ୟରେ ଅଧିକ ପରିମାଣରେ କ୍ୟାଲୋରୀ ଥାଏ।
କୋଲ୍ଡ ଡ୍ରିଙ୍କ ପିଇଲେ ମଧ୍ୟ ଆମର ମୋଟା ହେବାର ସମ୍ଭାବନା ଥାଏ। କାରଣ ଏଥିରେ ହାଇ କ୍ୟାଲୋରୀ ସହ ଅଧିକ ସୁଗାର ମଧ୍ଯ ଥାଏ ଏଥି ପାଇଁ ମୋଟା ହେବାର ସମ୍ଭାବନା ମଧ୍ୟ ଅଧିକ ଥାଏ। ଖାଇବାର ପରିମାଣ ମଧ୍ୟ ବଢାଇଲେ ମୋଟା ହେବାର ସମ୍ଭାବନା ଥାଏ।
ସେଥିପାଇଁ ଶରୀର ପାଇଁ ଯେତିକି ଖାଦ୍ୟ ଆବଶ୍ୟକ ଅଟେ ସେତିକି ମାତ୍ରାରେ ଖାଦ୍ୟ ଖାଇବା ଉଚିତ। ଏଭଳି ଡ଼ାକ୍ତର ରଶ୍ମୀ ରଞ୍ଜନ ପରିଡ଼ା ମୋଟା ହେବାର ଅନେକ ଉପାୟ ଓ ନିରାକରଣ କହିଛନ୍ତି ଯାହାକି ଆପଣ ସଂପୂର୍ଣ୍ଣ ଭିଡିଓ ଦେଖିଲେ ଜାଣି ପାରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button