ସ୍ୱାସ୍ଥ୍ୟ

କେବଳ 5 ଟଙ୍କାରେ ଘରେ ବନାନ୍ତୁ ମଶା ମାରିବାର ଲିକୁଇଡ, ଗୋଟି ଗୋଟି ମଶା ମରି ପାଉଁଶ ହୋଇଯିବେ!

ଗ୍ରୀଷ୍ମ ଋତୁ ଆସିଗଲାଣି ଶୋଇବା ସମୟରେ ମଶାମାନଙ୍କର ଦ୍ଵାରା ବହୁତ ସମସ୍ଯା ରହୁଥିବ । କିଛି ଲୋକ ମଶାରୁ ରକ୍ଷା ପାଇବା ପାଇଁ ମଶାରୀର ବ୍ୟବହାର କରନ୍ତି । ଆଉ କିଛି ଲୋକ ମଶା ମାରିବା ପାଇଁ ଲିକୁଇଟ ବ୍ୟବହାର କରିଥାନ୍ତି । ଆଜି ଆସନ୍ତୁ ଜାଣିବା ମଶା ମାନଙ୍କଠାରୁ ରକ୍ଷା ପାଇବା ପାଇଁ ଏକ ଘରୋଇ ଉପଚାର । ଯାହା କରିବା ଦ୍ଵାରା ରାତିରେ ଶାନ୍ତିର ସହ ଶୋଇପାରିବେ ।

ମଶା ମାନଙ୍କୁ ଘରୁ ଘଉଡାଇ ପାରିବେ । ବଜାରରେ ମଶା ମାରିବାର ଲିକୁଇଟ ମିଳୁଛି କିନ୍ତୁ ଥର ଦାମ ବହୁତ ହୋଇଥାଏ । ସେଥିଲାଗି ଏହି ଉପାୟ ଘରେ ନିଶ୍ଚିତ କରନ୍ତୁ । କେବଳ ଦୁଇଟି ଜିନିଷରେ । ସେହି ଦୁଇଟି ଜିନିଷ ମଧ୍ୟରୁ ପ୍ରଥମ ଜିନିଷ ହେଉଛି ତାର୍ପିନ ତେଲ । ତାର୍ପିନ ତେଲ ଅନେକ କାର୍ଯ୍ୟ କରିବାରେ ବ୍ୟବହାର ହୋଇଥାଏ । ଯେପରି ରଙ୍ଗ କରିବା ସମୟରେ ତାର୍ପିନର ବ୍ୟବହାର ହୋଇଥାଏ । ଏହା କିରାସିନ ପରି ଗନ୍ଧ ହୋଇଥାଏ । ଦ୍ଵିତୀୟ ଜିନିଷଟି ହେଉଛି କର୍ପୁର ।

କର୍ପୁର ତ ସମସ୍ତଙ୍କ ପୂଜା ଘରେ ରହିଥାଏ । ପୂଜା କର୍ପୂର ଦୁଇଟିକୁ ଗୁଣ୍ଡ କରି ରଖିଦେବେ । ଏହା ପରେ ଏକ ରିଫିଲ ବୋତଲ ଆଣିବେ ସେଥିରେ ଥିବା କଳା ରଙ୍ଗର ଜିନିଷକୁ କାଢି ଦିଅନ୍ତୁ । ସେହି ଡବାରେ ଗୁଣ୍ଡ କରି ରଖିଥିବା କର୍ପୁରକୁ ପୁରାଇଦିଅନ୍ତୁ । ଏହା ପରେ ରଖିଥିବା ତାର୍ପିନ  ତେଲକୁ ସେହି ଡବାରେ ମିଶାନ୍ତୁ । ଏହା କରିସାରିବା ପରେ ରିଫିଲ ଡବାରେ ଥିବା କଳା ଜିନିଷଟିକୁ ନେଇ ସେଥିରେ ଲଗାଇ ଦିଅନ୍ତୁ ।

ଏହା ପରେ ଏହି ଡବାକୁ ନେଇ ମେସିନରେ ଫିଟ କରିଦିଅନ୍ତୁ । ଯେପରି ସବୁଦିନ ରାତିରେ ଲିକୁଇଟ ଲଗାନ୍ତି ସେହିପରି ଲଗାଇ ଦିଅନ୍ତୁ । ଦେଖିବେ ଘରେ କୌଣସିବି ମଶା ରହିବେ ନାହିଁ । ଏହା କରିବା ଦ୍ଵାରା ମଶା ମାରି ଯାଇଥାନ୍ତି । କାରଣ ମଶା ମାନଙ୍କୁ ତାର୍ପିନ ତେଲ ପସନ୍ଦ ହୋଇନଥାଏ । ସେଥିଲାଗି ତାରପିନର ତେଲର ଗନ୍ଧରେ ମରି ଯାଇଥାନ୍ତି । ଏହା କରିଲେ କୌଣସି ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିବ ନାହିଁ ।

ଯଦି ଆପଣଙ୍କୁ ଏହାକୁ ବିଦ୍ୟୁତରେ ଲଗାଇବାକୁ ଡର ଲାଗିଛି , କୌଣସି ବୋତାଳରେ ପୁରାଇ ଯେଉଁ ଜାଗାରେ ମଶା ଥିବେ ସେହି ଜାଗାରେ ସ୍ପ୍ରେ କରିଦେବେ । ଏହା କରିବା ଦ୍ଵାରା ମଶା ଆଉ ଘରେ ରହିବେ ନାହିଁ । ଘରେ ଆଉ ମଶା ମାନେ ରହିବେ ନାହିଁ ,କି ରାତିରେ ଶୋଇବା ସମୟରେ ଆପଣଙ୍କୁ ମଶାରୀ ଲଗାଇ ଶୋଇବାକୁ ପଡିବ ନାହିଁ । ଏହି ଉପାୟ ଘରେ ନିଶ୍ଚୟ କରନ୍ତି ଦେଖିବେ ଘରକୁ ଆଉ କୌଣସି ମଶା ଆସିବେ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button