ଜ୍ୟୋତିଷ

Navaratri 2022: ମାତାରାଣୀଙ୍କ କୃପାରୁ ଏହି 8ଟି ରାଶିଙ୍କୁ ମିଳିବ ବିଡାବିଡା ଟଙ୍କା, କୋଟିପତି ହେବାରୁ କେହି ରୋକିପାରିବେନି

ନମସ୍କାର ବନ୍ଧୁଗଣ, ପବିତ୍ର ଦଶହରା ଅବସରରେ ଆପଣମାନଙ୍କୁ ହାର୍ଦ୍ଧିକ ଶୁଭକାମନା । ଜୀବନରେ ଧନ ସମ୍ପତିର ଅଭାବ କେହି ଚାହାନ୍ତି ନାହିଁ । ସମସ୍ତଙ୍କର ଇଚ୍ଛା ଥାଏ ନିଜ ଭାଗ୍ୟକୁ ବଦଳାଇବା ପାଇଁ । ଏଥିପାଇଁ ବହୁତ କଷ୍ଟ ମଧ୍ୟ କରନ୍ତି । ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଧ୍ୟ ବହୁତ ପୂଜାଅର୍ଚନା କରନ୍ତି । ତେବେ ଏହି ଦୂର୍ଗା ପୂଜାରେ ମା ଦୂର୍ଗା କେଉଁ ସବୁ ରାଶିର ବ୍ୟକ୍ତିଙ୍କ ଉପରେ ପ୍ରସନ୍ନ ରହିବେ ଆସନ୍ତୁ ଜାଣିବା ।

ମା ଦୂର୍ଗାଙ୍କ ଆଶୀର୍ବାଦ ଫଳରେ ଏହି ରାଶିମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଜୀବନରେ ସମସ୍ତ ସୁଖ ଶାନ୍ତି ପାଇବେ । କୌଣସି ଜିନିଷର ଅଭାବ ରହିବ ନାହିଁ । ମନରେ ରହିଥିବା ସମସ୍ତ ଆଶା ମା ପୁରା କରିବେ । ଯେଉଁ ବ୍ୟକ୍ତିଙ୍କ ଜୀବନରେ ଧନର ଅଭାବ ରହିଛି ତାହା ଦୂର ହେବାକୁ ଯାଉଛି । ଆର୍ଥିକ ସ୍ଥିତି ସମ୍ପୂର୍ଣ ଭାବେ ସୁଧୁରିଯିବ । ଏହି ସମୟଟି ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଅନୁକୂଳ ରହିବ । ବହୁତ ଦିନ ହେବ ଯେଉଁ କାର୍ଯ୍ୟ ସବୁ ଅଟକି ରହିଥିଲା ସେହି ସମସ୍ତ କାର୍ଯ୍ୟ ସୁରୁଖୁରୁ ଭାବେ ହୋଇଯିବ ।

ଯେଉଁମାନେ ଚାକିରି ତଲାସରେ ଥିଲେ ସେମାନଙ୍କୁ ଉଚ ପଦବୀର ଚାକିରି ମିଳିବ । ଏବଂ ଚାକିରି କରିଥିବା ବ୍ୟକ୍ତିଙ୍କର ପଦୋନ୍ନତି ହେବାର ଯୋଗ ରହିଛି ଏହି ଦୂର୍ଗା ପୂଜା ସମୟରେ । ଜମିବାଡି ସମ୍ବନ୍ଧୀୟ କୌଣସି ବାଦ ବିବାଦ ଚାଲିଥିଲେ ତାହାର ସମାଧାନ ହୋଇଯିବ ମା ଦୂର୍ଗାଙ୍କ କୃପାରୁ । ଏବଂ ଯେଉଁମାନେ ନୂତନ ଜମି ବାଡି କିଣିବା ପାଇଁ ଚାହୁଁଥିଲେ ସେମାନେ ଏହି ସମୟରେ କିଣିବାର ଯୋଗ ରହିଛି ।

ଧନ କମେଇବାର ସମସ୍ତ ମାର୍ଗ ଆପଣ ମାନଙ୍କ ପାଇଁ ଖୋଲିଯିବ । ଜୀବନରେ ଜଣେ ସଫଳ ବ୍ୟକ୍ତି ଭାବେ ବିବେଚିତ ହେବେ । ସମାଜରେ ସମସ୍ତେ ଆପଣଙ୍କୁ ସମ୍ମାନ ଦେବେ । ଦାମ୍ପତ୍ୟ ଜୀବନରେ ଖୁବ ଭଲ ରହିବ । ନିଜ ଜୀବନ ସାଥିଙ୍କ ସହ ସମୟ ମଧ୍ୟ ବିତାଇବେ । ତାଙ୍କ ସହ ଆପଣ ଏହି ସମୟରେ କୌଣସି ଦର୍ଶନୀୟ ସ୍ତନ ବୁଲିବା ପାଇଁ ମଧ୍ୟ ଯାଇ ପାରନ୍ତି ।

ଯେଉଁମାନେ ଅବିବାହିତ ଅଛନ୍ତି ଏବଂ ଉଚିତ ଜୀବନ ସାଥି ଏବେ ଯାଏ ଖୋଜି ପାଇନାହାନ୍ତି । ସେମାନେ ଏହି ସମୟରେ ମାଙ୍କ କୃପାରୁ ନିଜ ପସନ୍ଦର ଜୀବନ ସାଥି ସହ ବିବାହ କରିବେ । ଯେଉଁ ମାନେ ପ୍ରେମ ସମ୍ପର୍କରେ ଅଛନ୍ତି ସେମାନେ ଏହି ସମୟରେ ନିଜ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଯଦି କୌଣସି ପଦକ୍ଷେପ ନିଅନ୍ତି ତେବେ ତାହା ନିଶ୍ଚୟ ଫଳପ୍ରଦ ହେବ ।

ଆପଣ ଭଲ ପାଉଥିବା ପିଲା ଆପଣଙ୍କ ଜୀବନ ସାଥି ହେବାର ଯୋଗ ରହିଅଛି । ତେବେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛି, ମେଷ ରାଶି, ବୃଷ ରାଶି, ସିଂହ ରାଶି, କନ୍ୟା ରାଶି, ତୁଳା ରାଶି, ବିଛା ରାଶି, ଧନୁ ରାଶି ଏବଂ ମୀନ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button