ଦେଶ- ବିଦେଶ

Hema Malini ଙ୍କ ଦୁଇ ଝିଅ ତାଙ୍କ ଠାରୁ ମଧ୍ୟ ଆହୁରି ଅଧିକ ସୁନ୍ଦର, ଥରେ ଦେଖିନେଲେ ହେଇଯିବେ ଦିବାନା

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଦିଗଜ ଅଭିନେତ୍ରୀ ହେମା ମାଳିନୀଙ୍କ ଦୁଇଟି ଝିଅଙ୍କ ବିଷୟରେ କହିବାକୁ ଯାଉଛୁ । ବଲିଉଡରେ ହେମାଙ୍କର ବହୁତ ଅଧିକ ଲୋକପ୍ରିୟତା ରହିଛି । ସାଧାରଣତଃ ଲୋକମାନେ ହେମାଙ୍କର ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରନ୍ତି । ହେମା ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ବନ୍ଧୁଗଣ ଡ୍ରିମଗାର୍ଲ ହେମା ମାଳିନୀଙ୍କ ଜନ୍ମ ୧୬ ଅକ୍ଟୋବର ୧୯୪୮ ମସିହାରେ ତାମିଲ ନାଡୁରେ ହୋଇଥିଲା । ତାଙ୍କ ପିତାଙ୍କର ନାମ ହେଉଛି ବିଏସଆର ଚକ୍ରବର୍ତୀ ।

ହେମାଙ୍କର ମା’ଙ୍କ ନାମ ହେଉଛି ଜୟା ଚକ୍ରବର୍ତୀ । ହେମାଙ୍କ ମା ଥିଲେ ଜଣେ ଫିଲ୍ମ ନିର୍ମାତା । ହେମା ମାଳିନୀ ୭୦ ଦଶକରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଥିଲେ । ୧୯୬୮ ମସିହାରେ ହେମା ‘ସପନୋ କି ସୌଦାଗର’ ଫିଲ୍ମରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିଲେ ଓ ୧୯୯୯ ମସିହାରେ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡରେ ମଧ୍ୟ ସମ୍ମାନ ଦିଆଯାଇଥିଲା ।

ଏହାପରେ ୧୯୭୫ ମସିହାରେ ଆସିଥିବା ଫିଲ୍ମ ;ସୋଲେ’ରେ ହେମା ମାଳିନୀ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରି ବଲିଉଡରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଥିଲେ । ଏହି ଫିଲ୍ମଟି ସୁପର ହିଟ ହୋଇଥିଲା । ହେମା ନିଜର ଅଧିକାଂଶ ଫିଲ୍ମ ଅଭିନେତା ଧର୍ମେନ୍ଦ୍ରଙ୍କ ସହ କରିଛନ୍ତି । ହେମାଙ୍କୁ ନିଜ ଅଭିନୟ ପାଇଁ ୨୦୦୦ ମସିହାରେ ଭାରତ ସରକାରଙ୍କ ଦ୍ଵାରା ପଦ୍ମଶ୍ରୀ ଆୱାର୍ଡ ମଧ୍ୟ ମିଳିଛି ।

ହେମା ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ବିବାହ କରିଛନ୍ତି । ହେମାଙ୍କର ବଡ ଝିଅଙ୍କର ନାମ ହେଉଛି ଇଶା ଦେଓଲ । ଇଶାଙ୍କ ଜନ୍ମ ୨ ନଭେମ୍ବର ୧୯୮୨ ମସିହାରେ ମୁମ୍ବାଇରେ ହୋଇଥିଲା । ଇଶା ମଧ୍ୟ ନିଜ ମା ହେମା ମାଳିନୀଙ୍କ ପରି ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ଇଶା ନିଜ ମା ହେମା ମାଲିନୀଙ୍କ ଠାରୁ ଭରତନାଟ୍ୟମ ଶିଖିଛନ୍ତି । ଇଶା ନିଜର ଅଭିନୟ କାରିୟରର ଆରମ୍ଭ ଫିଲ୍ମ ‘କୋଇ ମେରେ ଦିଲ ସେ ପୁଛେ’ରୁ କରିଥିଲେ ।

ବଲିଉଡରେ ବହୁତ ଫିଲ୍ମ କରିବା ପରେ ଇଶା ୨୦୧୨ ମସିହା ଜୁନ ମାସରେ ଭରତ ତଖତାନିଙ୍କ ସହ ବିବାହ କରିଥିଲେ । ବର୍ତ୍ତମାନ ଏହି ଦୁଇଜଣ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି । ହେମାଙ୍କର ସାନ ଝିଅର ନାମ ହେଉଛି ଆହାନା ଦେଓଲ । ଆହାନା ୨୮ ଜୁଲାଇ ୧୯୮୫ ମସିହାରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ଆହାନା ବର୍ତ୍ତମାନ ୩୪ ବର୍ଷ ବୟସର ହୋଇସାରିଛନ୍ତି । ଆହାନା ମଧ୍ୟ ବଲିଉଡରେ ଡେବ୍ୟୁ କରିଥିଲେ, ହେଲେ ଗୋଟିଏ ଫିଲ୍ମ ପରେ ଆହାନା ବଲିଉଡକୁ ତ୍ୟାଗ କରିଥିଲେ ।

ଆହାନା ମଧ୍ୟ ନିଜ ମା ଓ ବଡ ଭଉଣୀଙ୍କ ପରି ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ଏହା ପରେ ଆହାନା ଦିଲ୍ଲୀର ବଡ ବିଜନେସ ମ୍ୟାନ ବୈଭବ ବୋହରାଙ୍କ ସହ ବିବାହ କରିଥିଲେ । ବିବାହ ପୂର୍ବରୁ ଏହି ଦୁଇଜଣ ପରସ୍ପରକୁ ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ । ବର୍ତ୍ତମାନ ଏହି ଦୁଇଜଣ ମଧ୍ୟ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button