ୟୁରୋ କପ୍: ଏମ୍ବାପେଙ୍କ ନାକ ଫାଟିଲା – Kalinga News

[ad_1]
ଡସେଲଡର୍ଫ: ୟୁରୋ କପ୍ରେ ଅଷ୍ଟ୍ରିଆକୁ ୧-୦ ଗୋଲ୍ରେ ଫ୍ରାନ୍ସ ହରାଇଛି। କିନ୍ତୁ ଏହି ମ୍ୟାଚ୍ରେ ଫ୍ରାନ୍ସ ଅଧିନାୟକ କିଲିଆନ୍ ଏମ୍ବାପେଙ୍କ ନାକ ହାଡ଼ ଭାଙ୍ଗିଯାଇଛି। ପ୍ରତିଯୋଗିତାର ଅନ୍ୟତମ ତାରକା ଖେଳାଳି ଏମ୍ବାପେ ଏକ ହେଡ୍ କରିବା ପାଇଁ ଅଷ୍ଟ୍ରିଆନ୍ ଡିଫେଣ୍ଡର କେଭିନ୍ ଡାନ୍ସୋଙ୍କ ସହିତ ପିଟି ହୋଇଥିଲେ। ତଳେ ପଡ଼ିବା ବେଳକୁ ଏମ୍ବାପେଙ୍କ ନାକରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତେଣୁ ତାଙ୍କୁ ପଡ଼ିଆ ବାହାରକୁ ପଠାଇ ଦିଆଯାଇଥିଲା। ଷ୍ଟାଡିୟମ୍ରେ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ଆମ୍ବୁଲାନ୍ସରେ ତାଙ୍କୁ ସ୍ଥାନୀୟ ଡସେଲ୍ଡର୍ଫ ହସ୍ପିଟାଲ୍ସକୁ ନିଆଯାଇଥିଲା। ରଞ୍ଜନରଶ୍ମୀ ଛବିରୁ ତାଙ୍କ ନାକ ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏବେ ସେ ଦଳ ସହିତ ଯୋଗଦେଇଥିଲେ ମଧ୍ୟ ଶୁକ୍ରବାର ନେଦରଲାଣ୍ଡ୍ସ ବିପକ୍ଷରେ ଖେଳାଯିବାକୁ ଥିବା ପରବର୍ତ୍ତୀ ମ୍ୟାଚ୍ରେ ତାଙ୍କର ଖେଳିବା ନେଇ ସନ୍ଦେହ ରହିଛି। କିନ୍ତୁ ଆଗକୁ ତାଙ୍କର ଚିକିତ୍ସା କରାଯିବା ପରେ ମୁହଁରେ ମାସ୍କ ପରିଧାନ କରି ସେ ଖେଳିବାକୁ ଆସିପାରିବେ ବୋଲି ଫ୍ରାନ୍ସ ଫୁଟ୍ବଲ୍ ମହାସଂଘ ପକ୍ଷରୁ କୁହାଯାଇଛି।
[ad_2]