ଜ୍ୟୋତିଷ

ଝିଟିପିଟି ପଡିଲେ କଣ ହୋଇଥାଏ ! କି ସଂକେତ ମିଳେ, ଶୁଭ ନା ଅଶୁଭ? Ajira Anuchinta

ପୃଥିବୀରେ ଅନେକ ପ୍ରକାରର ଜୀବ ଜନ୍ତୁ ରହିଥାନ୍ତି । ସମସ୍ତ ଜୀବ ଜନ୍ତୁଙ୍କର ନିଜସ୍ୱ ରହିଥାଏ । କିଛି ଜୀବ ଜନ୍ତୁଙ୍କୁ ଦେଖିଲେ ଡର ଲାଗିଥାଏ । ଆଉ କିଛି ଜୀବ ଜନ୍ତୁଙ୍କୁ ସାମାନ୍ୟତଃ ନେଇଥାଉ । ଝିଟିପିଟି କେଉଁ ଅଙ୍ଗରେ ପଡିବ ଦ୍ଵାରା କେଉଁ ସଙ୍କେତ ମିଳିଥାଏ ।  ଯେପରି ଝିଟିପିଟିକୁ ଆମେ ବହୁତ ଶୁଭ ମାନିଥାଉ ,ଝିଟିପିଟି ଦେହରେ ପଡିଲେ ବହୁତ ଶୁଭ ହୋଇଥାଏ । ଝିଟିପିଟି ବୋବାଇଲେ ସେହି ସମୟରେ ଯଦି ଆମେ କିଛି କଥା କହିଥାଉ ତ ସେହି କଥା ସତ ବୋଲି ଭବିଥାଉ ।

ପୃଥିବୀରେ ଏପରି ଜୀବ ଜନ୍ତୁ ଅଛନ୍ତି ଆଗତ ଭବିଷ୍ୟତରେ ଆମ ସହିତ କଣ ଘଟିବ ତାହା ପୂର୍ବରୁ ସଙ୍କେତ ଦେଇଥାନ୍ତି । ଦୁଇଟି ଝିଟିପତି ପ୍ରଣୟ କରୁଥିବାର ଦେଖିବେ ତ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବାର ସଙ୍କେତ ମିଳୁଛି । ଯଦି ଝିଟିପିଟି ଝଗଡା କରୁଥିବାର ଦେଖିବେ ତ କୌଣସି ଲୋକଙ୍କ ସହ ଝଗଡା ହେବାର ସଙ୍କେତ ମିଳିଥାଏ । ଝିଟିପିଟି ଯଦି ଆପଣଙ୍କ ମଥା ଉପରେ ପଡିଥାଏ ତ ସମ୍ପତି ମିଳିବାର ସଙ୍କେତ ମିଳିଥାଏ । ଯଦି ଝିଟିପିଟି ଆପଣଙ୍କ କେସରେ ପଡିଥାଏ ତ ମୃତ୍ୟୁ ର ସଙ୍କେତ ମିଳିଥାଏ ।

ଯଦି ଆପଣଙ୍କର ଡାହାଣ କାନରେ ଝିଟିପିଟି ପଡିଥାଏ ତ କୌଣସି ଆଭୁଷଣ କିଣିବାର ସଙ୍କେତ ମିଳିଥାଏ । ବାମ କାନରେ ପଡିଲେ ଆୟୁ ବୃଦ୍ଧି ହେବାର ସଙ୍କେତ ମିଳିଥାଏ । ଯଦି ଝିଟିପିଟି ଆପଣଙ୍କ ନାକ ଉପରେ ପଡିଥାଏ ବହୁତ ଶୀଘ୍ର ଆପଣଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି । ପାଟିରେ ଝିଟିପିଟି ପଡିବ ଦ୍ଵାରା ମଧୁର ଭୋଜନ ମିଳିବାର ସଙ୍କେତ ମିଳିଥାଏ । ଯଦି ଆପଣଙ୍କ ବାମ ଗଲରେ ପଡିଯାଏ ପୁରୁଣା ବନ୍ଧୁଙ୍କ ସାକ୍ଷାତ ହେବାର ସଙ୍କେତ ମିଳିଥାଏ ।

ଯଦି ଆପଣଙ୍କର ବେକରେ ଝିଟିପିଟି ପଡିଯାଏ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବାର ସଙ୍କେତ ମିଳିଥାଏ । ଯଦି ଆପଣଙ୍କର ଦାଢି ଉପରେ ଝିଟିପିଟି ପଡିଯାଏ ବହୁତ ସତର୍କ ରହିବାକୁ ହେବ କୌଣସି ଦୁର୍ଘଟଣା ହେବାର ସଙ୍କେତ ମିଳିଥାଏ । ଡାହାଣ ମଥା ଉପରେ ଝିଟିପିଟି ପଡିବ ଦ୍ଵାରା ଧନ ହାନି ହେବାର ସଙ୍କେତ ମିଳିଥାଏ । ବାମ ଆଣ୍ଠୁରେ ଝିଟିପିଟି ପଡିବ ଦ୍ଵାରା ବୁଦ୍ଧି ନଷ୍ଟ ହେବାର ସଙ୍କେତ ମିଳିଥାଏ ।ଅଣ୍ଟା ମଝିରେ ଝିଟିପିଟି ପଡିବା ଦ୍ଵାରା ଆର୍ଥିକ ଲାଭ ହେବାର ସଙ୍କେତ ମିଳିଥାଏ ।

ଆପଣଙ୍କ ନାଭି ଉପରେ ଝିଟିପିଟି ପଡିବ ଦ୍ଵାରା ସମସ୍ତ ମନସ୍କାମନା ପୂର୍ଣ ହୋଇଯାଏ । ଘରକୁ ପ୍ରବେଶ ସମୟରେ ଝିଟିପିଟିର ସ୍ଵୋର ଶୁଣିଲେ ବହୁତ ଶୁଭ ସଙ୍କେତ ମିଳିଥାଏ । ଏହା ଦ୍ଵାରା ଘରର ଆର୍ଥିକ ସମସ୍ଯା ଦୂର ହୋଇଯାଏ । ଘରେ ଖାଉଥିବ ସମୟରେ ଉତ୍ତର ବା ପୂର୍ବରୁ ଝିଟିପିଟିର ସ୍ଵୋର ଶୁଭିଲେ ଅର୍ଣ୍ଣର ଅଭାବ ରହିନଥାଏ ବା ଧନର ସମସ୍ଯା ରହିନଥାଏ । ଯଦି ଝିଟିପିଟି ପିଠି ଉପରେ ପଡିଯାଏ ତ ବହୁତ ଶୁଭ ଖବର ମିଳିବାର ସଙ୍କେତ ମିଳିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button