ଦେଶ- ବିଦେଶ

ସରକାରୀ ଚାକିରି ପାଇବା ପରେ ସ୍ବାମୀଙ୍କ ସହ ରହିବା ପାଇଁ ୧ କୋଟି ଟଙ୍କା ମାଗୁଛନ୍ତି ପତ୍ନୀ

କାନପୁର: ଉତ୍ତରପ୍ରଦେଶର କାନପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ପତ୍ନୀ ସରକାରୀ ଚାକିରି ପାଇବା ପରେ ସ୍ବାମୀଙ୍କ ସହ ରହିବା ପାଇଁ ୧ କୋଟି ଟଙ୍କା ଦାବି କରିଥିବା ଦେଖିବାକୁ ମିଳିଛି। ଫଳରେ ସ୍ବାମୀ ଜଣକ ଅନ୍ୟ ଉପାୟ ନପାଇ କୋର୍ଟ ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ କହିବା କଥା ହେଲା ସେ ପତ୍ନୀଙ୍କ ପାଇଁ କାନାଡାରେ କରିଥିବା ଏକ ଉତ୍ତମ ସରକାରୀ ଚାକିରି ଛାଡ଼ି ଦେଲେ। ମାତ୍ର ତାଙ୍କ ସ୍ତ୍ରୀ ଏବେ ନିଜେ ସରକାରୀ ଚାକିରି ପାଇବା ପରେ ସ୍ବାମୀଙ୍କୁ ୧ କୋଟି ଟଙ୍କା ମାଗୁଛନ୍ତି। ଖାଲି ସେତିକି ନୁହେଁ; ତାଙ୍କ ପତ୍ନୀ ତାଙ୍କର ଖୁବ୍ ଅପମାନ କରିଥିବା ମଧ୍ୟ ବ୍ୟକ୍ତି ଜଣକ ଅଭିଯୋଗ ଆଣିଛନ୍ତି। ପୀଡ଼ିତ ବ୍ୟକ୍ତି ଜଣକ ହେଉଛନ୍ତି ବଜରଙ୍ଗ ଭଦୋରିଆ। ସେ କାନପୁରର ନୌବସ୍ତା ଥାନାରେ ଏକ ମାମଲା ରୁଜୁ କହିଛନ୍ତି।

ବ୍ୟକ୍ତି ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି କି ‘‘ମୋତେ ବିଶ୍ବାସ ହେଉନି କି ମୁଁ ଯାହା ପାଇଁ କାନ୍ନାଡାର ଏକ ଭଲ ଚାକିରି ଛାଡ଼ି ଆସି କାନପୁରରେ ଆସି ରହିବାକୁ ଲାଗିଲି ଓ ତାଙ୍କୁ ଚାକିିରି କରାଇବା ପାଇଁ ସମସ୍ତ ସମର୍ଥନ ଦେଲି ସେ ଏବେ ମୋ ସହ ରହିବାକୁ ଅରାଜି। ଏପରିକି ସେ ମୋ ସହିତ ରହିବା ପାଇଁ ୧ କୋଟି ଟଙ୍କା ଦାବି କରୁଛନ୍ତି।’’

ପୁଲିସ୍ ଏବେ ଏହି ମାମଲାରୁ ନେଇ ଏକ ଏଫ୍‌ଆଇଆର୍‌ ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗକାରୀ ତାଙ୍କ ପତ୍ନୀଙ୍କ ସମେତ ଶାଶୂ ଓ ଶଶୁରଙ୍କୁ ମଧ୍ୟ ଦାୟୀ କରିଛନ୍ତି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button