ମନୋରଞ୍ଜନ

ବିରାଟଙ୍କଠାରୁ ଖୁବ କମ ଅନୁଷ୍କାଙ୍କ ମୋଟ ସମ୍ପତ୍ତି – Kalinga News

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଦ୍ବିତୀୟ ଥର ଗର୍ଭବତୀ ଥିବା ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅନୁଷ୍କାଙ୍କ ଗର୍ଭବତୀ ଥିବା ଖବର ଭାଇରାଲ ହେବାରେ ଲାଗିଥିଲେ ବି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଅନୁଷ୍କା, କ୍ରିକେଟର ବିରାଟ କୋହଲିଙ୍କୁ ବିବାହ କରିବା ପରେ ଦୁହିଁଙ୍କ ସମ୍ପର୍କ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି । ଦୁହେଁ ଯେଉଁଭଳି ଭାବେ ଜୀବନରେ ଆସୁଥିବା ସଂଘର୍ଷର ସାମ୍ନା କରୁଛନ୍ତି, ତାକୁ ନେଇ ଅନେକ ସମୟରେ ସେମାନଙ୍କୁ ପ୍ରଶଂସା ମଧ୍ୟ କରାଯାଇଛି।

ତେବେ ଆପଣ ଜାଣନ୍ତି କି, ଅନୁଷ୍କା କେତେ କୋଟି ଟଙ୍କାର ମାଲିକାଣୀ ଅଟନ୍ତି? ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅନୁଷ୍କାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୨୫୫କୋଟି ଟଙ୍କା | ଫିଲ୍ମ ବ୍ୟତୀତ ବିଭିନ୍ନ ବିଜ୍ଞାପନ ଓ ବ୍ୟବସାୟରେ ନିବେଶ କରି ଟଙ୍କା ଆୟ କରନ୍ତି ଅନୁଷ୍କା | ଯଦି ଆମେ ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ଦେଖିବା ତେବେ ‌ସେ ୧୦୫୦କୋଟି ଟଙ୍କାର ମାଲିକ ଅଟନ୍ତି, ଯାହା ଅନୁଷ୍କାଙ୍କଠାରୁ ଢେର ଅଧିକ |

ତେବେ କୁହାଯାଉଛି ଯେ, ଦୁହେଁ କିଛି ଦିନ ମଧ୍ୟରେ ନିଜର ଦ୍ଵିତୀୟ ସନ୍ତାନକୁ ସ୍ୱାଗତ କରିବେ | ଲଣ୍ଡନରେ ଅନୁଷ୍କାଙ୍କ ପ୍ରସବ ହେବ | ଏଥିପାଇଁ ବିରାଟ ନିଜ କାମରୁ ବିରତି ନେଇଛନ୍ତି |



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button