ରାଜ୍ୟ

ନିଜ ଶରୀରରେ ସାଲାଇନ୍‌ ଚାଲିଥିଲା, ସେବା ଜାରି ରଖିଲେ ଡାକ୍ତର

ରାମଗିରି: ଡ୍ୟୁଟିରେ ଥିବା ଡାକ୍ତରଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିଲା। ଶରୀରରେ ଲାଗିଥିଲା ସାଲାଇନ୍‌। ତଥାପି ସେ ନିଜ କର୍ତ୍ତବ୍ୟରେ ସାମାନ୍ୟତମ ଅବହେଳା କରିନାହାନ୍ତି। ଏଭଳି ନିଷ୍ଠା ପାଇଁ ସମସ୍ତଙ୍କ ହୃଦୟ ଜିତିଛନ୍ତି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍‌ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ବ୍ରଜରାଜ କର। ଏହି ଡାକ୍ତରଖାନାରେ ସେ ଜଣେ ମାତ୍ର ଡାକ୍ତର ନିଯୁକ୍ତ ଥିବାରୁ ସ୍ବାସ୍ଥ୍ୟଗତ କାରଣରୁ ଛୁଟି ନେଇପାରି ନଥିଲେ।

ଓପିଡିରେ ରୋଗୀ ଅପେକ୍ଷା କରିଥିବା ଶୁଣିବା ପରେ ନିଜ ଶରୀରରେ ସାଲାଇନ୍‌ ଲାଗିଥିବା ଅବସ୍ଥାରେ ଆସି ରୋଗୀ ଦେଖିଥିଲେ। ଗଳା ସଂକ୍ରମଣ ଜନିତ ଗୁରୁତର ଅସୁସ୍ଥତା କାରଣରୁ ଗତ ଦୁଇ ଦିନ ହେଲା ଡାକ୍ତର କର କ୍ବାର୍ଟର୍ସରେ ରହି ଚିକିତ୍ସିତ ହେଉଥିଲେ। ହେଲେ ଆଜି ୫୦ରୁ ୬୦ ଜଣ ରୋଗୀ ଆସି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓପିଡିରେ ଲାଇନ୍‌ ବାନ୍ଧି ଅପେକ୍ଷା କରିଥିଲେ। ରୋଗୀ ଭିଡ଼ ଥିବା ଖବର ଶୁଣି ଡାକ୍ତର କର କାହାକୁ ନିରାଶ ନକରି ନିଜ ଦେହରେ ସାଲାଇନ୍‌ ଲାଗିଥିବା ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ସମସ୍ତଙ୍କ ଚିକିତ୍ସା କରି ଔଷଧ ଯୋଗାଇଥିଲେ। ଏଥିପାଇଁ ସ୍ଥାନୀୟ ଅଞ୍ଚଳରୁ ତାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟୁଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button