ଜିପିଏସ ଖୋଲିଦେଲା ଅବକାରୀ ବିଭାଗର ଗୁମର

ଜିପିଏସ ଖୋଲିଲା ଅବକାରୀ ବିଭାଗର ଗୁମର । ଜବତ ହୋଇଥିବା ଗାଡିକୁ ଚୋରା ଚାଲାଣ ପାଇଁ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି। ମଦ ଚୋରା ଚାଲାଣ ସମୟରେ ଜବଦ ହୋଇଥିବା ପିକଅପ ଭ୍ୟାନରେ ବୁହା ହେଉଛି ଚୋରା କୋଇଲା । ଅବକାରୀ ବିଭାଗ କାର୍ଯ୍ୟାଳୟ ରେ ଥିବା ଜବତ ଗାଡି ରାତିରେ ଚୋରା ଚାଲାଣ ପାଇଁ ରାସ୍ତାରେ ଗଡୁଛି । ସୂଚନା ଅନୁସାରେ ଭଦ୍ରକ ପୁରୁଣାବଜାର କାଜି ମହଲା ଅଞ୍ଚଳର ସେକ ତବରେଜ ମାସକ ପୂର୍ବରୁ ପିକଅପ ଭ୍ୟାନରେ ଚୋରା ମଦ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ଦ୍ୱାରା ଧରା ପଡିଥିଲେ । ତେବେ ଗାଡିକୁ ଜବଦ କରି ତଭରେଜକୁ ଜେଲ ପଠାଇ ଦେଇଥିଲା ଅବକାରୀ ବିଭାଗ । ତଭରେଜ ଜାମିନ ରେ ଆସିବା ପରେ ଗାଡି କେମିତି ଅଛି ନିଜ ମୋବାଇଲ ଥିବା ଜିପିଏସ ଖୋଲି ଦେଖିଥିଲେ । ସେତେବେଳେ ତାଙ୍କର ଜବତ ହୋଇଥିବା ଗାଡି ଟି କାର୍ଯ୍ୟାଳୟରେ ନ ଥାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର ନିକଟରେ ଥିବା ଚୋରା କୋଇଲା ଡିପୁରେ କୋଇଲା ଲୋଡ ହେଉଥିବା ଜାଣିବାକୁ ପାଇଥିଲେ । ତଭରେଜ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଥିଲେ । ସେଠାରେ କୋଇଲା ମାଫିଆ ମାଡ଼ ମାରିବା ସହ ଗାଡି କୁ ଅନ୍ୟତ୍ର ନେଇ ଯାଇଥିଲେ । ଏ ନେଇ ସେ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଅନ୍ୟ ପକ୍ଷରେ ବେଡି ଉପରେ କୋରୋଡା ମାଡ଼ ଭଳି ଜବଦ ଗାଡିକୁ ଚୋରା କାରବାର ରେ ଲଗାଇବା, ଧରା ପଡିବା ପରେ କୋଇଲା ମାଫିଆଙ୍କ ଦ୍ୱାରା ମାଡ଼ ଖାଇ ଆହତ ହେବା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଧା। ଅନ୍ୟ ପକ୍ଷରେ କୋଇଲା ମାଫିଆ ମାନେ ଲୁଚାଇ ରଖିଥିବା ଗାଡିକୁ ଉଦ୍ଧାର କରି ପୋଲିସ ପିକଅପ ଭ୍ୟାନ କୁ ଥାନା କୁ ଆଣିବା ସହ ତଦନ୍ତ ଆରମ୍ଭ କରିଛି।




