ଜ୍ୟୋତିଷ

ଘରର ରଙ୍ଗ କିପରି ହେଲେ (ଧନର ବର୍ଷା) ହୋଇଥାଏ

ବନ୍ଧୁମାନେ ଆମେ ସମସ୍ତେ ଆମ ଦୈନଦିନ ଜୀବନରେ ଖୁସି, ସୁଖ ସମୃଦ୍ଧି ପାଇବା ପାଇଁ ବହୁତ୍ କିଛି କରିଥାଉ। ଏପରିକି ବାସ୍ତୁ ଶାସ୍ତ୍ର ଅବା ଜ୍ୟୋତିଷ ବିଦ୍ୟାକୁ ନେଇ ମଧ୍ୟ ଆମ ଜୀବନରେ ପ୍ରୟୋଗ କରିଥାଉ। ସେହିପରି କଣ କଲେ ଘରେ ସବୁ ବେଳେ ସୁଖ ସମୃଦ୍ଧି ଲାଗି ରହିବ ଅବା ଘର ପରିବେଶ ଶାନ୍ତି ରହିବ ସେଥିପାଇଁ ମଧ୍ୟ ବାସ୍ତୁ ଶାସ୍ତ୍ର ଉପରେ ନିର୍ଭର କରିଥାଉ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ୫ତତ୍ତ୍ଵ ହେଉଛି ଏହାର ମହତ୍ତ୍ଵ ପୂର୍ଣ୍ଣ ଅଙ୍ଗ। ଘରର ପରିବେଶକୁ ସୁଖ, ସମୃଦ୍ଧି ଅବା ଶାନ୍ତି ଆଣିବା ପାଇଁ ପଞ୍ଚ ତତ୍ୱର ମହତ୍ତ୍ଵ ଅଧିକ।

ଏହାର ବିପରୀତ ଯେଉଁ ଘରେ ପଞ୍ଚ ତତ୍ଵର ଅଭାବ ରହିଛି ସେହିଘରର ଲୋକଙ୍କର କୌଣସି ଉନ୍ନତି ହୁଏନାହିଁ। ଯେପରି ଜଳ ତତ୍ତ୍ଵ, ବାୟୁ ତତ୍ତ୍ଵ,ଅଗ୍ନି ତତ୍ତ୍ଵ,ପୃଥିବୀ ଏବଂ ଆକାଶ ତତ୍ତ୍ଵ ଏମାନଙ୍କ ସନ୍ତୁଳନ ରହିଲେ ହିଁ ଘରେ ଶାନ୍ତିର ବାତାବରଣ ରହିଥାଏ।ଏହାର ଉତ୍ତମ ସନ୍ତୁଳନ ହିଁ ଘରର ବାସ୍ତୁ ଉପରେ ପଡ଼ିଥାଏ ଏବଂ ଏହା ଆମ ଦୈନଦିନ ଜୀବନରେ ପଡ଼ିଥାଏ। ତେଣୁ ଆଜି ଆମେ ଜାଣିବା କେଉଁ ଦିଗରେ କେଉଁ ରଙ୍ଗ ଦେଲେ ଆମ ଜୀବନରେ ଧନ,ସମ୍ପତି,ସୁଖ,ସମୃଦ୍ଧି ରହିବ ଆସନ୍ତୁ ଜାଣିବା।

ଘରର ରଙ୍ଗ ଅନୁଯାୟୀ ଆକାଶ ତତ୍ତ୍ଵର ରଙ୍ଗ ଧଳା,ଜଳ ତତ୍ତ୍ଵର ରଙ୍ଗ ହେଉଛି ନୀଳ,ବାୟୁ ତତ୍ତ୍ଵର ରଙ୍ଗ ସବୁଜ ହେବା ସହିତ ଅଗ୍ନି ତତ୍ତ୍ଵର ରଙ୍ଗ ଲାଲ ଓ ପୃଥିବୀ ତତ୍ତ୍ଵର ରଙ୍ଗ ହେଉଛି ହଳଦିଆ। ଏହି ରଙ୍ଗ ଅନୁଯାୟୀ ଏହି ଦିଗ ଅନୁସାରେ ସେହି ରଙ୍ଗ କଲେ ତାହା ବାସ୍ତୁ ଅନୁଯାୟୀ ଶୁଭ ଓ ଏହାର ବିପରୀତ ରଙ୍ଗ ଅଶୁଭ ହୋଇଥାଏ।

ଏହି ଅନୁଯାୟୀ ଜଣା ପଡ଼ିଛି କି ଅନେକ ସମୃଦ୍ଧି ଶାଳୀ ବ୍ୟକ୍ତି ଘରେ ଭୁଲ ରଙ୍ଗ ଲଗାଇ କାଙ୍ଗାଳ ହୋଇଥାନ୍ତି ଅବା ନାନା ରୋଗରେ ପଡିଥାନ୍ତି ବା ହନ୍ତ ଶନ୍ତ ହୁଅନ୍ତି।ତେବେ ଆସନ୍ତୁ ଜାଣିବା କେଉଁ ଦିଗ ବା ତତ୍ତ୍ଵ ଅନୁଯାୟୀ କେଉଁ ରଙ୍ଗ ଦେବା ଅତ୍ୟନ୍ତ ଶୁଭ ହୋଇଥାଏ।

ଘରର ଉତ୍ତର ଦିଗ ଜଳ ତତ୍ତ୍ଵର ଦିଗ ହୋଇଥିବାରୁ ଏହି ଦିଗରେ ନିଳ ରଙ୍ଗ ଦେବା ଅତ୍ୟନ୍ତ ଶୁଭ ହୋଇଥାଏ।ଏହି ଦିଗରେ ହଳଦିଆ ଅବା ନାଲି ରଙ୍ଗ ଦେବାରୁ ଦୁରେଇ ରୁହନ୍ତୁ କାରଣ ଏହା ପୃଥିବୀ ଅବା ଅଗ୍ନିର ରଙ୍ଗ ହୋଇଥିବାରୁ ଜଳ ଶୁଷ୍କ କରିଦେଇଥାଏ। ଏହା ସ୍ବାସ୍ଥ୍ୟ ପାଇଁ ହାନି ହେବା ସହିତ ନିଜ କ୍ୟାରିୟର ପାଇଁ ବାଧା ହୋଇଥାଏ। ଏହା ପରିବର୍ତ୍ତେ ଆପଣ ଧଳା ଅବା ସବୁଜ କରିପାରିବେ।ଆକାଶରୁ ଜଳ ବୃଷ୍ଟି ହୁଏ ଏବଂ ଜଳରୁ ବାୟୁ ତତ୍ତ୍ଵର ସୃଷ୍ଟି ତେଣୁ ଏହା କରିବା ଉପଯୋଗୀ।ଏହାତ ଥିଲା ଉତ୍ତର ଦିଗର ଶୁଭ ରଙ୍ଗ ଏବେ ଆସନ୍ତୁ ଜାଣିବା ବାୟୁ ତତ୍ତ୍ଵର ଶୁଭ ରଙ୍ଗ ବିଷୟରେ।

ଏହି ବାୟୁ ତତ୍ତ୍ଵର ଦିଗ ପୂର୍ବ ହୋଇଥିବାରୁ ଏହାର ରଙ୍ଗ ମଧ୍ୟ ଧଳା ହୋଇଥାଏ।ତେଣୁ ଏହି ଦିଗରେ ଫିକା ଧଳା ଅବା ଫିକା ସବୁଜ କରିପାରିବେ। ହେଲେ ହଳଦିଆ ଅବା ନାଲି ରଙ୍ଗ ଅଶୁଭ ହୋଇଥାଏ।ତେଣୁ ଏହି ରଙ୍ଗ ଦେବାରୁ ନିବୃତ ରୁହନ୍ତୁ।ଏବେ ଆସନ୍ତୁ ଜାଣିବା ଦକ୍ଷିଣ ଦିଗର ରଙ୍ଗ ବିଷୟରେ ଯାହା ଅଗ୍ନି ତତ୍ତ୍ଵ ହୋଇଥିବାରୁ ଏହାର ତତ୍ତ୍ଵ ନାଲି ରଙ୍ଗ ହୋଇଥାଏ ।

ତେଣୁ ଏହି ଦିଗରେ ଭୁଲରେ ମଧ୍ୟ ନୀଳ ରଙ୍ଗ କରିବେ ନାହିଁ।କାରଣ ଅଗ୍ନିକୁ ଜଳ ନଷ୍ଟ କରିଦେଇଥାଏ ଯାହା ରୋଜଗାରକୁ ହାନି ପହଞ୍ଚାଇ ଥାଏ।ଧନୀ ରୋଗ ଅବା କରଜରେ ବୁଡି ରୁହେ। ଏହି ଦକ୍ଷିଣ ଦିଗରେ ହଳଦିଆ ରଙ୍ଗ ମଧ୍ୟ କରିବା ଅନୁଚିତ୍।ଏହି ଦିଗରେ ନାଲି,ଫିକା ନାଲି,ଫିକା ସବୁଜ ଅବା ଫିକା ଗୋଲାପି ଅବା ଫିକା ଧଳା ରଙ୍ଗ କରିବା ଶୁଭ ହୋଇଥାଏ।

 

ପଶ୍ଚିମ ଦିଗ ପୃଥିବୀ ତତ୍ତ୍ଵ ହୋଇଥିବାରୁ ଏହି ଦିଗରେ ହଳଦିଆ ରଙ୍ଗ ଦେବା ଶୁଭ ହୋଇଥାଏ। ଏହି ଦିଗ ପାଇଁ ନୀଳ ଅବା ସବୁଜ ରଙ୍ଗ ଅଶୁଭ ଅଟେ। ତେଣୁ ଫିକା ଗୋଲାପି ରଙ୍ଗ କରିପାରିବେ।ଆକାଶ ତତ୍ତ୍ଵର ଶୁଭ ରଙ୍ଗ ଧଳା ହୋଇଥିବାରୁ ଘରର ଛାତ ତଳ ପଟରେ ଧଳା,ଫିକା ନୀଳ ରଙ୍ଗ କରିପାରିବେ। ଏହି ପରି ଯଦି ଆପଣ ସବୁ ଦିଗ ଅନୁଯାୟୀ ରଙ୍ଗ ଉପରେ ଧ୍ୟାନ ଦେବେ ତେବେ ଘରେ ସୁଖ,ସମୃଦ୍ଧିର ବାସ ରହିବା ସହିତ ଅଚାନକ ଦୁର୍ଘଟଣା ଘଟି ନଥାଏ।

ଏହି ବାସ୍ତୁ ଅନୁଯାୟୀ ଯଦି ଉଚିତ୍ ରଙ୍ଗ ଘରେ ନଲାଗେ ତେବେ ଘରେ ରୋଜଗାରରେ ବାଧା,ରୋଗ ଗ୍ରାସିବା ଅବା ଉନ୍ନତିରେ ବାଧା ଆସିଥାଏ। ତେଣୁ ଏହା ଉପରେ ଗୁରୁତ୍ବ ଦେବା ଜରୁରୀ ଅଟେ। ତେଣୁ ଏହି ତତ୍ତ୍ଵ ଉପରେ ଧ୍ୟାନ ଦେଇ ଏହାର ରଙ୍ଗ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ ଅଟେ। ଯାହା ଆପଣଙ୍କ ଜୀବନରେ ଖୁସି ଆଣିଦେବ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button