ମନୋରଞ୍ଜନ

ଶିଖରଙ୍କ ସହ ଜାହ୍ନବୀଙ୍କ ପ୍ରେମ ସମ୍ପର୍କ ଥିବା ସ୍ପଷ୍ଟ କଲେ ବୋନି ! – Kalinga News

[ad_1]

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ପ୍ରେମିକ ଶିଖର ପହରିୟାଙ୍କ ମଧ୍ୟରେ ଥିବା ସଂପର୍କର ଚର୍ଚ୍ଚା ଏବେ ଚାରିଆଡ଼େ। ଅନେକ ବର୍ଷ ହେବ ଏହି ଦୁଇ ଜଣଙ୍କ ନାମ ଯୋଡ଼ି ହୋଇ ରହିଥିବା ବେଳେ ଏମାନଙ୍କୁ ଅନେକ ଥର ସାଥୀରେ ଦେଖିବାକୁ ମିଳିଛି। ମନ୍ଦିର ଯିବାଠାରୁ ଆରମ୍ଭ କରି ପବରେ ପାର୍ଟି କରିବା ପର୍ଯ୍ୟନ୍ତ ସବୁ ସ୍ଥାନରେ ଦୁହେଁ ସାଥିରେ ନଜର ଆସନ୍ତି | ହେଲେ ଦୁହେଁ ଏପର୍ଯ୍ୟନ୍ତ ନିଜ ଭିତରେ ଥିବା ପ୍ରେମ ସମ୍ପର୍କକୁ ସ୍ୱୀକାର କରିନାହାନ୍ତି |

ଏମଧ୍ୟରେ ଜାହ୍ନବୀଙ୍କ ବାପା ତଥା ବଲିଉଡ ପ୍ରଯୋଜକ ବୋନି କପୁର ଶିଖରଙ୍କ ସହ ଝିଅର ସମ୍ପର୍କକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଯେ, “ମୁଁ ତାଙ୍କୁ ବହୁତ ଭଲ ପାଏ | କିଛି ବର୍ଷ ତଳେ ଜାହ୍ନବୀ ତାଙ୍କ ସହ କଥା ହେଉନଥିବା ବେଳେ ବି ମୁଁ ତାଙ୍କ ସହ କଥା ହେଉଥିଲି | ମୁଁ ଜାଣିଥିଲି ଯେ, ଏ ପିଲାଟି କେବେ ବି ଜାହ୍ନବୀଙ୍କ ପୂର୍ବତନ ପ୍ରେମିକ ହୋଇ ରହିବେନି | ସେ ସବୁବେଳେ ପାଖାପାଖି ରହିବେ | ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କ ପାଇଁ ନିଜ ସାମର୍ଥ୍ୟଠାରୁ ଢେର ଅଧିକ କରନ୍ତି ଏବଂ ପରିବାରର ସମସ୍ତଙ୍କ ପାଇଁ ଚିନ୍ତା କରନ୍ତି ସେ କେବେ ବି ଅଧିକ ସମୟ ଦୂରେଇ ରହିପାରନ୍ତି ନାହିଁ | ତାଙ୍କ ଭଳି ଜଣେ ପିଲା ପାଇଁ ଆମେ ନିଜକୁ ଧନ୍ୟ ମାନେ କରୁଛୁ | ”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button