ରାଜ୍ୟ

‘ଗାଁର ବିକାଶ ହେଲେ ରାଜ୍ୟର ବିକାଶ ହେବ

କୋରାପୁଟ: ସମୃଦ୍ଧ ଓଡ଼ିଶାର ନୂତନ ପରିଭାଷା ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ କୋରାପୁଟ ପୁଲିସ ପ୍ୟାରେଡ ପଡ଼ିଆ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ।

ଏହି ଯୋଜନା ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବା ସହ ରାଜ୍ୟରେ ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯିବ ବୋଲି ଜଣାପଡ଼ିଛି। ଏଥିରେ ମୌଳିକ ଭିତ୍ତିଭୂମିର ବିକାଶ, ଗ୍ରାମ୍ୟ ସଡ଼କ ସଂଯୋଗୀକରଣ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ବିକାଶ, ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ଜନ ମଙ୍ଗଳକାରୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକ୍ଷମ କରିବା ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ଜଣାପଡ଼ିଛି।
କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଯୋଗ ଦେଇ ଏହି ଯୋଜନା ଦ୍ବାରା ଜିଲ୍ଲାର ବହୁ ଗାଁର ରାସ୍ତା ଠାରୁ ଆରମ୍ଭକରି ବହୁବିଧ ଉନ୍ନୟନ ହୋଇ ପାରିବ ବୋଲି କହିଥିଲେ। କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଯୋଗ ଦେଇ ନୂଆ ଯୋଜନା କାର୍ଯ୍ୟକାରୀ ହେବା ସ୍ବାଗତଯୋଗ୍ୟ। କିନ୍ତୁ ପୁରୁଣା ଯୋଜନାକୁ ବନ୍ଦ କରା ନ ଯାଉ ବୋଲି କହିଥିଲେ।, ସୁନାବେଡା ପୌର ପରିଷଦ ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପାତ୍ର ଯୋଗ ଦେଇ ପୁରୁଣା ଯୋଜନାକୁ ନୂଆ ରୁପରେ କରାଯାଉଛି, ତେବେ ସ୍ବାଗତଯୋଗ୍ୟ, କିନ୍ତୁ ପୂର୍ବରୁ କାର୍ଯ୍ୟକାରୀ ଯୋଜନା ଜାରି ରହୁ ବୋଲି କହିଥିଲେ। କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ ଗ୍ରାମାଂଚଳର ବିକାଶ ପାଇଁ ନିହାତି ଆବଶ୍ୟକ।

ତେବେ ତ୍ରିସ୍ତରୀୟ ପଂଚାୟତର ଲୋକପ୍ରତିନିଧିଙ୍କ ମତ ନେବା ସହ ସାମିଲ କରିବାକୁ କହିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ, ତହସିଲଦାର ସୟଦ ସବିର ସାହା, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରିତିସୁଧା ଜେନା, ଜିଲ୍ଲା ସୂଚନା ଓଲୋକ ସମ୍ପର୍କ ଅଧିକାରୀ ସ୍ବାରଜ୍ୟ ସିସା ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ବିଡ଼ିଓ ଦେବାଶିଷ ଗୌଡ଼ ଯୋଗଦେଇ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଜିଲ୍ଳାର ସମସ୍ତ ବ୍ଲକ ସଦର ମହକୁମାରେ ମଧ୍ୟ ଆୟୋଜନ କରାଯାଇଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button