ରାଜ୍ୟ

ପକ୍କାଘର ସ୍ବପ୍ନ ବାସ୍ତବ ରୂପ ନେବ: ମନ୍ତ୍ରୀ

ପିପିଲି: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂଆ ହିତାଧିକାରୀ ଚୟନ ପାଇଁ ରାଜ୍ୟରେ ଆଜି ଠାରୁ ସର୍ଭେ ଆରମ୍ଭ ହୋଇଛି। ପିପିଲି ବ୍ଲକ୍‌ ଯଶୁଆପୁର ପଞ୍ଚାୟତ ଅର୍ଜୁନ ସିଂହପୁର ଗ୍ରାମରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଏହି ସର୍ଭେକୁ ବିଧିବଦ୍ଧ ଭାବେ ଆରମ୍ଭ କରିଛନ୍ତି। ନିଜର ଘରଟିଏ କରିବା ସମସ୍ତଙ୍କ ପାଇଁ ସ୍ବପ୍ନ ଥାଏ। ନୂଆ ସରକାର ଏହି ସ୍ବପ୍ନକୁ ବାସ୍ତବ କରିବାକୁ ସଂକଳ୍ପବଦ୍ଧ ବୋଲି ମନ୍ତ୍ରୀ କହିଥିଲେ। ଏହି ଅବସରରେ ୨୦୨୪-୨୫ ବର୍ଷରେ ସମ୍ପୂର୍ଣ୍ଣ ହୋଇଥିବା ଆବାସ ଯୋଜନାର ୧୦ଜଣ ହିତାଧିକାରୀଙ୍କୁ ନୂତନ ଗୃହର ଚାବି ମନ୍ତ୍ରୀ ପ୍ରଦାନ କରିଥିଲେ। ସାତଶଙ୍ଖ ମେଳଣ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ, ରାଜ୍ୟର ସମସ୍ତ ଅଧିବାସୀଙ୍କ ପାଇଁ ପକ୍କା ଘରର ସ୍ବପ୍ନ ବାସ୍ତବ ରୂପ ନେବାକୁ ଯାଉଛି। ଏ ସରକାର ଲୋକଙ୍କ ସରକାର। ସରକାର ଆବାସ ଯୋଜନା-୨୦୨୪ ନାମରେ ଏକ ଆପ୍‌ ବ୍ୟବସ୍ଥା କରିଛନ୍ତି। ଏହାକୁ ହିତାଧିକାରୀ ଉପଯୋଗ କରି ଆବେଦନ କରିପାରିବେ। ୧୪ ହଜାର ଅଧିକାରୀ ଓ କର୍ମଚାରୀ ଏହି ସର୍ଭେ କାର୍ଯ୍ୟ ତଦାରଖ କରିବେ। ଏ ନେଇ ତାଲିମ ପ୍ରକ୍ରିୟା ସରିଛି। କୌଣସି କ୍ଷେତ୍ରରେ ଅବହେଳା ବା ସର୍ଭେରେ ତ୍ରୁଟି ଦେଖାଦେଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସର୍ଭେ ରିପୋର୍ଟର ଉପଯୁକ୍ତ ତଦନ୍ତ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇବାର ବ୍ୟବସ୍ଥା କରାଯିବ। ହିତାଧିକାରୀ ଦୁଇପ୍ରକାର ଘର ପାଇବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓ ଏଥିରୁ ବଞ୍ଚିତ ରହୁଥିବା ବା ବିପର୍ଯ୍ୟୟ ସମୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ଗୃହ ଯୋଗାଇ ଦିଆଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button