Vastu Tips – ଟଙ୍କା ବର୍ଷା କରିବ ଏହି ଫୁଲ, କେବଳ କରନ୍ତୁ ଏହି ଉପାୟ

ବନ୍ଧୁଗଣ ପ୍ରକୃତି ର ଦାନ ସମସ୍ତ ଗଛ ଲତା ମଣିଷର କଲ୍ୟାଣ ପାଇଁ ହିଁ ହୋଇଥାଏ । ପରିବେଶ ସନ୍ତୁଳନ ରଖିବା ପାଇଁ ଗଛ ଲତାର ବିଶେଷ ମହତ୍ଵ ରହିଛି । ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା ପାଇଁ ଆୟୁର୍ବେଦରେ ସମସ୍ତ ଗଛଲତାର ଉପଯୋଗ ବିଷୟରେ ଉଲ୍ଲେଖ ରହିଛି । ଗଛର ଛାଲି ଚେର, ଡାଳ ପତ୍ର ଫୁଲ ଫଳ ଇତ୍ୟାଦି ମଧ୍ୟ ଔଷଧ ରୂପେ ବ୍ୟବହାର କରାଯାଏ । ଗୃହ ବା କାରଖାନାର ବାସ୍ତୁଦୋଷ ଦୂର କରିବା ପାଇଁ ମଧ୍ୟ ଅନେକ ଗଛର ମହତ୍ଵ ବର୍ଣ୍ଣନା କରା ଯାଇଛି । ଏଥିମଧ୍ୟରୁ ଶ୍ଵେତ ଅରଖ ଗଛ ପ୍ରମୁଖ ହୋଇଥାଏ । ଆସନ୍ତୁ ଜାଣିବା ଏହି ଶ୍ଵେତ ଅରଖ ବିଷୟରେ ବାସ୍ତୁ ଶାସ୍ତ୍ରରେ କଣ ସବୁ ବର୍ଣ୍ଣିତ ଅଛି ।
ବନ୍ଧୁଗଣ ସାଧାରଣତଃ ଗଣେଶ ପୂଜା ଆସିଲେ ଆମେ ବିଶାଳ ବିଶାଳ ମୂର୍ତ୍ତି ବନାଇ ପ୍ରାଣ ପ୍ରତିଷ୍ଠା କରି ପୂଜା ଆରାଧନା କରିଥାଉ । ଗୃହ ପ୍ରବେଶ, ଦୋକାନ, ଏବଂ କାରଖାନା ଇତ୍ୟାଦି ଶୁଭାରମ୍ଭ କରିବା ପୂର୍ବରୁ ଗଣେଶଙ୍କ ମାଟି ପଥର, ସୁନା ଏବଂ ଅଷ୍ଟ ଧାତୁର ମୂର୍ତ୍ତି ମଧ୍ୟ ଆଣି ପୂଜା କରିଥାଉ । କିନ୍ତୁ ଆପଣ କଣ ଏହା ଜାଣନ୍ତି କି ଏମତି ଏକ ଦିବ୍ୟ ବୃକ୍ଷ ଅଛି ଯେଉଁ ବୃକ୍ଷରେ ସାକ୍ଷାତ ଗଣେଶ ବାସ କରିଥାନ୍ତି ।
ସେହି ବୃକ୍ଷର ନାମ ହେଉଛି ଶ୍ଵେତ ଅରଖ ବା ଧଳା ଅରଖ ଗଛ । ଏହି ଅରଖ ଗଛ ପ୍ରାୟ 2 ପ୍ରକାରର ହୋଇଥାଏ । ଗୋଟିଏ ହେଉଛି ବାଇଗେଣୀ ରଙ୍ଗର ଓ ଅନ୍ଯଟି ହେଉଛି ଧଳା ରଙ୍ଗର ଅରଖ ଫୁଲ । ଏହି ଧଳା ରଙ୍ଗର ଅରଖ ଗଛରେ ଶ୍ରୀ ଗଣେଶ ବାସ କରିଥାନ୍ତି । ଏଣୁ ଅରଖ ଗଛ ପୂଜା କରିବା ଅର୍ଥାତ ଗଣେଶଙ୍କୁ ପୂଜା କରିବା ସହିତ ସମାନ ହୋଇଥାଏ । ଏହି ଅରଖ ଗଛର ଫୁଲ ଶିବ, ଦେବୀ, ଗଣେଶ, ସୂର୍ଯ୍ୟଙ୍କର ମଧ୍ୟ ପ୍ରିୟ ହୋଇଥାଏ ।
ବନ୍ଧୁଗଣ ଏହି ଶ୍ଵେତ ଅରଖ ଗଛକୁ ଯଦି ମାଟିରେ ପୋତି ତାହା ମୂଳରେ ପାଣି ଏବଂ କ୍ଷୀର ଢାଳି 11 ବର୍ଷ ପର୍ଯ୍ୟନ୍ତ ପୂଜା କରାଯାଏ ତେବେ ଏହି ଅରଖ ଗଛର ଚେର ଠିକ ଶ୍ରୀ ଗଣେଶ ଙ୍କର ଆକୃତିର ରୂପ ନେଇଥାଏ । ଯାହାକୁ ଲୋକମାନେ ତାଡି କି ଆଣି ଘରେ ବା ମନ୍ଦିରରେ ସ୍ଥାପନା କରି ପୂଜା କରିଥାନ୍ତି । ବନ୍ଧୁଗଣ ଯେହେତୁ ଶ୍ରୀ ଗଣେଶ ଙ୍କର ଅସ୍ଥିତ୍ଵ ଏହି ଶ୍ଵେତ ଅରଖ ଗଛରେ ଥାଏ ତେବେ ଏହି ଗଛକୁ ଯଦି ଘର ଅଫିସ ବା ଦୋକାନ ଏବଂ କାରଖାନା ଇତ୍ୟାଦିରେ ଲଗାଇ ପୂଜା କଲେ ସମସ୍ତ ପ୍ରକାରର ଦୁଃଖ କଷ୍ଟ ଦୂର ହୋଇଥାଏ ।
ମଣିଷକୁ ଧନ ସମ୍ପତି ପ୍ରାପ୍ତି ହୋଇଥାଏ । ଶ୍ରୀ ଗଣେଶ ହେଉଛନ୍ତି ବିଘ୍ନ ହର୍ତ୍ତା । ଏଣୁ ଗୃହରୁ ସମସ୍ତ ପ୍ରକାରର ବିଘ୍ନ ଦୂର ହୋଇଥାଏ । ଘରର ନକରାତ୍ମକ ବା ଦୁଷ୍ଟ ଶକ୍ତିକୁ ତଡି ଦେଇଥାଏ ଏବଂ ସକରାତ୍ମକ ଉର୍ଜ୍ଜା ଘରକୁ ପ୍ରବେଶ କରିଥାଏ । ଏହା ସହିତ ଘରକୁ ସିଦ୍ଧି ଏବଂ ବୁଦ୍ଧି ମଧ୍ୟ ପ୍ରବେଶ କରିଥାନ୍ତି । ଯାହା ଫଳରେ ସେହି ଗୃହର ମଣିଷକୁ ସମସ୍ତ ପ୍ରକାରର ସଫଳତା, ବିଦ୍ୟା ବୁଦ୍ଧି ବା ଦିବ୍ୟଜ୍ଞାନ ପ୍ରାପ୍ତି ହୋଇଥାଏ । ଏହି ଶ୍ଵେତ ଅରଖକୁ ସ୍ଥାପନା କରିବା ଦ୍ଵାରା ଘର ଅଫିସ ଓ କାରଖାନାର ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ ।
ଯାହା ଫଳରେ କି ସଫଳତା ଏବଂ ଧନର ଅଭାବ କେବେ ବି ଦେଖା ଦେଇ ନଥାଏ । ବନ୍ଧୁଗଣ ଯେଉଁ ପରିବାରର ସଦସ୍ୟ ଯାନବାହାନ ଚଳାଇଥାନ୍ତି ଅବା ସୈନ୍ୟ ବିଭାଗରେ ଥାଆନ୍ତି ସେହି ପରିବାରରେ ଏହି ଶ୍ଵେତ ଅରଖ ଗଛ ନିଶ୍ଚିତ ପୂଜା କରିବା ଉଚିତ । କାରଣ ଏହା ଦ୍ଵାରା ସମସ୍ତ ଦୁର୍ଘଟଣା ଟଳି ଯାଇଥାଏ । ଏବଂ ଆପଣଙ୍କୁ ବିଜୟୀ ମଧ୍ୟ କରାଇଥାଏ । ଏହା ସହିତ ଜଳଭୟ, ଅଗ୍ନିଭୟ ଶତୃ ଭୟ, ବିବାଦ ଭୟ, ବିଷାଦ ବା ଦୁଃଖ ଭୟ, ଶ୍ମଶାନ ଭୟ ଇତ୍ୟାଦି ଦେଖା ଦେଇ ନଥାଏ ଓ ଯଦି ଏହି ଭୟ ଥାଏ ତେବେ ତାହା ଦୂର ହୋଇଯାଏ ।
ବନ୍ଧୁଗଣ ଯେଉଁ ଘରେ ଏହି ଶ୍ଵେତ ଅରଖ ଗଛ ପୂଜା ପାଏ ଯନ୍ତ୍ର ମନ୍ତ୍ର ତନ୍ତ୍ରର ଶକ୍ତି ବା ଗୁଣି ଗାରେଡି ସେହି ଘରର କିଛି ବି କ୍ଷତି କରି ପାରେ ନାହିଁ । ପରିବାରରେ କଳହ ଚାଲିଥିଲେ ତାହା ମଧ୍ୟ ଦୂର ହୋଇଥାଏ । ବନ୍ଧୁଗଣ ଯଦି କୌଣସି ବାସ୍ତୁଦୋଷ କାରଣରୁ ଘର ତିଆରି ହୋଇ ପାରୁନଥାଏ ଅବା ଅଧାରୁ ରହି ଯାଇଥାଏ ତେବେ ସେହି ଘର ପାଖରେ ଅରଖ ଗଛ ଲଗାଇ ପୂଜା କଲେ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ଏବଂ ସେଇ ଘର ତୁରନ୍ତ ସଂପୂର୍ଣ୍ଣ ହୋଇଯାଏ ।
ଧନ ରହୁ ନଥିଲେ ଧନ ସଞ୍ଚୟ ମଧ୍ୟ ହୋଇଥାଏ । ରୋଜଗାର ମଧ୍ୟ ପ୍ରାପ୍ତି ହୋଇଥାଏ । ସମସ୍ତ ପ୍ରକାରର ଦୁଃଖ ଦୁର୍ଦ୍ଦଶା ରୁ ମୁକ୍ତି ମିଳିଥାଏ । ବନ୍ଧୁଗଣ ଏହି ଶ୍ଵେତ ଅରଖ ଗଛକୁ ଘରର ମୁଖ୍ୟ ଦ୍ଵାର ବା ଚଉରା ମୂଳରେ ରଖିବା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ଯଦି ଘରର ମୁଖ୍ୟ ଦ୍ଵାରରେ ରଖିବାର ସାମର୍ଥ୍ୟ ନଥାଏ ତେବେ ଘରର ପୂର୍ବ ଦିଗ କିମ୍ବା ଉତ୍ତର ଦିଗ କିମ୍ବା ଉତ୍ତର-ପୂର୍ବ ବା ଐଶାନ୍ୟ କୋଣରେ ରଖିବା ଉଚିତ ହୋଇଥାଏ । ଏହାକୁ ଆପଣଙ୍କର ଛାତ ଉପରେ ରଖି ମଧ୍ୟ ପୂଜା କରି ପାରିବେ ।