ସୋରିଷ ତେଲର ଲାଭ: ହୃଦୟରୁ ତ୍ଵଚା ଯାଏ ସବୁ କିଛି ପାଇଁ ଏହିଭଳି ଅଟେ ସୋରିଷ ତେଲର ଫାଇଦା

ଭାରତୀୟ ରୋଷେଇ ପାଇଁ ସୋରିଷ ତେଲ ସବୁଠାରୁ ଅଧିକ ଉପଯୋଗୀ ଅଟେ, କେତେକ ଜାଗାରେ ଏହି ତେଲକୁ ଲୋକ ପିତା ନା ରେ ବି ଚିହ୍ନିଛନ୍ତି । ସୋରିଷ ତେଲ ରେ ଓମେଗା-୩ ଏବଂ ଓମେଗା-୬ (ଫ୍ୟାଟି ଏସିଡ) ହୋଇଥାଏ । ଏହା ଦ୍ଵାରା ତିଆରି ହୋଇଥିବା ଖାଦ୍ୟ ସ୍ଵାଦ ବି ବଦଳି ଯାଇଥାଏ, ଏହି ତେଲ କେବଳ ରୋଷେଇ ପାଇଁ ନୁହେଁ ତା ଛଡା ତ୍ଵଚା, ଗଣ୍ଠି ଗୁଡିକ, ମାଂସପେଶୀ ଓ ହୃଦୟ ଚିକିତ୍ସା ପାଇଁ ମଧ୍ୟ ଲାଭକାରୀ ଅଟେ ।
ତ୍ଵଚା ପାଇଁ ଲାଭକାରୀ :
ସୋରିଷ ତେଲ ତ୍ଵଚା ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ, ଏହା ଭିଟାମିନ-ଈ ପରି ପୂର୍ଣ୍ଣ ହୋଇଥାଏ । ଯଦି ଏହି ତେଲ ର ଆପଣ ସେବନ କରନ୍ତି ତାହେଲେ ଏହା ଲାଭକାରୀ କିନ୍ତୁ ଯଦି ଏହାକୁ ତ୍ଵଚା ଉପରେ ଲଗେଇବେ ତାହେଲେ ମଧ୍ୟ ଏହା ଆପଣଙ୍କ ଶରୀରକୁ ନରମ ରଖିଥାଏ ।
ହୃଦୟର ଧ୍ୟାନ ରଖି ଥାଏ :
ଗୋଟେ ରିସର୍ଚ ଅନୁଯାଇ ଖାଇବା ଜିନିଷରେ ସୋରିଷ ତେଲ ଉପଯୋଗ କଲେ ହୃଦୟ ସ୍ୱାସ୍ଥ୍ୟ ଭଲ ରହିଥାଏ । ସୋରିଷ ତେଲରେ ଏୟୁଏଫଏ ଥାଏ ଯାହା ବ୍ଲଡ ରେ ଫ୍ୟାଟ ଲେବଲ ସଠିକ କରିଥାଏ ଓ ବ୍ଲଡ ସରକୁଲେସନ ଭଲ କରିଥାଏ ଯାହା ଦ୍ଵାରା ହୃଦୟ ସ୍ଵସ୍ଥ ରୁହେ । ସୋରିଷ ତେଲରେ ଅଲ୍ଫା ଲିନୋଲେନିକ ଏସିଡ ଥାଏ, ଯାହା ହୃଦୟର ଛୋଟ ଛୋଟ ରୋଗରୁ ବଞ୍ଚାଇ ଥାଏ ।
ବ୍ୟଥା ହୋଇନଥାଏ :
ଗଣ୍ଠି ଗୁଡିକ ଉପରେ ସୋରିଷ ତେଲ ମାଲିସ କଲେ ଲାଭ ହୋଇଥାଏ, ଏହା ଛଡା ସୋରିଷ ତେଲ ସେବନ କଲେ ଶରୀର ବ୍ୟଥା ଆରାମ ହୋଇଥାଏ ।
ଭୋକ ବଢେଇବା ପାଇଁ ସାହାଯ୍ୟ କରେ :
ଯଦି ଆପଣଙ୍କୁ ଭୋକ ଲାଗୁ ନାହିଁ ତାହେଲେ ସୋରିଷ ତେଲ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ, ଏହି ତେଲ ଆମ ପେଟରେ ଏପିଟାଇଜର ରୂପରେ କାମ କରିଥାଏ ଯାହା ଦ୍ଵାରା ଭୋକ ଲାଗିଥାଏ ।
ଇନଫେକସନ ରୁ ବଞ୍ଚାଏ :
ସୋରିଷ ତେଲ ଏନ୍ଟି ବେକ୍ଟେରିଅଲ, ଏନ୍ଟି ଫଙ୍ଗଲ ଏବଂ ଏନ୍ଟି ଭାୟରଲ ହୋଇଥାଏ, ଏହାର ବାହାର ଓ ଭିତର ପ୍ରୟୋଗ ଦ୍ଵାରା ଆମେ ଅନେକ ପ୍ରକାର ଇନଫେକସନରୁ ବଞ୍ଚି ପାରିବୁ । ଏହା ଛଡା ଏହା ପେଟ ଭିତରେ ହେଉଥିବା ଡାଇଜେଷ୍ଟିବ ଇନଫେକସନ ଦୂର କରିଥାଏ ।
ଆସଥ୍ମା ରେ କାମ କରିଥାଏ :
ଆସଥ୍ମାରୁ ପୀଡିତ ଲୋକଙ୍କ ପାଇଁ ସୋରିଷ ତେଲ ବରଦାନ ପରି କାମ କରିଥାଏ, ସୋରିଷ ତେଲରେ ପର୍ଯ୍ୟାପ୍ତ ମାତ୍ରାରେ ମେଗ୍ନିଶିଅମ ମିଳିଥାଏ ଯାହା ଆସଥ୍ମା ରୋଗୀଙ୍କ ପାଇଁ ବିଶେଷ ରୂପରେ ଲାଭକାରୀ ଅଟେ ।