ଜ୍ୟୋତିଷ

ଧନକୁ ଚୁମ୍ବକ ପରି ଟାଣନ୍ତି ଏହି ପଶୁ ପକ୍ଷୀ, ଆପଣଙ୍କ ଘରକୁ ଆସୁଛନ୍ତି କି ? Ajira Anuchinta

ବନ୍ଧୁଗଣ ଅମାର ପୂର୍ବ ପୁରୁଷ ମାନେ ପଶୁ ମାନଙ୍କୁ ଖାଦ୍ଯ ଦେଇଥାନ୍ତି ଓ ସେବା କରିଥାନ୍ତି । ବିଶେଷ କରି ଶ୍ରାଦ୍ଧ, ପର୍ବ ପର୍ବାଣିରେ ଆମେ ଦେଉଥିବା ସମର୍ପିତ ଖାଦ୍ୟ ଖାଇଥାନ୍ତି ତାହେଲେ ପିତୃ ପୁରୁଷ ପାଇଗଲେ ବୋଲି ଅନୁଭବ ହୋଇଥାଏ । ମଣିଷ ଜୀବନରେ ଏହାରା ନିଶ୍ଚୟ ପ୍ରଭାବ ପଡିଥାଏ । ଯଦି ସଦଭାବନା ଓ ବିଶ୍ଵାସ ସହକାରେ ଏହି କାର୍ଯ୍ୟ ତେବେ ସୁଫଳ ମିଳିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ପଶୁପକ୍ଷୀ ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆପଣଙ୍କୁ ଧନୀ କରାଇପାରେ ।

୧- କାଉ : କାଉ ମଣିଷର ବନ୍ଧୁ କାରଣ ପରିବେଶ ସଫା ସୁତୁରା ରଖିବାରେ କାଉର ବହୁତ ଅବଦାନ ଥାଏ । ଶନିଦେବଙ୍କ ବାହନ କାଉ ଅଟେ । ପ୍ରତିଦିନ କାଉକୁ କ୍ଷୀରୀ, ମିଠା ରୁଟି, ଡାଲି, ଚିନି ଖାଇବାକୁ ଦେଲେ ଶୁଭ ହୋଇଥାଏ । ଶ୍ରାଦ୍ଧ ସମୟରେ କାଉ ମାନେ ଖାଦ୍ୟ ଖାଇଲେ ପିତୃ ପୁରୁଷ ମାନେ ସନ୍ତୁଷ୍ଟ ହୋଇଥାନ୍ତି ।

୨- କଳା କୁକୁର : କଳା କୁକୁର ହେଉଛି କଳା ଭୈରବଙ୍କ ବାହନ । ଏଣୁ କଳା କୁକୁରଙ୍କୁ କିଛି ଖାଦ୍ଯ ଦିଆଯାଏ ତେବେ ବହୁତ ପ୍ରକାରର ଶୁଭ ଫଳ ମିଳିଥାଏ । ପ୍ରତେକ ଶନିବାର ଓ ଅମାବାସ୍ୟାରେ ବିସ୍କୁଟ, ଗୁଡ, ରୁଟି ଇତ୍ୟାଦି କଳା କୁକୁରକୁ ଖାଇବାକୁ ଦେଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଏହା ଦ୍ଵାରା ଦୁଖ ଦୁର୍ଦ୍ଦଶା ଦୂର ହୋଇଥାଏ ।

୩- ଜନ୍ଦା ଓ ପିମ୍ପୁଡି : ଏମାନେ ହେଉଛନ୍ତି ପରିଶ୍ରମୀ ଜୀବ । ଏମାନେ ଖାଦ୍ୟ ସଂଗ୍ରହ କରିବାରେ ଲାଗିଥାନ୍ତି । ଏମାନଙ୍କୁ ପ୍ରତିଦିନ ଗୁଡ, ଚିନୀ ଖାଇବାକୁ ଦେଲେ ଶୁଭ ହୋଇଥାଏ । ରୁଣ ମୁକ୍ତି ହେବା ସହ ରୋଜଗାରରେ ଉନ୍ନତି ଦେଖାଦିଏ ।

୪- ପାରା : ପାରା ସାଧାରଣତଃ ୨ ପ୍ରକାରର ହୋଇଥାନ୍ତି ଯଥା ଦେଉଳିଆ ଓ ଧଳା ପାରା । ପାରା ଯେଉଁ ରଙ୍ଗର ହୁଅନ୍ତୁ ନା କାହିଁକି ମଣିଷର ବନ୍ଧୁ ହୋଇଥାଏ । ଘରେ ପାରା ଆସି ରହିଲେ ମା ଲକ୍ଷ୍ମୀଙ୍କ ଆଗମନ ହେବା ସହ ଧନଧାନ୍ୟ ବୃଦ୍ଧି ହୋଇଥାଏ । ପାରାଙ୍କୁ ପ୍ରତିଦିନ ଦାନା ଦେଲେ ରାହୁ ଓ ବୁଧ ଗ୍ରହ ଦୋଷ ଦୂର ହୋଇଥାଏ ।

୫- ଗାଈ : ଗାଈ ଅତ୍ୟନ୍ତ ପବିତ୍ର ହୋଇଥିବାରୁ ପୂଜନୀୟ ଅଟେ । ଗାଈକୁ ପ୍ରତିଦିନ ରୁଟି ଖାଇବାକୁ ଦେଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଘର କରିବା ପୂର୍ବରୁ ସେହି ଜାଗାରେ ୧୫ ଦିନ ପାଇଁ ଗାଈ ବାଛୁରିକୁ ବାନ୍ଧି ଦିଆଯାଏ ତାହା ପବିତ୍ର ହୋଇଯାଏ ।

୬- ମାଛ ଓ କଇଁଛ : ଏହି ଦୁଇ ଜୀବ ଶ୍ରୀ ବିଶୁଣୁଙ୍କର ଅବତାର । ଶାସ୍ତ୍ରରେ ଲେଖାଅଛି ଶନିବାର ଓ ରବିବାରରେ ଅଟା ଗୁଳା କରି ମାଛକୁ ଖାଇବାକୁ ଦେଲେ ରୋଗ ବ୍ୟାଧି ଦୂରେ ହୁଏ ।

୭- ଷଣ୍ଢ : ପ୍ରତେକ ଦିନ ବା ସୋମବାର, ଶନିବାରରେ ଶଣ୍ଢକୁ ଖାଇବାକୁ ଦେଲେ ମଣିଷର ଦୁଖ ଦୁର୍ଦ୍ଦଶା ଦୂର ହୋଇଥାଏ । ରୋଗ କଷ୍ଟ, ଶତ୍ରୁ କଷ୍ଟରୁ ମୁକ୍ତି ମିଳିଥାଏ । ଏହା ସହ ଧର୍ମ ଓ ମହାଦେବଙ୍କ ଅପାର କୃପା ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button