ଜ୍ୟୋତିଷ

ଜାଣନ୍ତୁ କ’ଣ ରହିଛି ୭ ଘୋଡାର ରହସ୍ୟ, ଜ୍ୟୋତିଷମାନେ କାହିଁକି ଦିଅନ୍ତି ଏହାକୁ ଗୁରୁତ୍ୱ

ହିନ୍ଦୁ ଧର୍ମରେ ଘୋଡାର ଫଟୋ ବିଷୟରେ ଅନେକ କଥା ଲେଖା ହୋଇଛି। ବାସ୍ତୁ ଅନୁସାରେ, ଏହାକୁ ଘରେ ଲଗାଇବା ଶୁଭ ବୋଲି କୁହାଯାଏ। ଘୋଡାର ଫଟୋ ଜୀବନରେ ଉନ୍ନତି ଆଣିଥାଏ। କିନ୍ତୁ ଏହାକୁ କେଉଁ ଦିଗ ଏବଂ କେଉଁଠି ଲଗାଇବା ଦରକାର, ତାହା ଜାଣିବା ବହୁତ ଜରୁରୀ। ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ ୫ଟି ଖାସ କଥା।

୧. ଘରର ବୈଠକ ରୁମରେ ସମୁଦ୍ର କୂଳରେ ଦୌଡୁଥିବା ୭ଟି ଘୋଡାଙ୍କ ଫଟୋ ଲଗାନ୍ତୁ।

୨. ଘୋଡା ଫଟୋ ଲଗାଇବା ପାଇଁ ପୂର୍ବ ଦିଗକୁ ଶୁଭ ବୋଲି କୁହାଯାଏ। କିନ୍ତୁ କାର୍ଯ୍ୟାଳୟରେ ଦକ୍ଷିଣ ଦିଗରେ ଏହାକୁ ଲଗେଇବାକୁ କୁହାଯାଇଥାଏ।

dds

୩. ଏହି ଫଟୋ ଲଗାଇଲେ ଘରେ ସୁଖ ସମୃଦ୍ଧି ସହିତ ମା’ ଲକ୍ଷ୍ମୀଙ୍କ ସ୍ଥାୟୀ ନିବାସ ହୋଇଥାଏ।

୪. ଏହା ନକାରାତ୍ମକ ଶକ୍ତିକୁ ନଷ୍ଟ କରି ସକାରାତ୍ମକ ଶକ୍ତି ଏବଂ ଭାବନା ଉତ୍ପନ କରିଥାଏ।

୫. ବାସ୍ତୁ ଶାସ୍ତ୍ର ଅନୁସାରେ, ଦୌଡୁଥିବା ଘୋଡାର ଗତି, ସଫଳତା ଏବଂ ଶକ୍ତିର ପ୍ରତୀକ ହୋଇଥାଏ। ଏହାଦ୍ୱାରା ଜୀବନରେ ଉନ୍ନତି ସାଧନ ହୋଇଥାଏ। କୁହାଯାଏ, ୭ ଅଙ୍କ ବହୁତ ଶୁଭ ହୋଇଥାଏ। ସପ୍ତ ଋଷି, ଇନ୍ଦ୍ରଧନୁର ସାତ ରଙ୍ଗ, ସାତ ଫେରେ ଆଦି କେତେକ କଥା ୭ ଅଙ୍କର ରହସ୍ୟକୁ ଦର୍ଶାଇଥାଏ। ଏଥିପାଇଁ ୭ ଘୋଡାଙ୍କ ଫଟୋ ହିଁ ଲଗାନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button