ରାଜ୍ୟ

ରାତିରେ ଗରମ

ଭୁବନେଶ୍ବର: ପୂର୍ବାନୁମାନ ଅନୁଯାୟୀ ଆଜିଠାରୁ ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି। ପୁରୀରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୫.୨ ଡିଗ୍ରି ଅଧିକ ରହିବା ସହ ୨୩.୪ ଡିଗ୍ରିରେ ପହଞ୍ଚିଥିଲା। ଅନୁରୂପ ଭାବେ ପାରାଦୀପରେ ସ୍ବାଭାବିକଠାରୁ ୬ ଡିଗ୍ରି ଅଧିକ ସହ ୧୬.୯, ବାଲେଶ୍ବରରେ ସ୍ବାଭାବିକଠାରୁ ୫.୧ ଡିଗ୍ରି ଅଧିକ ରହିବା ସହ ୧୯.୭, ଛତ୍ରପୁରରେ ୨୧.୮ ଡିଗ୍ରିରେ ପହଞ୍ଚିଛି। ବଲାଙ୍ଗୀରର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୬.୮, ଟିଟିଲାଗଡ଼ରେ ୫.୩, ଭବାନୀପାଟଣାରେ ୪.୭, ସମ୍ବଲପୁରରେ ୪.୨, ଚାନ୍ଦବାଲିରେ ୪.୨, କଟକରେ ୩.୭, ଭୁବନେଶ୍ବରରେ ସ୍ବାଭାବିକଠାରୁ ୩.୨ ଡିଗ୍ରି ଅଧିକ ଥିଲା।

ଆସନ୍ତା ୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେପଟେ ଲଗାତାର ୧୦ ଦିନ ହେଲା ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ଅନୁଭୂତ ହେଉଛି। ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟର ଉପସ୍ଥିତି ତଥା ପଶ୍ଚିମାଝଡ଼ର ଆଗମନରେ ଏହି ପ୍ରକାର ପାଣିପାଗ ପରିସ୍ଥିତିକୁ ଆହୁରି ଚିନ୍ତାଜନକ କରୁଛି। ୨୦୧୯ରୁ ୨୦୨୫ ମଧ୍ୟରେ ପ୍ରଥମ ଥର ପାଇଁ ଲଗାତାର ୧୦ ଦିନ ଧରି ଉପକୂଳ ଓଡ଼ିଶାରେ କୁହୁଡ଼ି ଦୃଶ୍ୟମାନ ହେଉଛି। ଆସନ୍ତା ତିନି ଦିନ ତଥା ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କୁହୁଡ଼ି ଅନୁଭୂତ ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button