ସ୍ୱାସ୍ଥ୍ୟ

ମୁଣ୍ଡବ୍ୟଥା ରୁ ଚିନ୍ତିତ ଅଛନ୍ତି ଯଦି ଆଜି ହିଁ ନିଅନ୍ତୁ ଏହି ଥେରେପିର ସାହାଯ୍ୟ, ସାଙ୍ଗେସାଙ୍ଗେ ମିଳିବ ଆରମ

ଆମେ ସମସ୍ତେ ଜାଣିଛେ କି ମୁଣ୍ଡବ୍ୟଥା ରୁ ମୁକ୍ତି ପାଇଁ ସବୁଠୁ ଆରାମ ଏବଂ ପ୍ରଭାବିତ କୌଣସି ଏକ ଔଷଧ ହିଁ ହୋଇ ପାରେ, ଯାହା ସେବନ କରିବାର କିଛି ସମୟ ରେ ହିଁ ଆପଣଙ୍କୁ ଆରାମ ମିଳିବ । କିନ୍ତୁ ବାରମ୍ବାର ଔଷଧ ସେବନ କରିଲେ ଆପଣଙ୍କୁ ଅନେକ ପ୍ରକାର କ୍ଷତି ହୋଇ ପାରେ । କିଛି ଲୋକ ମାନେ ମୁଣ୍ଡ ବିନ୍ଧାରୁ ରକ୍ଷା ପାଇଁ ଘରୋଇ ଉପଚାର ବା ଆୟୁର୍ବେଦିକ ଉପଚାର ମଧ୍ୟ କରି ଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଥେରପି ବିଷୟରେ କହିବୁ ଯାହା କରିବା ଦ୍ଵାରା ଆପଣଙ୍କ ମୁଣ୍ଡବ୍ୟଥା ସବୁଦିନ ପାଇଁ ଗାୟବ ହୋଇଯିବ ।

ତେବେ ଆସନ୍ତୁ ଜାଣିବା ଏହା ବିଷୟ ରେ ବିସ୍ତାରଭାବରେ । ଏହା କେଉଁ ସବୁ ଥେରାପି ଓ କେମିତି ଏହା ଆପଣଙ୍କୁ ମୁକ୍ତି ଦେଇ ପାରିବ ବିଣ୍ଡ ବ୍ୟଥାରୁ ।

ମସାଜ ଥେରେପି :
ମସାଜ ଥେରେପି ମୁଣ୍ଡବ୍ୟଥା ରୁ ମୁକ୍ତି ପାଇଁ ଏକ ଲୋକପ୍ରିୟ ଓ ପ୍ରଭାବିତ ଉପାୟ । ମୁଣ୍ଡବିନ୍ଧାର ଏକ ମୁଖ୍ୟ କାରଣ ହେଉଛି ଚିନ୍ତା । ଯାହା ଦ୍ଵାରା ମାଂସପେଶୀ ଉପରେ ପ୍ରାଭାବ ପଡେ ଓ ସେଥିପାଇଁ ମୁଣ୍ଡବିନ୍ଧା ହୋଇଥାଏ । ତେବେ ଏଥିରୁ ମୁକ୍ତି ପାଇଁ ଏକ ହେଲ୍ଦୀ ମସାଜ ନିତ୍ୟାନ୍ତ ଆବଶ୍ୟକ । ଯାହା କରିବା ଦ୍ଵାରା ଅପଣାଙ୍କ ରକ୍ତ ସଂଚାଳନ ଠିକ ହେବ ଓ ମୁଣ୍ଡ ବିନ୍ଧା ଧୀରେ ଧୀରେ କମିବ । ଆପଣ ମସାଜ ପାଇଁ ତେଲ ପ୍ରୟୋଗ କରି ପାରିବେ । ମସାଜ କଲେ ରକ୍ତ ପ୍ରଭାବ ଠିକ ଭାବେ ପ୍ରବାହିତ ହୁଏ ।

ଶିରୋଧାରା ଥେରେପି :
ଶିରୋଧାରା ଭାରତର ଏକ ମହାନ ଚିକିତ୍ସା ପଦ୍ଧତି, ଯାହା ମୁଣ୍ଡବ୍ୟଥା ପାଇଁ ବହୁତ ସାହାୟକ ଅଟେ । ଏହି ପଦ୍ଧତି ରେ ଏକ ପାତ୍ରରେ ତେଲର ଧାରା ଆପଣଙ୍କ ମୁଣ୍ଡ ଉପରେ ପକାଯାଏ, ଏବଂ ସେହି ତେଲ ଯେବେ ଆପଣଙ୍କ ମୁଣ୍ଡ ଉପରେ ପଡେ ସେହି ତେଲ ବୁନ୍ଦାର କମ୍ପନ ଧୀରେ ଧୀରେ ଆପଣଙ୍କୁ ଆରାମ ଦେଇ ଥାଏ । ଏହି ଥେରେପି ଦ୍ଵାରା ଆପଣ ମୁଣ୍ଡବ୍ୟଥାରୁ ମୁକ୍ତି ପାଇ ପାରିବେ ।

ଆକ୍ୟୁପ୍ରେସର ଥେରେପୀ :
ଆକ୍ୟୁପ୍ରେସର ଥେରାପି ମଧ୍ୟ ଆମ ମୁଣ୍ଡବ୍ୟଥା କୁ କମ କରିବାରେ ଆମୁକୁ ସାହାଯ୍ୟ କରେ । ଏହି ଥେରେପୀ ରେ ଡକ୍ଟର ଆପଣଙ୍କ ବେକ, କାନ୍ଧ ଏବଂ ଆପଣଙ୍କ ମୁଣ୍ଡ ର କିଛି ବିଶେଷ ଜାଗାରେ ଦବାବ ପାକଇଥାନ୍ତି । ଏହା ଛଡା ପାଦରେ ମଧ୍ୟ କିଛି ପଏଣ୍ଟ ଥାଏ ଯାହା ଉପରେ ପ୍ରେସର ପକାଇଲେ ମୁଣ୍ଡବ୍ୟଥା ରୁ ଆରାମ ମିଳେ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button