ରାଜ୍ୟ

ଜଙ୍ଗଲ ଭିତରୁ ଯୁବକଯୁବତୀଙ୍କ ମୃତଶରୀର ଉଦ୍ଧାର ଘଟଣା, ହତ୍ୟାକାଣ୍ଡ ପଛରେ ଦେହ ବ୍ୟବସାୟ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଆଠଗାଁ-ତୁଷୁରା ରାସ୍ତାର ଉପରଝର ପେଟେନେ ଦୁହୁଲା ଜଙ୍ଗଲ ଭିତରେ ଯୁବକଯୁବତୀଙ୍କ ମୃତଶରୀର ପଡ଼ିଥିବା ଘଟଣାର ପର୍ଦାଫାସ ହୋଇଛି।

ଏହି ଘଟଣା ପଛରେ କେହି କେହି ଦେହ ବ୍ୟବସାୟ ତ ପୁଣି ଆଉ କେହି ଏହାପଛରେ ଗଞ୍ଜେଇ ଚାଲାଣ ଥିବା କହୁଛନ୍ତି। ଏଣେଏହି ଘଟଣାରେ ବଲାଙ୍ଗୀର ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଖାଲି ସେତିକି ନୁହେଁ, ବୁର୍ଲାରୁ ଜଣେ ମହିଳା ଓ ଏକ କାର୍ ଜବତ କରି ପୁଲିସ ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ ଯେ, ଦୁଇ ଦିନ ତଳେ ଉପରଝର ଘାଟିରୁ ତଣ୍ଡାମୁଣ୍ଡା ଯିବା ରାସ୍ତାର ବୁଲାଣି ନିକଟରେ ଥିବା ଏକ ବୁଦା ଭିତରେ ମୃତଦେହ ଦୁଇଟି ପଡ଼ିରହିଥିବାର କିଛି ଲୋକ ଦେଖିବାକୁ ପାଇଥିଲେ। ପରେ ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଜାରି ରଖିଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button