ଦେଶ- ବିଦେଶ

ଯେଉଁ ପିଲା ଜନ୍ମ ହେବା ପରେ ତାରା ମୃତ୍ୟୁ ପାଇଁ ପାର୍ଥନା କରୁଥିଲେ, ସେହି ପିଲା ଠିଆ କରିଦେଲା ୫୦ କୋଟିର ବ୍ୟବସାୟ

ଆନ୍ଦ୍ରପ୍ରଦେଶର ଗୋଟିଏ ଗାଁ ସିତାରାମପୁରମରେ ଯେତେବେଳେ ଶ୍ରୀକାନ୍ତ ଜଣେ କୃଷକ ଘରେ ଜନ୍ମ ହୋଇଥିଲା ସେତେବେଳେ ସମସ୍ତେ ତାଙ୍କର ମୃତ୍ୟୁ ପାଇଁ ପାର୍ଥନା କରୁଥିଲେ । କିନ୍ତୁ ଶ୍ରୀକାନ୍ତ ବଞ୍ଚିଗଲେ ଏବଂ ସ୍କୁଲ ଗଲେ । କ୍ଳାସର ତାଙ୍କୁ ସଭା ଶେଷ ବେଞ୍ଚରେ ବସା ଯାଉଥିଲା ଏବଂ ତାଙ୍କୁ କୌଣସି ଖେଳରେ ଭାଗ ନେବା ପାଇଁ ଦିଆଯାଉ ନଥିଲା । ଏହି ସବୁ ବାଧା ପରେ ବି ଶ୍ରୀକାନ୍ତ ଦଶମ କ୍ଳାସରେ ଟପ କଲେ ।

୧୨ କ୍ଳାସରେ ସେ ସାଇନ୍ସ ପଢିବା ପାଇଁ ଚାହୁଁଥିଲେ କିନ୍ତୁ ଆନ୍ଦ୍ରପ୍ରଦେଶ ଏଜୁକେଶନ ବୋର୍ଡ ଅନୁମତି ଦେବା ପାଇଁ ମନା କରିଦେଲେ । ବୋର୍ଡ କହିଲେ କି ତୁମେ କେବଳ ଆର୍ଟସ ପଢିପାରିବ । ଶ୍ରୀକାନ୍ତ ବୋର୍ଡର ଏହି କଥା ପାଇଁ ଅଦାଲତ ଗଲେ ଏବଂ ନିଜ ପକ୍ଷରେ ନିଷ୍ପତ୍ତି ଆଣି ଆସିଲେ । ଏହା ପରେ ସେ ସାଇନ୍ସ ପଢିଲେ ଏବଂ ସେ ୧୨ କ୍ଳାସରେ ୯୮ ପ୍ରତିଶତ ମାର୍କ ରଖିଲେ । ଏହାପରେ ଇଞ୍ଜିନିୟରିଂ କରିବାକୁ ଚାହୁଁଥିଲେ ହେଲେ ତାଙ୍କୁ IIT ରେ ଆଡମିଟ କାର୍ଡ ଦେଲେ ନାହିଁ ।

ଶ୍ରୀକାନ୍ତ ବିଦେଶରେ ପଢିବା ପାଇଁ ନିଷ୍ପତ୍ତି ନେଲେ । ତାଙ୍କୁ MIT ,stanfodr ,Berkeley ଏବଂ Carnegie Mellon ସଂସ୍ଥାରୁ ଆଡ୍ମିସନ ପାଇଁ ଅଫର ଆସିଥିଲା । ସେ MIT ରେ ନାମ ଲେଖାଇଲେ । ସଫଳତା ପାଇବା ପରେ ଶ୍ରୀକାନ୍ତ କହିଛନ୍ତି ଦୁନିଆ ମତେ କହୁଥିଲା କି ତୁ କିଛି କରିପାରିବୁ ନାହିଁ କିନ୍ତୁ ମୁଁ କହୁଥିଲି ମୁଁ ସବୁ କିଛି କରି ପାରିବି । ପଢି ସାରିବା ପରେ ସେ ହାଇଦ୍ରାବାଦ ଫେରି ଆସିଥିଲେ । ସେ ଚାହୁଁ ନଥିଲେ କି ସେ ତାଙ୍କ ଜୀବନରେ ଯାହା କିଛି ସହିଥିଲେ ସେମିତି ଆଉ କାହାକୁ ବି ସହିବାକୁ ପଡୁ ।

ହାଇଦ୍ରାବାଦରେ ସେ ଅନ୍ଧ ଲୋକଙ୍କ ପାଇଁ ବ୍ରେଲ ଲିପିକୁ ଲୋକପ୍ରିୟ କଲେ । ଗୋଟିଏ ଡିଜିଟାଲ ଲାଇବ୍ରେରୀ କଲେ ଏବଂ ବ୍ରେଲ ପ୍ରିଣ୍ଟିଙ୍ଗ ପ୍ରେସ ସ୍ଥାପନ କଲେ ଯେମିତି କି ଏମିତି ପିଲାଙ୍କୁ ପଢା ଯାଇ ପାରିବ । ୨୦୧୦ରେ ସେ ବୋଲ୍ଲାତ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ନାମର ଏକ କମ୍ପାନୀ ତିଆରି କଲେ ଯାହା ଦ୍ଵାରା ଶାରୀରିକ ବିକଳାଙ୍ଗ ଲୋକଙ୍କୁ ରୋଜଗାର ଦେଇ ପାରିବେ । ଏହି କମ୍ପାନୀରେ ପତ୍ରର ପ୍ଲେଟ ,କପ ,ଟ୍ରେ ଏବଂ ଡିନର ସେଟ ତିଆରି କରାଗଲା । କମ୍ପାନୀର ନିବେଶକ ରବି ମନ୍ଥା ଶ୍ରୀକାନ୍ତଙ୍କୁ ଏହାର ମୁଖ୍ୟ କରିଦେଲେ । ଏହି କମ୍ପାନୀରେ ୧୫୦ଜଣ ଶାରୀରିକ ବିକଳାଙ୍ଗ କର୍ମଚାରୀ ବର୍ଷକୁ ୭୦କୋଟି ଟଙ୍କାର ବ୍ୟାପାର କରିଥାନ୍ତି । ଶ୍ରୀକାନ୍ତ ଭବିଷ୍ୟତ ପାଇଁ ଗୋଟିଏ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button