ଅପରାଧ

ବିବାହ ପରେ ବର ଓ ବଧୂଙ୍କ ନାମରେ ରୁଜୁ ହେଲା ମାମଲା – Kalinga News

[ad_1]

ମୁଜାଫରନଗର: ବିବାହ ଜୀବନର ଏକ ନୂଆ ଆରମ୍ଭ । ସମସ୍ତେ ଏହି ଆରମ୍ଭକୁ ସ୍ମରଣୀୟ କରିବାକୁ ଚାହିଁଥାଆନ୍ତ।  ତେଣୁ ଆଜିକାଲିର ଯୁବପିଢ଼ିମାନେ ନିଜର ବିବାହକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ଏହି ଉପାୟ ସମୟସମୟରେ ସେମାନଙ୍କୁ ମହଙ୍ଗା ବି ପଡ଼ି ଯାଉଛି। ଏମିତି ଏକ ଘଟଣା  ଉତ୍ତରପ୍ରଦେଶର ମୁଜାଫରନଗରରୁ ସାମ୍ନାକୁ ଆସିଛି।

ଗତ ଦୁଇ ଦିନ ହେବ ସୋସିଆଲ ମିଡିଆରେ ବର ଓ ବଧୂଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଏକ ବିବାହ ଉତ୍ସବର। ବର ଓ ବଧୂଙ୍କ ବିବାହ ସରିଥିବା ବେଳେ ଦୁହେଁ ମଞ୍ଚ  ଉପରେ ଛିଡ଼ା ହୋଇଛନ୍ତି। ଏହି ସମୟରେ ବଧୂ ହାତରେ ବନ୍ଧୁକ ଧରି ଗୁଳି ଫୁଟାଉଥିବ‌ା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଆଧାର କରି ପୁଲିସ ବର-ବଧୂଙ୍କ ବିରୋଧରେ ଧାରା ୨୯୦ ଏବଂ ୩୩୬ରେ ଏକ ମାମଲା ରୁଜୁ କରିଛି।

ଦୁହିଁଙ୍କ ସୂଚନା ପାଇବା ପରେ ଥାନାକୁ ଡକାଇ ପଚରାଉଚରା କରିବା ସହିତ ଆଇନ ଅନୁଯାୟୀ ଯାହା ଦଣ୍ଡ ରହିଛି ସେଇ ଅନୁଯାୟୀ ନବଦମ୍ପତିଙ୍କୁ ଦଣ୍ଡିତ କରାଯିବ ବୋଲି ପୁଲିସ ସୂଚନା ଦେଇ କହିଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ ବରଯାତ୍ରୀରେ ବର ଅବା ତାଙ୍କ ସମ୍ପର୍କୀୟ କି ବାହାଘର ପରେ ମଞ୍ଚ ଉପରେ ବର ଓ କନ୍ୟା ଫାଙ୍କା ଗୁଳି ଚାଳନା କରୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏନେଇ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଇଛି। ତଥାପି ଲୋକେ ଏଥିରୁ ନିବୃତ୍ତ ରହୁ ନାହାନ୍ତି। କାରଣ ଏଭଳି ଘଟଣାରେ ତିଳେ ମାତ୍ର ଅସାବଧାନତା ମଣିଷର ଜୀବନ ନେଇ ଯାଇଥାଏ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button