ଘରୁ ମିଳିଲା ଆଇଆରଏସ ଅଧିକାରୀଙ୍କ ପ୍ରେମିକାଙ୍କ ମୃତଦେହ – Kalinga News

[ad_1]
ନୋଏଡା: ନୋଏଡାଠାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଧିକାରୀଙ୍କ ନାମ ସୌରଭ ମୀନା।

Sambad is now on WhatsApp
Join and get latest news updates delivered to you via WhatsApp
ଗତରବିବାର ଆଇଆରଏସ ଅଧିକାରୀ ସୌରଭ ମୀନାଙ୍କ କୋଠାରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯୁବତୀଙ୍କ ମୃତଦେହ କୋଠାରେ ଝୁଲୁଥିବା ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା।
ଏହି ଘଟଣାପରେ ମୃତ ଯୁବତୀଙ୍କ ପରିବାରଲୋକ ପୁଲିସରେ ଅଭିଯୋଗ କରି କହିଛନ୍ତି, ଆଇଆରଏସ ଅଧିକାରୀ ସୌରଭ ମୀନା ଆମ ଝିଅ ମଧ୍ୟରେ ତିନିବର୍ଷର ସମ୍ପର୍କ ଥିଲା। ସୌରଭ ଝିଅକୁ ବିବାହ କରିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ। ଅନେକ ସମୟରେ ସୌରଭ ଝିଅକୁ ଘରକୁ ଡାକି ମାଡ ମାରିଥାଆନ୍ତି। ଏ ବିଷୟରେ ଆମେ ଜାଣିବା ପରେ ଝିଅକୁ ସୌରଭ ଠାରୁ ଦୂରେଇ ରହିବାକୁ ଅନେକ ବୁଝାଇ ଥିଲୁ କିନ୍ତୁ ସେ ସୌରଭଙ୍କୁ ଜୀବନରୁ ଅଧିକ ଭଲ ପାଉ ଥିବାରୁ ଛାଡ଼ିକି ରହି ପାରିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲା।
ଗତ ରବିବାର କାମ ଅଛି କହି ଝିଅ ଘରୁ ବାହାରି ଯାଇଥିଲା। ହଠାତ ଫୋନ ଆସିଲା କି ଝିଅର ମୃତ୍ୟୁ ହୋଇଯାଇଛି। ଆମେ ନିଶ୍ଚିତ ଯେ ସୌରଭ ହିଁ ଝିଅକୁ ମାଡ଼ ମାରି ହତ୍ୟା କରିବା ପରେ ତାକୁ ଫ୍ୟାନରେ ଝୁଲାଇ ଦେଇଛନ୍ତି।’
ପୁଲିସ ଏହି ଘଟଣାରେ ସୌରଭଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଥିବା ସହିତ ଅଧିକାରୀ ବ୍ୟବହାର କରୁଥିବା ଫୋନ, ଲାପଟପ, କମ୍ପ୍ୟୁଟର ଓ ଘରେ ଲାଗିଥିବା ସିସିଟିଭି ଫୁଟେଜ ଜବତ କରି ଯାଞ୍ଚ କରୁଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଯୁବତୀଙ୍କ ମୃତ୍ୟୁକୁ ନେଇ ସୌରଭ କୌଣସି ପ୍ରକାର ମୁହଁ ଖୋଲି ନଥିଲେ।
[ad_2]