ଜ୍ୟୋତିଷ

ଗାଈର ଏହି ଅଙ୍ଗକୁ ପ୍ରତ୍ୟକ ଦିନ ଛୁଇଁବା ମାତ୍ରେ ହିଁ ମିଳେ ଦାରିଦ୍ର୍ୟତାରୁ ମୁକ୍ତି- Krishna Vani

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ସକାଳୁ ଉଠି ଯିଏ ଗୋମାତାଙ୍କୁ ସ୍ପର୍ଶ କରେ ସେ ମୁକ୍ତି ପାଇଯାଏ । ସଂସାରରେ ଯେଉଁ ପ୍ରାଚୀନ ଗ୍ରନ୍ଥ ବେଦ ଅଟେ । ବେଦରେ ଗୋମାତାଙ୍କର ମହିମା ବହୁତ ଅଛି ବୋଲି ଉଲ୍ଲେଖ କରାଯାଇଛି । ଏଭଳି ମଧ୍ୟ କୁହାଯାଇଛି ଯେ ଗାଈ ମାନଙ୍କର ପ୍ରତ୍ୟକ ଅଙ୍ଗ ପ୍ରତ୍ୟଙ୍ଗରେ ଦିବ୍ୟ ଶକ୍ତି ବାସ କରନ୍ତି ।

ଗୋମାତାଙ୍କ ଶିଙ୍ଗରେ ଭଗବାନ ଶଙ୍କର ଏବଂ ନାରାୟଣ ସଦାସର୍ବଦା ବିରାଜମାନ ରହିଥାନ୍ତି । ଗୋମାତାଙ୍କର ଉଦରରେ କାର୍ତିକେୟ ରହିଥାନ୍ତି । ମସ୍ତକରେ ଭଗବାନ ବ୍ରହ୍ମାଙ୍କର ନିବାସ ହୋଇଥାଏ । ତାଙ୍କ ଲଲାଟରେ ରୁଦ୍ର ଏବଂ ଶିଙ୍ଗର ଅଗ୍ର ଭାଗରେ ଭଗବାନ ଇନ୍ଦ୍ର ବିରାଜମାନ ରହିଥାନ୍ତି । କାନ ମାନଙ୍କରେ ଅଶ୍ଵିନୀ କୁମାର ରୁହନ୍ତି । ନେତ୍ରରେ ସୂର୍ଯ୍ୟ ଏବଂ ଚନ୍ଦ୍ରମା ରହିଥାନ୍ତି । ଦାନ୍ତରେ ଭଗବାନ ଗରୁଡ ରୁହନ୍ତି । ଏବଂ ଜିଭରେ ମାତା ସରସ୍ଵତୀ ରହିଥାନ୍ତି । ମୁତ୍ର ସ୍ଥାନରେ ଗଙ୍ଗା ମାତା ରହି ଅଛନ୍ତି ।

ଗୋମାତାଙ୍କର ଗୋବରରେ ମା ଲକ୍ଷ୍ମୀ, ଗୋମୁତ୍ରରେ ମା ଭୋବାନୀ, ଚରଣର ଅଗ୍ର ଭାଗରେ ଆକାଶ ଚାରି ଦେବତା ଥାଆନ୍ତି । ଏବଂ ଗୋମାତାଙ୍କର ଡାକିବା ସ୍ଵୋରରେ ପ୍ରଜାପତି ରୁହନ୍ତି । ଗୋମାତାଙ୍କ ମୁଖରେ ସମୁଦ୍ର ପ୍ରତିଷ୍ଟିତ ହୋଇ ରହିଅଛି । କୁହାଯାଏ ଯେ ଗୋମାତା ଚରଣ ସ୍ପର୍ଶ କରିଥିବା ମାଟିର ତିଳକ ନେଇ ନିଜ ମଥାରେ ଲଗାଇଲେ ଆପଣଙ୍କୁ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ହିନ୍ଦୁ ଧର୍ମ କହୁଛି ଯେ, ଗୋମାତା ଯେଉଁ କ୍ଷୀର ଦେଉଛନ୍ତି,ତାଙ୍କୁ କେବଳ ଗୋଟେ ଅଙ୍ଗ ବୋଲି ମନେ ନକରି ମାତ୍ର ସେହି ଅଙ୍ଗ ଗୁଡିକୁ ମଧ୍ୟରେ ଲୁଚି ରହିଥିବା ଦିବ୍ୟାଙ୍ଗର ସ୍ମରଣ କଲେ, ଆମକୁ ଘରେ ବସି ଚାରୋଟି ତୀର୍ଥଧାମର ପୂଣ୍ୟ ମିଳିଥାଏ । ପଦ୍ମ ପୁରାଣ ଅନୁସାରେ ଗୋମାତାଙ୍କର ମୁଖରେ ଚାରୋଟି ବେଦଙ୍କର ନିବାସ ହୋଇଥାଏ ।

ରୁମ କୁପରେ ଯମରାଜ ବିରାଜ ଅଛନ୍ତି । ଏବଂ ଦକ୍ଷିଣ ପାର୍ସ୍ବୋରେ ବରୁଣ ଏବଂ କୁବେର ରହିଅଛନ୍ତି । ବାମ ପାର୍ଶ୍ଵରେ ମହାବଳୀ ଯଗ୍ଥ ଅଛନ୍ତି । ଏବଂ ମୁଖ ଭିତରେ ଗନ୍ଧର୍ବ ରହିଥାନ୍ତି । ନାସିକାର ଅଗ୍ର ଭାଗରେ ସର୍ପ ଏବଂ ଖୁର ଗୁଡିକର ପଛ ଭାଗରେ ଅପ୍ସରା ସ୍ଥିତ ଅଛନ୍ତି । ଭବିଷ୍ୟ ପୁରାଣ,ସ୍କନ୍ଦ ପୁରାଣ, ଏବଂ ମହାଭାରତରେ ମଧ୍ୟ ଗୋମାତାଙ୍କ ଅଙ୍ଗ ମାନଙ୍କରେ ଥିବା ଦେବୀ ଦେବତାଙ୍କ ବର୍ଣନା କରାଯାଇଛି । ଯେଉଁଠାରେ ଗାଈ ବସି ଆରାମ କରିଥାନ୍ତି ।

ସେହି ସ୍ଥାନରେ ସ୍ଵୋଭା ବଢିବା ସଙ୍ଗେ ସଙ୍ଗେ ଆପଣ ଯଦି କୌଣସି କାରଣ ବଶତ ବିରକ୍ତ ଥିବେ ନାନା ପ୍ରକାରର ସମସ୍ଯା ନିଜ ମସ୍ତିସ୍କରେ ଉତ୍ତପନ୍ନ ହେଉଥିବ ତେବେ ସେହି ସ୍ଥାନରେ କିଛି ସମୟ ଯାଇ ବସିଗଲେ ଆପଣଙ୍କ ମନ ଶାନ୍ତ ହୋଇଥାଏ । ପାପ କରିଥିବା ବ୍ଯକ୍ତିର ମଧ୍ୟ ପାପ ନଷ୍ଟ ହେଇଯାଇଥାଏ । ଏବଂ ତୀର୍ଥ ସ୍ଥାନର ଦାନ କରିବା ଦ୍ଵାରା, ପଣ୍ଡିତ ମାନଙ୍କୁ ଭୋଜନ କରାଇବା ଦ୍ଵାରା ବ୍ରତ ଉପବାସ କରାଇବା ଦ୍ଵାରା, ଜପ,ତପ,ହବନ କରିବା ଦ୍ବାରା ଯେଉଁ ପୂଣ୍ୟ ମିଳିଥାଏ ସେହି ପୂଣ୍ୟ ଗୋମାତାଙ୍କୁ ଚାରା ଅର୍ଥାତ ଘାସ ଖୁଆଇବା ଦ୍ଵାରା ମିଳିଥାଏ ।

ଗୋସେବାରୁ ଦୁଖ ଦୁର୍ଭାଗ ଦୂର ହେଇଥାଏ । ଘରେ ସୁଖ ଶାନ୍ତି ସର୍ବଦା ରହିଥାଏ । ଯେଉଁ ମନୁଷ୍ୟ ଭୋଜନ କରିବା ପୂର୍ବରୁ ଗୋମାତାଙ୍କ ପାଇଁ ଅନ୍ନ କିମ୍ବା ଚାରାର ବ୍ୟବସ୍ଥା କରିଥାଏ ତାହା ଜୀବନରେ ଅସୁବିଧା କେବେ ହୋଇନଥାଏ । ଗୋମାତାଙ୍କର ଶିଙ୍ଗ ଦୁଇଟିକୁ ଛୁଇଁଲେ ଆପଣଙ୍କର ଦୁଖ ଦରିଦ୍ୟ ଦୂର ହେଇଥାଏ । କାରଣ ତାଙ୍କ ସିଙ୍ଗରେ ରୁଦ୍ର ଅଛନ୍ତି । ଏହା ସହିତ ଭଗବାନ ଶଙ୍କର ଏବଂ ଭଗବାନ ନାରାୟଣ ସର୍ବଦା ତାଙ୍କ ଶିଙ୍ଗରେ ବିରାଜମାନ ରହିଅଛନ୍ତି । ଏଥିପାଇଁ ଗୋମାତାଙ୍କର ଶିଙ୍ଗ ଏବଂ ମଥାକୁ ଛୁଇଁ ପ୍ରଣାମ କଲେ ବହୁତ ପୂଣ୍ୟ ମିଳିଥାଏ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button