ଦେଶ- ବିଦେଶ

୧୫ ମାସରେ ୪୬ ହଜାର ପାଲେଷ୍ଟିନୀୟ ନିହତ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ୧୫ ମାସର ଯୁଦ୍ଧରେ ୪୬ ହଜାରରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି। ଗାଜା ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଇସ୍ରାଏଲ ଆକ୍ରମଣରେ ଗାଜାରେ ୪୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ‌ହୋଇଛି। ସେମାନଙ୍କ ମଧ୍ୟରୁ ୪୦ ହଜାରରୁ ଅଧିକଙ୍କୁ ଚିହ୍ନଟ କରାଯାଇଛି। ମୃତକଙ୍କ ମଧ୍ୟରେ ୧୩,୩୧୯ ଜଣ ଶିଶୁ ଅଛନ୍ତି। ସବୁଠାରୁ କମ୍‌ ବୟସରେ ଜନ୍ମ ହେବାର ମାତ୍ର କିଛି ଘଣ୍ଟାପରେ ଜଣେ ଶିଶୁର ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସେହିପରି ୧୦୧ ବର୍ଷ ବୟସର ଜଣେ ବ୍ୟକ୍ତି (ଗାଜାର ସବୁଠାରୁ ବୟସ୍କ) ମଧ୍ୟ ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହି ସଂଘର୍ଷରେ ୧୧୦,୦୦୦ ପାଲେଷ୍ଟାଇନ ନାଗରିକ ଆହତ ହୋଇଛନ୍ତି। କିନ୍ତୁ ଏହା ଚୂଡ଼ାନ୍ତ ସଂଖ୍ୟା ନୁହେଁ। କେବଳ ବୋମା ବିସ୍ଫୋରଣ ଏବଂ ବୁଲେଟ୍‌ ମାଡ଼ରେ ନିହତ ହୋଇଥିବା ଏବଂ ଯେଉଁମାନଙ୍କର ମୃତଦେହ ମିଳିଛି ସେମାନଙ୍କ ସଂଖ୍ୟା ଗଣନା କରି ଏହି ସୂଚନା ଦିଆଯାଇଛି। ବାସ୍ତବ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ହେବ ଏବଂ ତାହାର ସ୍ପଷ୍ଟ ଆକଳନ କରାଯାଇନି। ଯୁଦ୍ଧ ସମୟରେ ଅନେକ ପାଲେଷ୍ଟିନୀୟଙ୍କର କ୍ଷୁଧା, ବାସସ୍ଥାନର ଅଭାବ, ଚିକିତ୍ସାର ଅଭାବ, ସଂକ୍ରମଣ ରୋଗ ବ୍ୟାପିବା ହେତୁ ମୃତ୍ୟୁ ହୋଇଛି। ଇସ୍ରାଏଲ ଆକ୍ରମଣ‌ରେ ଗାଜାରେ ପ୍ରତି ୧୦ଟିରୁ ୯ଟି ଘର ମାଟିରେ ମିଶିଯାଇଛି। ସ୍କୁଲ୍‌, ହସ୍ପିଟାଲ, ମସଜିଦ୍‌, ଦୋକାନ ବଜାର ଏବଂ ଅଫିସ୍‌ ଉପରେ ଲଗାତାର ବୋମା ବର୍ଷା କରାଯାଉଛି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button