ଦେଶ- ବିଦେଶ

ଆସିଗଲା ଭାରତର ସବୁଠାରୁ ଶସ୍ତା ଲାପଟପ, ମୂଲ୍ୟ ମାତ୍ର 16 ହଜାର ଟଙ୍କା ଫିଚର୍ସ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଯଦି ଆପଣ ନୂଆ ଲାପଟପ କିଣିବାକୁ ଚାହାଁନ୍ତି ଊ ଆପଣଙ୍କ ବଜେଟ କମ ତାହେଲେ ଚିନ୍ତା କରନ୍ତୁ ନାହିଁ କାରଣ ଭାରତର ଶସ୍ତା ଲାପଟପ ଲଞ୍ଚ ହୋଇସାରିଛି ଓ ଏହା ବହୁତ ଜଲଦି ଉପଲବ୍ଧ ହେବାକୁ ଯାଉଛି। 20 ହଜାରରୁ କମ ବଜେଟ ଵାଲାଙ୍କ ପାଇଁ ଲାପଟପ ଲଞ୍ଚ ହୋଇସାରିଛି। ଛାତ୍ର ଓ ଏଜୁକେସନାଲ ପରପୋଜ ପାଇଁ ପ୍ରାଇମବୁକ 4ଜି ଲାପଟପ ମାର୍ଚ୍ଚ 11 ତାରିଖରେ ଲଞ୍ଚ ହେବାର ଖବର ସାମ୍ନାକୁ ଆସୁଛି।

ପ୍ରାଇମବୁକ 4ଜି ଏକ ଆଣ୍ଡ୍ରୋଏଡ଼ ଲାପଟପ ଅଟେ ଯାହାକୁ ଲୋକପ୍ରିୟ ରିଆଲିଟି ଶୋ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା। ଯେଉଁଥିରେ ଲେନ୍ସକାର୍ଟ ସିଇଓ ପୀୟୂଷ ବଂସଲ ଓ ବୋଟ ର କୋ-ଫାଉଣ୍ଡର ଅମନ ଗୁପ୍ତା ଏଥିରେ 75 ଲକ୍ଷ ଟଙ୍କା ନିବେଶ କରିଛନ୍ତି। ଲାପଟପ ଫ୍ଲିପକାର୍ଟରେ ଲଞ୍ଚ ହେବ, ଏହାକୁ ଖାଆସ ରୂପରେ ଛାତ୍ର ମାନଙ୍କ ପାଇଁ ଡିଜାଇନ କରାଯାଇଛି। ଆସନ୍ତୁ ଜାଣିବା ଏହାର ଦାମ ଓ ଫିଚର୍ସ ଗୁଡ଼ିକ ବିଷୟରେ।

Primebook 4G price ଏବଂ Availability:-

Primebook 4G ର ଦାମ ମୂଳ ରୂପରେ 16,990 ଟଙ୍କା ଅଟେ। ଇନ୍ଟ୍ରୋଡ଼କ୍ଟରୀ ଅଫର ଆଧାରରେ ୟୁଜର୍ସ ଏହି ଲାପଟପକୁ ଫ୍ଲିପକାର୍ଟରେ 14,990 ଟଙ୍କାରେ କିଣିପାରିବେ। ମାନେ 15 ହଜାର ଟଙ୍କାରେ ଏହି ଲାପଟପ ଆପଣଙ୍କୁ ମିଳିଯିବ।

କମ୍ପାନୀ ଦାବି କରିଛି ଏହା ବହୁତ ହାଲୁକା ଓ ଯେକୌଣସି ସ୍ଥାନକୁ ଏହାକୁ ନିଆଯାଇ ପାରିବ। ପରୀକ୍ଷାର ପ୍ରସ୍ତୁତି ଓ ପଢ଼ୁଥିବା ଲୋକଙ୍କ ପାଇଁ ଏହା ତିଆରି କରାଯାଇଛି। ଫ୍ଲିପକାର୍ଟରେ ଏହାକୁ 24 ମାସର ନୋ କଷ୍ଟ EMI ରେ ଏହା ଉପଲବ୍ଧ ରହିଛି।

Primebook 4G specification:-

ଏହି ଲାପଟପ ୱାୟାରଲେସ ସିମ କାର୍ଡ ସହିତ ଆସିଥାଏ। ମାନେ ଏହାକୁ ସହଜରେ ଇଣ୍ଟରନେଟ ସହିତ କନେକଟ କରାଯାଇପାରିବ। ଏହା Prime Os ରେ ଚାଲିଥାଏ। ଯାହାକି ଆଣ୍ଡ୍ରୋଏଡ଼ 11 ରେ ଆଧାରିତ ଅପରେଟିଂ ସିଷ୍ଟମ ଅଟେ। ଏଥିରେ 200 ରୁ ଅଧିକ ଏଜୁକେଶନାଲ ଆପ ରହିଛି। ଏଥିରେ 10000 ରୁ ଅଧିକ ଆଣ୍ଡ୍ରୋଏଡ଼ ଆପ ରହିଛି। ଗୋଟିଏ ଥରରେ ବହୁତ ସାରା ଉଇଣ୍ଡୋଜ ଆପଣ ଏଥିରେ ଓପନ କରିପାରିବେ।

ଫୋନ ଓ ଟାଵଲେଟ ଦାମରେ ଲାପଟପ ମଧ୍ୟ ଉପଲବ୍ଧ ହୋଇପାରୁଛି। ଯାହାକି ଛାତ୍ର ମାନଙ୍କ ପାଇଁ ବହୁତ ଉପଯୋଗୀ ଅଟେ। ପ୍ରାଇମବୁକ 4G ରେ ମିଡ଼ିଆଟେକ ଏମଟି8788 ପ୍ରୋସେସର ରହିଛି ଓ ଏହା 64 GB ଷ୍ଟୋରେଜ ସହିତ ଆସିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button