ଦେଶ- ବିଦେଶ

କିଏ ଏହି ଲରେନ୍ସ ବିଷ୍ଣୋଇ, ଯାହା ଗ୍ୟାଙ୍ଗ ଆତଙ୍କ ମଚାଇଛି..

ନୂଆଦିଲ୍ଲୀ: ବାବା ସିଦ୍ଦିକୀଙ୍କ ହତ୍ୟା ପରେ କୁଖ୍ୟାତ ଲରେନ୍ସ୍ ବିଷ୍ଣୋଇ ଗ୍ୟାଙ୍ଗ୍ ନେଇ ପୁଣି ଚର୍ଚ୍ଚା । ସିଦ୍ଦିକୀଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ବିଷ୍ଣୋଇ ଗ୍ୟାଙ୍ଗ । ସିଦ୍ଦିକୀଙ୍କୁ ଗୁଳି କରିଥିବା ତିନି ସୁଟରଙ୍କ ମଧ୍ୟରୁ ପ୍ରଥମେ ଧରାପଡିଥିବା ଦୁଇ ସୁଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସଦସ୍ୟ । ତେବେ କିଏ ସେ ଲରେନ୍ସ ବିଷ୍ଣୋଇ ?

କେମିତି ସେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହେଲା ? କେମିତି ଚଳାଉଛି ସେ ଅପରାଧର ସାମ୍ରାଜ୍ୟ ? ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ପରେ ଲରେନ୍ସ ବିଷ୍ଣୋଇ ଓ ତା ଗ୍ୟାଙ୍ଗ୍ ନେଇ ଦେଶରେ ଅଧିକ ଚର୍ଚ୍ଚା ହୋଇଛି ।

ସତବିନ୍ଦର ସିଂହରୁ ଲରେନ୍ସ

ପୋଲିସ ରେକର୍ଡ ଅନୁସାରେ ଲରେନ୍ସ ବିଷ୍ଣୋଇର ଅସଲ ନାଁ ହେଉଛି ସତବିନ୍ଦର ସିଂହ । କୁହାଯାଏ ଯେ, ପିଲାବେଳେ ଅଧିକ ଗୋରା ଥିବାରୁ ପରିବାର ଲୋକେ ଗେହ୍ଲାରେ ସତବିନ୍ଦରକୁ ଲରେନ୍ସ ନାଁରେ ଡାକିବା ଆରମ୍ଭ କରିଥିଲେ । ପରେ ସତବିନ୍ଦର ଏହି ନାଁରେ ହିଁ ଅଧିକ ପରିଚିତ ହେଲା । ପଂଜାବରେ ଜନ୍ମିଥିବା ଲରେନ୍ସର ବାପା ଜଣେ ପୋଲିସ କର୍ମଚାରୀ । ବାପା ମାତ୍ର ୫ ବର୍ଷ ହିଁ ପୋଲିସ ଚାକିରି କରି କୃଷିକାର୍ଯ୍ୟ ଆରମ୍ଭ କରିଥିଲେ । ଲରେନ୍ସ ୨୦୧୧ରେ ଚଣ୍ଡିଗଡର ଡିଏଭି କଲେଜରେ ପଢୁଥିବା ବେଳେ ଛାତ୍ର ରାଜନୀତିରେ ପାଦ ରଖିଥିଲା । କଲେଜରେ ପଢୁଥିବା ବେଳେ ଗୋଲଡି ବରାଡ ସହ ଲରେନ୍ସର ପରିଚୟ ହୋଇଥିଲା । ଗୋଲଡି ବରାଡ ହେଉଛି ଲରେନ୍ସର ମୁଖ୍ୟ ସହଯୋଗୀ ଯିଏ କି ବିଦେଶରେ ରହି ଗ୍ୟାଙ୍ଗ୍ ପରିଚାଳନା କରେ । ୨୦୧୧-୧୨ରେ ପଂଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ ଗଠନ କରିଥିଲା ଲରେନ୍ସ । ପଞ୍ଜାବ, ହରିୟଣା ଓ ରାଜସ୍ଥାନରେ ବସବାସ କରୁଥିବା ବିଷ୍ଣୋଇ ସଂପ୍ରଦାୟର ପ୍ରତିନିଧିତ୍ୱ କରେ ଲରେନ୍ସ । ଲରେନ୍ସ ବିଷ୍ଣୋଇ ପଂଜାବୀ ସମେତ ତିନିଟି ଭାଷାରେ ପାରଙ୍ଗମ ।

Related Articles

Leave a Reply

Your email address will not be published. Required fields are marked *

Back to top button