ସ୍ଵପ୍ନ ରେ ମାଛ ଦେଖିବା ଶୁଭ ନା ଅଶୁଭ ହୋଇଥାଏ ? ଏହା କଣ ଦେଇଥାଏ ସଂକେତ… Swapna Shastra

ଶୋଇବା ସମୟରେ କିଛି ନା କିଛି ସ୍ଵପ୍ନ ଦେଖିଥାଉ । ସପ୍ନ ରେ ନିଜ ଭବିଷ୍ୟତ ବିଷୟରେ ଘଟିବାକୁ ଯାଉଥିବା ଘଟଣା ମଧ୍ୟ ଜଣାପଡିଥାଏ । ସ୍ଵପ୍ନ କୁ ଯଦି ବୁଝି ପାରିବେ ତ ବହୁତ ସମସ୍ୟାରୁ ବଞ୍ଚି ପାରିବେ । ଆଜି ଆପଣଙ୍କୁ କହିବୁ ସପ୍ନରେ ମାଛ ଦେଖିବା ଦ୍ଵାରା ଶୁଭ ନା ଅଶୁଭ ହୋଇଥାଏ । ତ ଆସନ୍ତୁ ଜାଣିବା ଏହି ମାଛର ସ୍ଵପ୍ନ ବିଷୟରେ । ଯଦି ସ୍ଵପ୍ନ ରଙ୍ଗୀନ ମାଛକୁ ଦେଖିଲେ ତ ବହୁତ ଶୁଭ ଖବର ମିଳିବାର ଅଛି ।
କୌଣସି ସମସ୍ଯା ଥିଲେ ତାହା ଦୂର ହୋଇଥାଏ ଓ ଧନର ଅଭାବ ରହିନଥାଏ । ଯଦି ଆପଣ ସ୍ଵପ୍ନରେ ବଡ ମାଛକୁ ଦେଖନ୍ତି ତ ବହୁତ ଖରାପ ହୋଇଥାଏ ,ଆଗାମୀ ସମୟରେ ରୁଣ ଗ୍ରସ୍ତ ହୋଇଥାନ୍ତି ଓ ସର୍ବଦା ଚିନ୍ତାରେ ରହିଥାନ୍ତି । ଯଦି ସ୍ଵପ୍ନରେ କୌଣସି ବ୍ୟକ୍ତି ମାଛ ଧରି ଥିବାର ଦେଖିବେ ତ ବହୁତ ଶୁଭ ହୋଇଥାଏ ,ଧନ ପ୍ରାପ୍ତି ହେବାର ସଙ୍କେତ ଦେଇଥାଏ । ଯଦି ସ୍ଵପ୍ନରେ କୌଣସି ବଡ ମାଛ ଧରିଥିବାର ଦେଖିବେ ତ ଜାଣିବେ ଆଗକୁ ବହୁତ ବଡ ସଫଳତା ମିଳିବାକୁ ଯାଉଛି ।
ଯଦି ସ୍ଵପ୍ନରେ ଧଳା ବା କଳା ରଙ୍ଗର ମାଛକୁ ଦେଖନ୍ତି ତ କର୍ମ କ୍ଷେତ୍ରରେ ଉନ୍ନତି କରିବେ । ଘୃହରେ ଆର୍ଥିକ ସମସ୍ଯା ଥିଲେ ତାହା ଦୂର ହେବ ଓ ଆର୍ଥିକ ସ୍ଥିତି ମଜବୁତ ହେବାକୁ ଲାଗିବ । କୌଣସି ସମସ୍ଯା ଥିଲେ ମଧ୍ୟ ବହୁତ ଶୀଘ୍ର ଦୂର ହେବ । ଏହି ସ୍ଵପ୍ନା ଦେଖିବା ଦ୍ଵାରା ଜାଣିବେ ମା ଲକ୍ଷ୍ମୀଙ୍କର ଆପଣଙ୍କ ଉପରେ ଆଶୀର୍ବାଦ ରହିଛି । ଯଦି ସ୍ଵପ୍ନରେ ପାଣିରେ ପହରୁଥିବା ମାଛକୁ ଦେଖନ୍ତି ତ ନିଜ ଜୀବନକୁ ନେଇ ବହୁତ ଖୁସି ଅଛନ୍ତି ଓ ଆର୍ଥିକ ସମସ୍ଯା ଦୂର ହେବ ଓ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ ।
ଯଦି ସ୍ଵପ୍ନରେ କୌଣସି ମାଛ ଖାଉଥିବାର ଦେଖିବେ ତ ଧାର୍ମିକ କାର୍ଯ୍ୟରେ ପ୍ରେମ ଭାବ ବଢିବ । ଯଦି ସ୍ଵପ୍ନରେ ଡଲଫିନ ମାଛକୁ ଦେଖନ୍ତି ତ ବହୁତ ଶୁଭ ହୋଇଥାଏ । ପୂର୍ବରୁ ସ୍ୱାସ୍ଥ୍ୟ ଖରାପ ଥାଏ ସେଥିରେ ବହୁତ ସୁଧାର ଆସିବ । ଯଦି ସ୍ଵପ୍ନରେ ସାର୍କ ବା ଘାଟକ ମାଛ ଦେଖନ୍ତି ,ଏହା ବହୁତ ଅଶୁଭ ହୋଇଥାଏ । କୌଣସି କାରଣରୁ ଆର୍ଥିକ ସମସ୍ଯା ଦେଖା ଦେଇଥାଏ । ଯଦି କୌଣସି ମାଛର ଆକ୍ରମଣ କରୁଥିବାର ଦେଖିଲେ ଆର୍ଥିକ ସମସ୍ୟା ହେବାର ସମ୍ଭାବନା ରହିଥାଏ ।
ଯଦି କୌଣସି ମାଛ ମାରୁଥିବାର ସ୍ଵପ୍ନ ଦେଖିଲେ ,ଏହା ବହୁତ ଅଶୁଭ ହୋଇଥାଏ । ଏହି ସ୍ଵପ୍ନ ଦେଖିବା ଦ୍ଵାରା ନିଜର ଜାଣିଶୁଣି କ୍ଷତି କରିବେ । ଧନର କ୍ଷତି ହେବାର ସମ୍ଭାବନା ରହିଛି । ଯଦି ସ୍ଵପ୍ନରେ ମାଛର ଘର ଦେଖନ୍ତି ,ଏହା ବହୁତ ଭଲ ହୋଇଥାଏ । ଜାଣିବେ ବହୁତ ବଡ ଧନର ଲାଭ ହେବାକୁ ଯାଉଛି । ଯ